Government Schemes / ବଙ୍ଗରେ ବଡ଼ ଘୋଷଣା... ବେକାରୀଙ୍କୁ ୩ ହଜାର, ମହିଳାଙ୍କୁ ମିଳିବ ୫୦ ହଜାର

Key Points
ଅବିବାହିତ ମହିଳାଙ୍କୁ ମିଳିବ ଏକା ସାଙ୍ଗରେ ୫୦ ହଜାର ଟଙ୍କା ।
ଶୁଭେନ୍ଦୁଙ୍କ ମାଷ୍ଟରଷ୍ଟୋକରେ ମମତା କାବା ।
ପ୍ରତି ମାସରେ ବେକାରୀଙ୍କୁ ମିଳିବ ୩ ହଜାର ଟଙ୍କା... ଅବିବାହିତ ମହିଳାଙ୍କୁ ମିଳିବ ଏକା ସାଙ୍ଗରେ ୫୦ ହଜାର ଟଙ୍କା । ଶୁଭେନ୍ଦୁଙ୍କ ମାଷ୍ଟରଷ୍ଟୋକରେ ମମତା କାବା । ଲକ୍ଷ୍ୟ ଲକ୍ଷ୍ୟ ଲୋକଙ୍କୁ ଚାକିରି ମିଳିବ । ଏବେ କେହି ଆଉ ବିନା ଚାକିରିରେ ରିହିବେ ନାହିଁ । ଯଦି କେହି ଚାକିରି ପାଇଲେ ନାହିଁ ସେହି ବେରୋଜଗାରଙ୍କୁ ପ୍ରତି ମାସରେ ୩ ଜହାର ଟଙ୍କା । ଅବିବାହିତ ମହିଳାଙ୍କୁ ଉଚ୍ଚ ଶିକ୍ଷା ପାଇଁ ୫୦ ହଜାର ।
ସରକାରରେ ଆସୁଆସୁ ଓଜାଡ଼ି ଦେଲେ ସୁନାର କଳସ । ପ୍ରଥମ ବଜେଟରେ ଖେଳ କରିଛି ଶୁଭେନ୍ଦୁଙ୍କ ସରକାର । ଏମିତି ବଜେଟ ଦେଖି ତାଜୁବ ମମତା । ସୁନାର ରାଜ୍ୟ ପାଲଟିଛି ପଶ୍ଚିମବଙ୍ଗ । ପୂର୍ବରୁ ମମତା ସରକାରରେ ପଶ୍ଚିମବଙ୍ଗ ପାଇଁ ଏମିତି ବଜେଟ କେବେ ଦେଖିବାକୁ ମିଳି ନଥିଲା । କିନ୍ତୁ ଶୁଭେନ୍ଦୁ ଆସୁ ଆସୁ ବଜେଟର ପେଡ଼ି ଖୋଲି ଦେଇଛନ୍ତି । ଏମିତି ବଜେଟ ଶୁଣିଲା ପରେ ପଶ୍ଚିମବଙ୍ଗରେ ଖୁସି କହିଲେ ନସରେ ।
ପଶ୍ଚିମବଙ୍ଗରେ ବିଜେପି ସରକାର ଆସିବା ପରେ ବିଧାନସଭାବରେ ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ସ୍ବପନ୍ ଦାସଗୁପ୍ତା । ଏମିତି ବଜେଟକୁ ଦେଖି ମମତା ବାନାର୍ଜିଙ୍କ ମୁଣ୍ଡ ପୁରା ଗୋଲ ହୋଇ ଯାଇଛି । ୨୧ ବର୍ଷରୁ ୪୫ ବର୍ଷ ବୟସ ମଧ୍ୟରେ ବେରୋଜଗାର ବ୍ୟକ୍ତିଙ୍କ ପାଇଁ ‘ଭରୋସା’ ଯୋଜନା ଘୋଷଣା କରିଛନ୍ତି ଶୁଭେନ୍ଦୁ ।
ଯେଉଁ ସ୍ନାତକଧାରୀଙ୍କ ପାଖରେ ଚାକିରି ନଥିବ ସେମାନଙ୍କୁ ମାସିକ ୩୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ସେହିଭଳି ବେକାର ଅଣ-ସ୍ନାତକମାନେ ପ୍ରତି ମାସରେ ୨୦୦୦ ଟଙ୍କାର ଭତ୍ତା ପାଇବେ । ଖାଲି ସେତିକି ନୁହେଁ ଅବିବାହିତ ମହିଳାଙ୍କୁ ଉଚ୍ଚଶିକ୍ଷା ପାଇଁ ଏକାଥରକେ ୫୦,୦୦୦ ଟଙ୍କା ଅନୁଦାନ ଦେବାକୁ ଘୋଷଣା କରିଛନ୍ତି ।
ଏବେ ପଶ୍ଚିମବଙ୍ଗରେ ଅନେକ ସରକାରୀ ପଦବି ଖାଲି ରହିଛି । ଯାହା ମମତା ସରକାରେ ପୁରଣ ହୋଇପାରି ନଥିଲା । ଯେଉଁଥିପାଇଁ ଦାସଗୁପ୍ତା ସମଗ୍ର ବଙ୍ଗଳାରେ ଖାଲି ପଡ଼ିଥିବା ୨୦,୦୦୦ ପୋଲିସ ପଦବୀ ଓ ୫୦,୦୦୦ ଶିକ୍ଷକ ପଦବୀ ପୂରଣ ପାଇଁ ନିଯୁକ୍ତି ଅଭିଯାନ ଘୋଷଣା କରିଥିଲେ ।
ମୋଟାମୋଟି ଭାବରେ, ରାଜ୍ୟ ସରକାରୀ ଚାକିରି ପାଇଁ ପ୍ରାୟ ୧ଲକ୍ଷ ନିଯୁକ୍ତି ସୃଷ୍ଟି କରାଯିବ । ଯେଉଁଥିରେ ୩୩ ପ୍ରତିଶତ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିବ । ଶୁଭେନ୍ଦୁଙ୍କ ଏମିତି ବଜେଟ ଘୋଷଣା ପରେ ପଶ୍ଚିମବଙ୍ଗରେ ଖୁସିର ମାହୋଲ ସୃଷ୍ଟି ହୋଇଛି ।
📱 Get Argus News App
✨Related Topics
Explore more stories
