Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପହଲଗାମ ଆତଙ୍କୀ ଆକ୍ରମଣରେ ପାକ ସେନାର ସମ୍ପୃକ୍ତିର ବଡ଼ ପ୍ରମାଣ

Rashmita Mishra
Browse all articles by Rashmita Mishra
·1 year ago·3 min read
ପହଲଗାମ ଆତଙ୍କୀ ଆକ୍ରମଣରେ ପାକ ସେନାର ସମ୍ପୃକ୍ତିର ବଡ଼ ପ୍ରମାଣ

Key Points

ପହଲଗାମ ଆତଙ୍କୀ ଆକ୍ରମଣରେ ପାକ ସେନାର ସମ୍ପୃକ୍ତିର ବଡ଼ ପ୍ରମାଣ
ନରସଂହାରରେ ସମ୍ପୃକ୍ତ ଜଣେ ଆକ୍ରମଣକାରୀ ପାକିସ୍ତାନର ବାସିନ୍ଦା ହାସିମ ମୂଷା
ଲସ୍କର ଏ ତୋଇବାର ଆତଙ୍କବାଦୀ ହାସିମ ମୂଷା
ଆତଙ୍କୀ ଟ୍ରେନିଂ ସହ ପାକିସ୍ତାନୀ ସେନାରେ ନେଇଛି ପାରା କମାଣ୍ଡୋ ଟ୍ରେନିଂ
ଭାରତର ବଡ଼ ଆକ୍ସନ ପ୍ଲାନକୁ ନେଇ ଛାନିଆ ପାକିସ୍ତାନ
PM ମୋଦିଙ୍କ ଅଧ୍ୟକ୍ଷତାରେ କାଲି ହେବ CCS ମିଟିଂ
ପାକ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଉ ଏକ ବିସ୍ଫୋରକ ବୟାନ
ଆଗାମୀ ଦୁଇ-ତିନି ବା ଚାରି ଦିନ ଭିତରେ ହୋଇପାରେ ଯୁଦ୍ଧ
ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସିକୁ ସାକ୍ଷାତକାରରେ କହିଲେ ଖ୍ବାଜା ଆସିଫ୍...
ହାଇ ଆଲର୍ଟରେ ପାକିସ୍ତାନ... ଯୁଦ୍ଧ ପାଇଁ ମାନସିକ ଭାବେ ପ୍ରସ୍ତୁତ

ପହଲଗାମ ନରସଂହାରରେ ପାକିସ୍ତାନୀ ସେନାର ସମ୍ପୃକ୍ତିର ବଡ଼ ପ୍ରମାଣ ଲାଗିଛି । ଏହି ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିବା ଜଣେ ଆକ୍ରମଣକାରୀ ହେଉଛି ହାସିମ ମୂଷା । ଇଏ ହେଉଛି ସେହି ହାସିମ ମୂଷା ଯିଏ ପାକିସ୍ତାନୀ ସେନାରେ ନେଇଛି ପାରା କମାଣ୍ଡୋ ଟ୍ରେନିଂ । ହାସିମ ମୁଣ୍ଡରେ ଘୋଷଣା ହୋଇଛି 20ଲକ୍ଷ ଟଙ୍କାର ପୁରସ୍କାର । କୁହାଯାଉଛି, ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ହାସିମ ମୂଷା । ମୂଷାର ପୁରା ନାମ - ହାସିମ ମୂଷା ଓରଫ ସୁଲେମାନ । ହାସିମ ମୂଷା ପାକିସ୍ତାନର ବାସିନ୍ଦା । ମୂଷା ଲସ୍କର ଏ ତୋଇବାର ଆତଙ୍କବାଦୀ । ମିଳିଥିବା ସୂଚନା ଅନୁସାରେ , ପହଲଗାମରେ ଗୁଳି ଚଳାଇଥିଲେ 3 ଜଣ ଆତଙ୍କବାଦୀ । ବୈସରନ ଘାଟି ଏଣ୍ଟ୍ରି ଗେଟ୍ ଦେଇ ଆସିଥିଲେ 2 ଜଣ ଆତଙ୍କୀ । ଜଣେ ଆତଙ୍କୀ ଏକଜିଟ୍ ଗେଟ୍ ଦେଇ ଆସିଥିଲା । ତା ପରେ ସେମାନେ ରଚିଥିଲେ ନରସଂହାର ।

