ପୁଣି ଅହମ୍ମଦାବାଦ-ଲଣ୍ଡନ ବିମାନକୁ ନେଇ ବଡ଼ ଖବର

Key Points
ଅହମ୍ମଦାବାଦରୁ ଆସିଲା ବିମାନକୁ ନେଇ ବଡ ଖବର
ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବିମାନର ଉଡାଣ ବାତିଲ
ବିମାନରେ ଯାନ୍ତ୍ରିକ ତ୍ରୁଟି ପାଇଁ ରଦ୍ଦ ହେଲା ଉଡାଣ
ଅହମ୍ମଦାବାଦରୁ ଆସିଲା ବିମାନକୁ ନେଇ ବଡ ଖବର । ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବିମାନର ଉଡାଣ ବାତିଲ । ବିମାନରେ ଯାନ୍ତ୍ରିକ ତ୍ରୁଟି ପାଇଁ ରଦ୍ଦ ହେଲା ଉଡାଣ । ଲଣ୍ଡନ ଅଭିମୁଖେ ଉ଼ଡାଣର କିଛି ସମୟ ପୂର୍ବରୁ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଉଡାଣକୁ ବାତିଲ କରାଯାଇଛି । ବିମାନସେବାକୁ ହଠାତ୍ ରଦ୍ଦ କରିବା ପରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ଅହମ୍ମଦାବାଦ ବିମାନ ଦୁର୍ଘଟଣା ପର ଠାରୁ ଏୟାର ଇଣ୍ଡିଆର ଆଉ କୌଣସି ବିମାନ ଲଣ୍ଡନ ଅଭିମୁଖେ ଅହମଦାବାଦରୁ ଯାତ୍ର କରିନଥିଲା । ଏଆଇ-୧୭୧ ଦୁର୍ଘଟଣା ହେବା ପରେ ତାକୁ ସେବାରୁ ହଠାଇ ଦିଆଯାଇ ତା ଜାଗାରେ ଏଆଇ-୧୫୯କୁ ନିୟୋଜିତ କରାଯାଇଥିଲା ଏବଂ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ଆଜି ୧.୧୦ରେ ବିମାନର ଉଡାଣ ଭରିବାକୁ ସ୍ଥିରୀକୃତ ହୋଇଥିଲା।
ମାତ୍ର ଉଡାଣ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଦେଖା ଦେବା ପରେ ଉଡାଣକୁ ରଦ୍ଦ କରାଯାଇଛି। ତେବେ ଅହମଦାବାଦ ବିମାନ ଦୁର୍ଘଟଣାରେ ମୋଟ ୨୭୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ମାତ୍ର ଯାତ୍ରୀ ଜୀବନ ବଞ୍ଚାଇ ମୃତ୍ୟୁ ମୁଖରୁ ଫେରି ଆସିଛନ୍ତି । ସେପଟେ ଆଜି ସକାଳେ ଏୟାର ଇଣ୍ଡିଆର ବିମାନ କୋଲକାତାରେ ଜରୁରୀ ଅବତରଣ କରିଥିଲା । ଯାନ୍ତ୍ରିକ ତ୍ରୁଟି ପାଇଁ କୋଲକାତାରେ ଜରୁରୀ ଅବତରଣ କରିଥିଲା ଆମେରିକାରୁ ଆସିଥିବା ବିମାନ । ଆମେରିକା କାର୍ଲିଫର୍ଣ୍ଣିଆର ସାନ୍-ଫ୍ରାନ୍ସିକୋରୁ ମୁମ୍ବାଇ ଯାଉଥିବା ଏହି ବିମାନ କୋଲକାତା ବିମାନବନ୍ଦରରେ ଅବତରଣ କରିଛି ।