Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସପ୍ତାହେ ଭିତରେ ଦେଶବାସୀଙ୍କୁ ଆର୍ଥିକ କ୍ଷେତ୍ରରେ ବଡ଼ ଆଶ୍ବସ୍ତି

Rashmita Mishra
Browse all articles by Rashmita Mishra
·1 year ago·2 min read
ସପ୍ତାହେ ଭିତରେ ଦେଶବାସୀଙ୍କୁ ଆର୍ଥିକ କ୍ଷେତ୍ରରେ ବଡ଼ ଆଶ୍ବସ୍ତି

ସପ୍ତାହେ ଭିତରେ ଦେଶବାସୀଙ୍କୁ ଆର୍ଥିକ କ୍ଷେତ୍ରରେ ଦ୍ବିତୀୟ ବଡ଼ ଆଶ୍ବସ୍ତି । କମିବ ବ୍ୟାଙ୍କ ଋଣରେ ସୁଧ ହାର । ୫ ବର୍ଷ ପରେ ରେପୋ ରେଟ୍ କମାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ୍ । ୨୫ ବେସିସ ପଏଣ୍ଟ ହ୍ରାସ ସହ ୬.୨୫ ପ୍ରତିଶତକୁ ଖସିଲା ରେପୋ ରେଟ୍ । ବଜେଟରେ ଆୟକର ଛାଡ଼ସୀମା ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି କରି ବଡ଼ ଉପହାର ଦେଇଛନ୍ତି ମୋଦି ସରକାର ।


ହୋମ୍ ଲୋନ୍ ବା ଗୃହ ଋଣ କରିଥିବା କିମ୍ବା କରିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଖୁସି ଖବର। କମ୍ ହେବ ଗୃହ ଋଣର ସୁଧହାର। ୫ ବର୍ଷ ପରେ ରେପୋ ରେଟ୍ ହ୍ରାସ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ହ୍ରାସ ପାଇଛି। ପୂର୍ବରୁ ରେପୋରେଟ୍ ୬.୫ ଥିବା ବେଳେ ଏବେ ଏହା ୬.୨୫ ହୋଇଛି। ରେପୋ ରେଟ୍ ହେଉଛି ସେହି ହାର ଯେଉଁଥିରେ ଆରବିଆଇ ବ୍ୟାଙ୍କମାନଙ୍କୁ ଋଣ ଦେଇଥାଏ। ତେଣୁ ରିଜର୍ଭ ବ୍ୟାଙ୍କ ରେପୋରେଟ୍ କମ କରିବା ପରେ ଆଗକୁ ବ୍ୟାଙ୍କଗୁଡ଼ିକ ବି ବିଭିନ୍ନ ଋଣର ସୁଧ ହାର ହ୍ରାସ କରିବେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆରବିଆଇ ର ନୂଆ ଗଭର୍ଣ୍ଣର ସଂଜୟ ମାଲହୋତ୍ରା ତାଙ୍କର ପ୍ରଥମ ମିନିଟାରୀ ପଲିସି ବୈଠକରେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ୨୦୨୩ ଫେବ୍ରୁଆରୀରେ ଶେଷ ଥର ପାଇଁ ରେପୋରେଟରେ ବୃଦ୍ଧି କରାଯାଇଥିଲା। ସେବେଠାରୁ ଏହା ୬.୫ ପ୍ରତିଶତରେ ସ୍ଥିର ଥିଲା। ସେହପିରି ୨୦୨୦ ଶେଷ ଥର ପାଇଁ ରେପୋ ରେଟ୍ ହ୍ରାସ କରାଯାଇଥିଲା। ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣରେ ରଖିବା ପାଇଁ ଆରବିଆଇ ସାଧାରଣତଃ ରେପୋ ରେଟ୍ ବୃଦ୍ଧି କରିଥାଏ।


ଏଥିସହ ଆସନ୍ତା ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଦି ହାର ୬.୭ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଅବଶ୍ୟ ଚଳିତ ବର୍ଷ ଅଭିବୃଦ୍ଧି ହାର ୬.୪ ପ୍ରତିଶତ ରହିବା ନେଇ ନିଜ ପୂର୍ବ ଆକଳନରେ କାୟମ ରହିଛି ଆରବିଆଇ। ଏହାଛଡ଼ା ଖୁଚୁରା ମୁଦ୍ରାସ୍ଫୀତି ଆସନ୍ତା ବର୍ଷ ୪.୨ ପ୍ରତିଶତ ଏବଂ ଚଳିତ ବର୍ଷ ୪.୮ ପ୍ରତିଶତ ରହିବା ନେଇ ରିଜର୍ଭ ବ୍ୟାଙ୍କ ପୂର୍ବାନୁମାନ କରିଛି। ଏହି ରେପୋ ରେଟ୍ ହ୍ରାସ ନିଷ୍ପତ୍ତି ସହ ସପ୍ତାହେ ଭିତରେ ଦେଶବାସୀଙ୍କୁ ଆର୍ଥିକ କ୍ଷେତ୍ରରେ ଦ୍ବିତୀୟ ଆଶ୍ବସ୍ତି ମିଳିଛି। ପୂର୍ବରୁ ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ରୀୟ ବଜେଟରେ ଆୟକର ଛାଡ଼ ସୀମା ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି କରି ମଧ୍ୟବିତଙ୍କୁ ଏକ ବଡ଼ ଆସ୍ବସ୍ତି ଦେଇଥିଲେ ମୋଦି ସରକାର।

Sponsored
Big financial relief for the countrymen within a week | Argus News