Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

LoCରୁ ବଡ଼ ଖବର: ଜମ୍ମୁ ଉପରେ ପୁଣି ବଡ଼ ଆଟାକ୍‌ କଲା ପାକିସ୍ତାନ

Ritu Das
Browse all articles by Ritu Das
·1 year ago·1 min read
LoCରୁ ବଡ଼ ଖବର: ଜମ୍ମୁ ଉପରେ ପୁଣି ବଡ଼ ଆଟାକ୍‌ କଲା ପାକିସ୍ତାନ

ଜମ୍ମୁ ଓ କଶ୍ମୀରରେ ପୁଣି ବଡ଼ ଡ୍ରୋନ ଆଟାକ୍‌ କରିଛି ପାକିସ୍ତାନ। ଜମ୍ମୁରେ ସମ୍ପୂର୍ଣ୍ଣ ବ୍ଲାକଆଉଟ ଜାରି କରାଯାଇଛି। ଏହା ସହିତ ସାଇରନର ଶବ୍ଦ ଶୁଣାଯାଇଥିବା ବେଳେ ଅତି କମରେ ଦୁଇଟି ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି। india Pakistan Attack ସୂଚନା ଅନୁଯାୟୀ, ପାକିସ୍ତାନ ସୈନ୍ୟ ଶୁକ୍ରବାର ରାତିରେ ଜମ୍ମୁର ସାତୱାରୀ, ସାମ୍ବା, ଆରଏସ ପୁରା ଓ ଅର୍ନିଆ ଅଞ୍ଚଳରେ ମିସାଇଲ ଓ ଡ୍ରୋନ ଆକ୍ରମଣର ଚେଷ୍ଟା କରିଛନ୍ତି। ଏହି ଆକ୍ରମଣ ମୁଖ୍ୟତଃ ଜମ୍ମୁ ବିମାନବନ୍ଦର ଓ ଅନ୍ୟାନ୍ୟ ସାମରିକ ସ୍ଥାନକୁ ଟାର୍ଗେଟ କରାଯାଇଛି। ତେବେ, ଭାରତୀୟ ବାୟୁ ପ୍ରତିରକ୍ଷା ବାହିନୀ ଏହାକୁ ସଫଳତାର ସହ ବିଫଳ କରିଛି। ଏହି ଘଟଣା ପରେ ଜମ୍ମୁରେ ସମ୍ପୂର୍ଣ୍ଣ ବ୍ଲାକଆଉଟ ଜାରି କରାଯାଇଛି ଏବଂ ସାଇରନ ବଜାଇ ଲୋକଙ୍କୁ ସତର୍କ କରାଯାଇଛି। India Pakistan Attack ପୁଣିଥରେ, ପାକିସ୍ତାନ ଦ୍ୱାରା ସୀମା ପାରରୁ ଅସ୍ତ୍ରବିରତି ଉଲ୍ଲଂଘନର ନୂତନ ଘଟଣା ସାମ୍ନାକୁ ଆସିଛି ।


ଶୁକ୍ରବାର ସନ୍ଧ୍ୟାରେ ଉରି ସେକ୍ଟରରେ ପ୍ରବଳ ଗୁଳିବର୍ଷା ଆରମ୍ଭ କରିଦେଇଛି ପାକିସ୍ତାନ, ଯାହା ଫଳରେ ସୀମାବର୍ତ୍ତୀ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଏହା ପରେ, ପାକିସ୍ତାନ ପୁଞ୍ଚ ଏବଂ କୁପୱାଡା ସେକ୍ଟରରେ ମଧ୍ୟ ସୀମା ପାର କରି ଗୁଳି ଚଳାଇଛି । ସୀମା ଆରପାରିରୁ ମୋର୍ଟାର ମାଡ଼ କରାଯାଇଛି । ସେନା ସୂତ୍ର ଅନୁଯାୟୀ, ପାକିସ୍ତାନ ଦ୍ୱାରା ଜାଣିଶୁଣି ସାଧାରଣ ନାଗରିକ ଅଞ୍ଚଳଗୁଡ଼ିକୁ ଟାର୍ଗେଟ କରାଯାଉଛି । ଜମ୍ମୁ ବିମାନବନ୍ଦରର ସାଇରନ୍ ବାଜିବା ପରେ, ଅଞ୍ଚଳରେ ଏକ ପ୍ରକାରର ଭୟର ପରିବେଶ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକମାନେ ଶୀଘ୍ର ସେମାନଙ୍କର ଦୋକାନ ବନ୍ଦ କରି ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ରଜୌରୀ ଜିଲ୍ଲାର ସମସ୍ତ ଦୋକାନ ବନ୍ଦ କରିଦିଆଯାଇଛି । ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
big-news-from-loc-pakistan-launches-another-major-attack-on-jammu | Argus News