Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମୋଦିଙ୍କ ସହ ସନ୍ଧ୍ୟା ୭ଟାରେ ବଡ଼ Exclusive

Ritu Das
Browse all articles by Ritu Das
·2 years ago·2 min read
ମୋଦିଙ୍କ ସହ ସନ୍ଧ୍ୟା ୭ଟାରେ ବଡ଼ Exclusive

ଅର୍ଗସ ବ୍ୟୁରୋ: ଲୋକସଭା ନିର୍ବାଚନକୁ ସବୁଠି ହଟଚମଟ ଜାରି ରହିଛି। ଆଉ ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବଡ଼ ଇଣ୍ଟରଭ୍ୟୁ ଏକ ନ୍ୟାସନାଲ ଗଣମାଧ୍ୟମ ନେଇଛି। ଏହି ଇଣ୍ଟଭ୍ୟୁରେ ପିଏମ ମୋଦି ବିପକ୍ଷ ନେତାଙ୍କ ଉପରେ ବର୍ଷିବା ସହ ଧର୍ମ ଆରକ୍ଷଣ ବିଷୟକୁ ନେଇ ଖୁଲମଖୁଲା ଆଲୋଚନା କରିଛନ୍ତି। ବଡ ବଡ଼ ସାମ୍ବାଦିକଙ୍କ ସହ ଦେଶର ବିଭିନ୍ନ ମୁଦାକୁ ନେଇ ମୋଦି କଥା ହୋଇଛନ୍ତି। ଇଣ୍ଡିଆ ଟୁଡେ ଗ୍ରୁପର ନ୍ୟୁଜ ଡାଇରେକ୍ଟର ରାହୁଲ କଂବଲ, ମ୍ୟାନେଜିଙ୍ଗ ଏଡିଟର ଅଞ୍ଜନା ଓମ କଶ୍ୟପ, ମ୍ୟାନେଜିଙ୍ଗ ଏଡିଟର ଶ୍ବେତା ସିଂହ ଏବଂ କନସଲଟିଙ୍ଗ ଏଡିଟର ସୁଧୀର ଚୌଧୁରୀ ଆଜି ସନ୍ଧ୍ୟାରେ ଦେଶକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି ବୋଲି ଜଣାପଡ଼ିଛି। ଆଉ ଆଜି ସନ୍ଧ୍ୟାର ଏହି କାର୍ଯ୍ୟକ୍ରମ ଉପରେ ସମସ୍ତଙ୍କ ନଜର ରହିଛି। 

ମୋଦି କହିଛନ୍ତି ବିପକ୍ଷ ଆମ ଉପରେ ଯେତେ କାଦୁଅ ଫୋପାଡୁଛନ୍ତି ଦେଶରେ ସେତେ ମାତ୍ରାରେ ପଦ୍ମ ଫୁଟୁଛି। ମୁଁ ଆଜି ସର୍ବସମ୍ମୁଖରେ କହୁଛି ମୋଦି ବଞ୍ଚିଛି। ଧର୍ମକୁ ଆଧାର କରି କେବେ ସଂରକ୍ଷଣ ହେବ ନାହିଁ। ଏହାପାଇଁ ମୋତେ ଯଦି ଲଢେଇ ବି କରିବାକୁ ପଡେ ତାହେଲେ ବି ମୁଁ ପ୍ରସ୍ତୁତ ଅଛି। ଆପଣମାନଙ୍କୁ ଧନ୍ୟବାଦ ଦେବାକୁ ପଡ଼ିବ ଯେ, କମ ସେ କମ ଆପଣଙ୍କ ସାଥୀରେ ଜଣେ ଏମିତି ବ୍ୟକ୍ତି ଅଛନ୍ତି ଯିଏ ଆପଣଙ୍କ ଦାୟିତ୍ବ ନେବାକୁ ପୁରା ସାମର୍ଥ୍ୟ ରଖୁଛନ୍ତି। ଆଉ ମୁଁ ପୁରା ମୋ ଦେଶର ସବୁ ଦାୟିତ୍ବ ନେବାକୁ ପ୍ରସ୍ତୁତ।

ଆଜି ମୋଦିଙ୍କର ଏକ ବଡ଼ ସାକ୍ଷାତକାର ସନ୍ଧ୍ୟା ୭ଟାରେ `ଆଜତକ' ଚ୍ୟାନେଲରେ ପ୍ରସାରିତ ହେବ। ସନ୍ଧ୍ୟା ୮ଟାରେ ମୋଦିଙ୍କର ଏହି ଶୋ'କୁ ଇଣ୍ଡିଆ ଟୁଡେ ଟିଭିରେ ମଧ୍ୟ ପ୍ରସାରିତ ହେବ। ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା ପରେ ମୋଦିଙ୍କୁ ଆପଣ ଟିଭିରେ ଦେଖିପାରିବେ। ତେବେ ଦେଖାଯାଉ Aaj tak ର ବରିଷ୍ଠ ସାମ୍ବାଦିକ ମାନେ ପ୍ରଧାନମନ୍ତ୍ରୀଙ୍କୁ କଣ ପ୍ରଶ୍ନ କରୁଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Big Exclusive | Argus News