ପହଲଗାମର ପ୍ରତିଶୋଧ ନେବା ପାଇଁ ଭାରତର ବଡ଼ ଆକ୍ସନ ପ୍ଲାନକୁ ନେଇ ଛାନିଆ ପାକିସ୍ତାନ । କାହିଁକି ନା ପହଲଗାମ ଦୋଷୀଙ୍କୁ ପ୍ରହାର ପାଇଁ ଆକ୍ସନ ମୋଡରେ ମୋଦି ସରକାର । କାଲି ୧୧ଟାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିର ମିଟିଂ ବସିବ । PM ମୋଦିଙ୍କ ଅଧ୍ୟକ୍ଷତାରେ ହେବ CCS ମିଟିଂ । କ୍ୟାବିନେଟ୍ କମିଟି ଅନ୍ ଇକୋନୋମିକ୍ ଆଫେୟାର୍ସ ମିଟିଂ ବି ବସିବ । ଗୋଟିଏ ପରେ ଗୋଟିଏ 4ଟି ବୈଠକ କରିବେ PM ମୋଦି । ପଲିଟିକାଲ୍ ଆଫେୟାର କ୍ୟାବିନେଟ୍ କମିଟିର ମିଟିଂ ବି ବସିବ । ଏହି ବୈଠକଗୁଡ଼ିକରେ ନିଆଯାଇପାରେ ବଡ଼ ନିଷ୍ପତ୍ତି ।

ସେପଟେ ପାକ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଉ ଏକ ବିସ୍ଫୋରକ ବୟାନ । ଏକ ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସିକୁ ସାକ୍ଷାତକାରରେ ଖ୍ବାଜା ଆସିଫ୍ କହିଛନ୍ତି, ଆଗାମୀ ଦୁଇ-ତିନି ବା ଚାରି ଦିନ ଭିତରେ ହୋଇପାରେ ଯୁଦ୍ଧ । ହାଇ ଆଲର୍ଟରେ ପାକିସ୍ତାନ । ଯୁଦ୍ଧ ପାଇଁ ମାନସିକ ଭାବେ ପ୍ରସ୍ତୁତ । ଅସ୍ତିତ୍ବ ଉପରେ ବିପଦ ଆସିଲେ ବ୍ୟବହାର କରିବ ପରମାଣୁ ଅସ୍ତ୍ର । ପରୱାର୍ଡ ବେସରେ ମୁତୟନ କଲେ ରାଡର । ସେପଟେ ବିଶ୍ବ ମଞ୍ଚରେ ପୁଣି ବେଇଜ୍ଜତ ହେଲା ପାକିସ୍ତାନ । ମିଳିତ ଜାତିସଂଘରେ ଖୋଲିଲା ପୋଲ୍ । ଭାରତର ଉପସ୍ଥାୟୀ ପ୍ରତିନିଧି ଯୋଜନା ପଟେଲ୍ ପାକିସ୍ତାନକୁ କହିଲେ ଆତଙ୍କୀଙ୍କୁ ଫଣ୍ଡିଂ କରୁଥିବା ଦୁଷ୍ଟ ଦେଶ । ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ବୟାନ ପାଲଟିଛି ବଡ଼ ପ୍ରମାଣ ।

ଅନ୍ୟପଟେ ଭାରତର ପୁଣି ଡିଜିଟାଲ ଷ୍ଟ୍ରାଇକ୍ । ପୂର୍ବରୁ ପାକିସ୍ତାନ ସରକାରଙ୍କ ସୋସିଆଲ ମିଡିଆ ଓ ୧୬ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବନ୍ଦ କରାଯାଇଥିଲା । ଏବେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଆକାଉଣ୍ଟକୁ ବନ୍ଦ କରାଯାଇଛି । ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ପାକ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆକାଉଣ୍ଟରେ ମିଥ୍ୟା ଓ ଭୁଲ ତଥ୍ୟ ପ୍ରସାରଣ ହେଉଥିବାରୁ ଭାରତ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ଏବେ ଭାରତ ପକ୍ଷରୁ ଯେ କୌଣସି ପ୍ରକାର ସମ୍ଭାବ୍ୟ ଆକ୍ରମଣରୁ ସୁରକ୍ଷା ପାଇଁ ପାକିସ୍ତାନ ଅନେକ ପଦକ୍ଷେପ ନେଇଛି। ମିଳିଥିବା ସୂଚନା ଅନୁସାରେ ଭାରତର ଏୟାରଷ୍ଟ୍ରାଇକ୍ ଭୟରେ ପାକିସ୍ତାନୀ ସେନା ନିଜର ରାଡାର ସିଷ୍ଟମ ସିଆଲକୋଟ ସେକ୍ଟରର ଫରୱାର୍ଡ ଲୋକେସନରେ ମୁତୟନ କରିଛି। ଫିରୋଜପୁରକୁ ଲାଗି କରି ଥିବା ଅଞ୍ଚଳରେ ଭାରତର ଗତିବିଧିକୁ ଠାବ କରିବାକୁ ପାକିସ୍ତାନୀ ସୈନ୍ୟ ଇଲେକ୍ଟ୍ରୋନିକ୍ ୱାରଫେୟାରକୁ ବି ଫରୱାର୍ଡ ଲୋକେସନରେ ମୁତୟନ କରିଛି । ନିକଟରେ ପାକିସ୍ତାନ ଅନ୍ତର୍ଜାତୀୟ ସୀମାଠାରୁ ମାତ୍ର 58 କିମି ଦୂରତାରେ ଥିବା ଚୋର କାଣ୍ଟନମେଣ୍ଟରେ TPS-77 ରାଡାର ମୁତୟନ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
big-evidence-of-pakistan-armys-involvement-in-pahalgam-terror-attack | Argus News