Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସରକାରୀ ଖଜାନାର ଆୟରେ ବଡ ଅଭିବୃଦ୍ଧି

Smruti Parija
Browse all articles by Smruti Parija
·1 year ago·1 min read
ସରକାରୀ ଖଜାନାର ଆୟରେ ବଡ ଅଭିବୃଦ୍ଧି

ଅର୍ଗସ ବ୍ୟୁରୋ: ଦେଶରେ ବଢୁଛି ମହିଳା ଆୟକର ଦାତାଙ୍କ ସଂଖ୍ୟା । ଯାହା ସରକାରୀ ଖଜାନାର ଆୟରେ ବଡ ଅଭିବୃଦ୍ଧି ଆଣିଛି । ୨୦୧୯-୨୦ ରେ ଦେଶରେ ୧.୮୩ କୋଟି ମହିଳା ଆଇଟି ରିଟର୍ନ ଫାଇଲ୍ କରିଥିବା ବେଳେ ୨୦୨୩-୨୪ ରେ ଏଥିରେ ୨୫ ପ୍ରତିଶତ ବୃଦ୍ଧି ଘଟି ୨.୨୯ କୋଟିରେ ପହଂଚିଛି । ଆର୍ଥିକ ମନ୍ତ୍ରାଳୟ ର ରିପୋର୍ଟ ଅନୁସାରେ ମହାରାଷ୍ଟ୍ର ଏଥିରେ ଶୀର୍ଷରେ ରହିଛି । 

ଏଠାରେ ୩୬.୮୩ ଲକ୍ଷ ମହିଳା  ଆୟକର ଦାଖଲ କରିଛନ୍ତି । ଏପରି କି ଜମ୍ମୁ କାଶ୍ମୀର ମିଜୋରାମ ପରି ଛୋଟ କେନ୍ଦ୍ର ଶାସିତ ଅଂଚଳରେ ଆୟକର ଦାଖଲ କରୁଥିବା ମହିଳାଙ୍କ ସଂଖ୍ୟା ବଢିଛି । ଯାହା ସେମାନଙ୍କର ଆର୍ଥିକ ସଶକ୍ତି କରଣକୁ ପ୍ରମାଣିତ କରିଛି । ଏହା ସହିତ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ମହିଳାମାନଙ୍କ ସହଯୋଗକୁ ମଧ୍ୟ ଦର୍ଶାଉଛି । ମିଜୋରାମରେ ITR ଦାଖଲ କରୁଥିବା ମହିଳାଙ୍କ ସଂଖ୍ୟା ୯୬ ପ୍ରତିଶତ ବୃଦ୍ଧି ହୋଇ ୨୦୯୦ ରେ ପହଞ୍ଚିଛି । 

ଜାମ୍ମୁ କାଶ୍ମୀରରେ ଏହି ସଂଖ୍ୟା ୪୯.୦୨ ପ୍ରତିଶତକୁ ବୃଦ୍ଧି ହୋଇ ୧,୧୭,୫୧୪ ରେ ପହଞ୍ଚିଛି । ସେହିପରି ଗତ ପାଞ୍ଚ ବର୍ଷ ମଧ୍ୟରେ ସାରା ଦେଶରେ ଆୟକର ଦାଖଲ ମହିଳା  ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big growth in government treasury revenue | Argus News