Videos
|
National

ଆସନ୍ତାକାଲି ଠାରୁ ୟୁପିଆଇ ନିୟମରେ ବଡ଼ ପରିବର୍ତ୍ତନ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
 ଆସନ୍ତାକାଲି ଠାରୁ ୟୁପିଆଇ ନିୟମରେ ବଡ଼ ପରିବର୍ତ୍ତନ

Key Points

ବ୍ୟବହାରକାରୀମାନେ ନିଜ ଫିଙ୍ଗରପ୍ରିଣ୍ଟ୍‌ କିମ୍ବା ମୁଖମଣ୍ଡଳର ଫଟୋ ଭଳି ବାୟୋମେଟ୍ରିକ୍ ତଥ୍ୟ ଜରିଆରେ ପେମେଣ୍ଟ୍‌ କରିପାରିବେ। ଏବେ ୟୁପିଆଇ ପେମେଣ୍ଟ୍‌ ଲାଗି ବ୍ୟବହାରକାରୀମାନଙ୍କୁ ଗୁପ୍ତ ନମ୍ବର ବା ପିନ୍ ଦାଖଲ କରିବାକୁ ପଡ଼ୁଛି।

ଆସନ୍ତାକାଲି ଠାରୁ ୟୁପିଆଇ ନିୟମରେ ବଡ଼ ପରିବର୍ତ୍ତନ । ଦେଣନେଣ ପ୍ରକ୍ରିୟାକୁ ସୁରକ୍ଷିତ କରିବାକୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ । ବାୟୋମେଟ୍ରିକ୍‌ରେ ହେବ ୟୁପିଆଇ ପେମେଣ୍ଟ୍‌ । ବ୍ୟବହାରକାରୀମାନେ ନିଜ ଫିଙ୍ଗରପ୍ରିଣ୍ଟ୍‌ କିମ୍ବା ମୁଖମଣ୍ଡଳର ଫଟୋ ଭଳି ବାୟୋମେଟ୍ରିକ୍ ତଥ୍ୟ ଜରିଆରେ ପେମେଣ୍ଟ୍‌ କରିପାରିବେ। ଏବେ ୟୁପିଆଇ ପେମେଣ୍ଟ୍‌ ଲାଗି ବ୍ୟବହାରକାରୀମାନଙ୍କୁ ଗୁପ୍ତ ନମ୍ବର ବା ପିନ୍ ଦାଖଲ କରିବାକୁ ପଡ଼ୁଛି। ଆଗାମୀ ଦିନରେ ତାହା ଏକ ଅତିରିକ୍ତ ବିକଳ୍ପକୁ ପରବର୍ତ୍ତନ ହେବ । ଯେଉଁମାନେ ଚାହିବେ, ସେମାନେ ପିନ୍ ବ୍ୟବହାର କରିପାରିବେ। ସବୁଠାରୁ ବଡ଼ କଥା ହେଉଛି ଫୋନ୍‌ପେ, ଗୁଗଲ୍‌ପେ ଭଳି ଆପ୍ ଜରିଆରେ ଲୋକମାନେ କରୁଥିବା ୟୁପିଆଇ କାରବାର ଉପରେ ଜିଏସ୍‌ଟି ଲାଗିବ ନାହିଁ ।


୨ ହଜାର ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ କାରବାର ଉପରେ ଜିଏସ୍‌ଟି ଲଗାଇବାର କୌଣସି ଯୋଜନା ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ଭାରତରେ ପ୍ରତି ମାସ ୟୁପିଆଇ ମାଧ୍ୟମରେ ୧୬୦୦ କୋଟିରୁ ଊଦ୍ଧ୍ୱର୍ ଟ୍ରାଞ୍ଜାକ୍‌ସନ ହୋଇଥାଏ । କିନ୍ତୁ ଅନେକ ଥର ସର୍ଭରରେ ସମସ୍ୟା ତଥା ପେମେଣ୍ଟରେ ବିଳମ୍ବ ହେଉଥିବାର ଅଭିଯୋଗ ହୋଇଆସୁଥିଲା । ଏହି ସମସ୍ୟାଗୁଡ଼ିକୁ କମ୍‌ କରିବା ପାଇଁ ଏନ୍‌ପିସିଆଇ ୟୁପିଆଇ ନିୟମରେ ୭ଟି ବଡ଼ ପରିବର୍ତ୍ତନ ହୋଇଛି । ବାଲାନ୍ସ ଚେକ୍‌ କରିବାର ଲିମିଟ୍‌ ରହିଛି । ଏବେ ୟୁଜର ଦିନକରେ ନିଜ ୟୁପିଆଇ ଆପ୍‌ ଜରିଆରେ ମାତ୍ର ୫୦ ଥର ବାଲାନ୍ସ ଚେକ୍‌ କରିପାରିବେ । ବାରମ୍ବାର ବାଲାନ୍ସ ଚେକ୍‌ କରିବା ଦ୍ୱାରା ସର୍ଭର ଉପରେ ଚାପ ପଡ଼ିଥାଏ, ଯାହାଦ୍ୱାରା ଟ୍ରାଞ୍ଜାକ୍‌ସନ ଧୀମା ହୋଇଯାଏ । ଉପଭୋକ୍ତା ନିଜ ମୋବାଇଲ ନମ୍ବର ସହ ଲିଙ୍କ୍‌ ହୋଇଥିବା ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଦୈନିକ ମାତ୍ର ୨୫ ଥର ଚେକ୍‌ କରିପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Big change in UPI rules from tomorrow | Argus News