Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଚାଷୀଙ୍କୁ ବଡ଼ ଉପହାର: ଧାନ ଓ ଗହମ ଉପରେ ମିଳିବ ଅତିରିକ୍ତ ଫାଇଦା

National

ଚାଷୀଙ୍କୁ ବଡ଼ ଉପହାର: ଧାନ ଓ ଗହମ ଉପରେ ମିଳିବ ଅତିରିକ୍ତ ଫାଇଦା

Ritu Das
Browse all articles by Ritu Das
·1 year ago·1 min read
ଚାଷୀଙ୍କୁ ବଡ଼ ଉପହାର: ଧାନ ଓ ଗହମ ଉପରେ ମିଳିବ ଅତିରିକ୍ତ ଫାଇଦା

ଚାଷୀଙ୍କ ପାଇଁ ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି, ଯାହାଦ୍ୱାରା ସେମାନଙ୍କର ଅର୍ଥନୈତିକ ସମସ୍ୟା ଦୂର ହୋଇପାରିବ । ଏହାରି ମଧ୍ୟରେ ମଧ୍ୟପ୍ରଦେଶ ସରକାର ଚାଷୀଙ୍କ କଲ୍ୟାଣ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ଚାଷୀଙ୍କ ସମୃଦ୍ଧତା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ସରକାର ଧାନ ଉର୍ପାଜିତ ପାଇଁ ହେକ୍ଟର ପିଛା ୪୦୦୦ ଟଙ୍କା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ ଯାଉଛନ୍ତି । ଏହି ଟଙ୍କା ମାର୍ଚ୍ଚ ମାସରେ ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ ।


ଅନ୍ୟପଟେ ଗହମ ଉତ୍ପାଦକଙ୍କୁ ମଧ୍ୟ ବଡ଼ ରିଲିଫ୍ ଦିଆଯାଇଛି । ସେମାନଙ୍କୁ ସମର୍ଥନ ମୂଲ୍ୟ ୨୪୨୫ କ୍ୱିଣ୍ଟାଲ ପିଛା ଅତିରିକ୍ତ ୧୭୫ ବୋନସ୍ ମିଳିବ, ଯାହାଫଳରେ ଏହା କ୍ୱିଣ୍ଟାଲ ପିଛା ୨୬୦୦ ଟଙ୍କା ହୋଇଯିବ। ତେବେ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ କୃଷକ ପ୍ରୋନ୍ନତି ଯୋଜନା’ ଅଧିନରେ ଧାନ ଉତ୍ପାଦକଙ୍କୁ ବଡ଼ ରିଲିଫ୍ ଦେଉଛନ୍ତି । ଏହି ଯୋଜନା ଅଧିନରେ ଯେଉଁ ଚାଷୀ ନିଜ ଧାନ ଉପଜର ଉର୍ପାଜନ କରିଛନ୍ତି ଓ ସମସ୍ତ ଆବଶ୍ୟକ ପ୍ରକ୍ରିୟା ପୂରଣ କରିଛନ୍ତି, ସେମାନଙ୍କୁ ହେକ୍ଟର ପିଛା ୪୦୦୦ ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Big gift for farmers: Additional profit on paddy and wheat | Argus News