ରାଜସ୍ଥାନ ସରକାରଙ୍କ ବଡ଼ ନିଷ୍ପତ୍ତି: ପାଳିତ ହେବ ନାହିଁ ଇନ୍ଦିରା ଗାନ୍ଧୀ ଜୟନ୍ତୀ
·2 years ago·1 min read

ଅର୍ଗସ ବ୍ୟୁରୋ: ରାଜସ୍ଥାନ ସରକାରଙ୍କ ଏକ ବଡ଼ ନିଷ୍ପତ୍ତି କ୍ରମରେ ରାଜ୍ୟର ସମସ୍ତ ସ୍କୁଲକୁ ଇନ୍ଦୀରା ଗାନ୍ଧୀ ଜୟନ୍ତି ପାଳନ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସ୍କୁଲ କ୍ୟାଲେଣ୍ଡରରୁ ଇନ୍ଦୀରା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ପଡୁଥିବା ଛୁଟିକୁ ହଟାଇ ଦିଆଯାଇଛି । ଏନେଇ ଶିକ୍ଷାମନ୍ତ୍ରୀ ମଦନ ଦିଲାବର ସୂଚନା ଦେଇଛନ୍ତି।
ଶିକ୍ଷାମନ୍ତ୍ରୀ ମଦନ ଦିଲାବର କହିଛନ୍ତି କି, ଦେଶରେ ଅନେକ ମହାନ ବ୍ୟକ୍ତି ରହିଛନ୍ତି, ଯେଉଁମାନେ ଇନ୍ଦୀରା ଗାନ୍ଧୀଙ୍କ ଠାରୁ ଦେଶ ପାଇଁ ଭଲ କାମ କରିଛନ୍ତି ତେଣୁ ସେମାନଙ୍କ ଜୟନ୍ତି ପାଳନ କରାଯିବା ଉଚିତ ଓ ଏହି କାରଣରୁ ଇନ୍ଦୀରା ଗାନ୍ଧୀଙ୍କ ଜୟନ୍ତୀ ପାଳନକୁ ବନ୍ଦ କରାଯାଇଛି ।
ଏହାସହ ଇନ୍ଦିରା ଗାନ୍ଧୀଙ୍କ ପୁଣ୍ୟତିଥିକୁ ଏବେଠାରୁ ସଂକଳ୍ପ ଦିବସ ଓ ଏନେଇ ଆୟୋଜିତ ହେଉଥିବା କୋମୀ ଏକତା ସପ୍ତାହର ନାମ ପରିବର୍ତ୍ତନ କରି ଏହାକୁ ସମରସତା ସପ୍ତାହ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଭାରତ ଖବର