UPI ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏହିଦିନ ଏତେଘଣ୍ଟା ଯାଏ ବନ୍ଦ ରହିବ ଅନଲାଇନ ଟ୍ରାଞ୍ଜାକ୍ସନ

Key Points
UPI ମାଧ୍ୟମରେ କୌଣସି ଟ୍ରାଞ୍ଜାକ୍ସନ କରି ପାରିବେ ନାହିଁ
ଏହା କେବଳ କିଛି ଘଣ୍ଟା ପାଇଁ ବନ୍ଦ ରହିବ
ଫେବୃଆରୀ ୮ରେ UPI ସେବା ୩ଘଣ୍ଟା ବନ୍ଦ ରହିବ ବୋଲି HDFC ବ୍ୟାଙ୍କ ନିଜ ୱେବସାଇଟରେ ସୂଚନା ଦେଇଛି
ଯଦି ଆପଣ ଅନଲାଇନ ପେମେଣ୍ଟ କରୁଛନ୍ତି ତେବେ ଆପଣଙ୍କ ପାଇଁ ବଡ଼ ଖବର। ଯଦି କାହାକୁ ଟଙ୍କା ପଠାଇବାକୁ ଚାହାଁନ୍ତି କିନ୍ତୁ ଆପଣଙ୍କ ଫୋନରେ ଇଣ୍ଟରନେଟ କାମ କରୁନାହିଁ, ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ କାରଣ ଆପଣ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (NPCI) ର ସେବାର ଲାଭ ଉଠାଇ ପାରିବେ। କିନ୍ତୁ, ଯଦି ଆପଣ UPI ବ୍ୟବହାର କରୁଛନ୍ତି; ତେବେ ଏହି ଖବର ଜାଣି ରଖିବା ଉଚିତ୍। ଦେଶର ଏକ ବଡ ଘରୋଇ ବ୍ୟାଙ୍କ ଏହି ସପ୍ତାହରେ କିଛି ଘଣ୍ଟା ପାଇଁ ନିଜର UPI ସେବା ବନ୍ଦ ରଖିବ ବୋଲି ଘୋଷଣା କରିଛି। ଯାହାଫଳରେ ଚିନ୍ତାରେ ଏବେ ୟୁପିଆଇ ବ୍ୟବହାରକାରୀ ।
ଏହି ସମୟରେ, ଉପଭୋକ୍ତାମାନେ UPI ମାଧ୍ୟମରେ କୌଣସି ଟ୍ରାଞ୍ଜାକ୍ସନ କରି ପାରିବେ ନାହିଁ। ଏହା ବ୍ୟତୀତ ଏହା Merchant UPI ଟ୍ରାଞ୍ଜାକ୍ସନ ଉପରେ ମଧ୍ୟ ପ୍ରଭାବ ପକାଇବ। ଏହା କେବଳ କିଛି ଘଣ୍ଟା ପାଇଁ ବନ୍ଦ ରହିବ। ଫେବୃଆରୀ ୮ରେ UPI ସେବା ୩ଘଣ୍ଟା ବନ୍ଦ ରହିବ ବୋଲି HDFC ବ୍ୟାଙ୍କ ନିଜ ୱେବସାଇଟରେ ସୂଚନା ଦେଇଛି। ଫେବୃଆରୀ 8 ରେ ରାତି ୧୨ଟା ରୁ ୩ଟା ପର୍ଯ୍ୟନ୍ତ, HDFC ବ୍ୟାଙ୍କର କରେଣ୍ଟ ଏବଂ ସେଭିଙ୍ଗସ ଆକାଉଣ୍ଟ, ରୂପେ କ୍ରେଡିଟ କାର୍ଡ, HDFC ମୋବାଇଲ ବ୍ୟାଙ୍କିଙ୍ଗ ଆପ ଏବଂ UPI ପାଇଁ HDFC ବ୍ୟାଙ୍କ ଦ୍ୱାରା ସପୋର୍ଟେଡ ଥାର୍ଡ଼ ପାର୍ଟି ଆପ ଉପରେ UPI ଟ୍ରାଞ୍ଜାକ୍ସନ ବନ୍ଦ ରହିବ। ଏହା ବ୍ୟତୀତ, HDFC ବ୍ୟାଙ୍କ ମାଧ୍ୟମରେ Merchant UPI ଟ୍ରାଞ୍ଜାକ୍ସନ ସମ୍ଭବ ମଧ୍ୟ ବନ୍ଦ ରହିବ। ଉପଭୋକ୍ତାମାନଙ୍କୁ HDFC ବ୍ୟାଙ୍କ ସମ୍ମୁଖୀନ ହେଉଥିବା ଅସୁବିଧାର କାରଣ ମଧ୍ୟ କହିଛି। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ବ୍ୟାଙ୍କିଙ୍ଗ ଏକ୍ସପେରିଏନ୍ସକୁ ଉତ୍ତମ କରିବା ଲାଗି ସିଷ୍ଟମ ମେଣ୍ଟେନାନ୍ସ କରାଯାଉଛି। ଯଦି ଆପଣ ଦେୟ ଦେବା କିମ୍ବା ଟଙ୍କା ଗ୍ରହଣ କରିବା ପାଇଁ HDFC ବ୍ୟାଙ୍କର UPI ବ୍ୟବହାର କରନ୍ତି, ତେବେ ଏ ଖବରକୁ ଦୃଷ୍ଟିରେ ରଖି କାମ କରନ୍ତୁ ।