Videos
|
National

ଚୀନ ସହିତ ପାକିସ୍ତାନ : ଏକା ସାଙ୍ଗରେ ଲଢେଇ କରିବ ଇଣ୍ଡିଆ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·3 min read
ଚୀନ ସହିତ ପାକିସ୍ତାନ : ଏକା ସାଙ୍ଗରେ ଲଢେଇ କରିବ ଇଣ୍ଡିଆ

Key Points

  • ଚୀନ ସହିତ ପାକିସ୍ତାନ : ଏକା ସାଙ୍ଗରେ ଲଢେଇ କରିବ ଇଣ୍ଡିଆ
  • ସେନାରେ ସାମିଲ ହେଉଛି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର

ଅର୍ଗସ ବ୍ୟୁରୋ: ସେନାର ବଢୁଛି ଶକ୍ତି । ବଳିୟାନ ହେଉଛି ଭାରତୀୟ ସେନା । କାରଣ ଶତ୍ରୁ ଭାରତ ବିରୋଧରେ ଯେଉଁ ପରି ଭାବରେ ଷଡଯନ୍ତ୍ର କରୁଛି ତାହାକୁ ଚେକ୍‌ ଦେବାକୁ ରଣନୀତି କରିଛି ଭାରତୀୟ ସେନା । କୁହାଯାଉଛି ଆଗାମୀ ଦିନରେ ଯେଉଁ ଯୁଦ୍ଧର ଆଶଙ୍କା ରହିଛି ତାହା ଉଚ୍ଚ ପାହାଡ କିମ୍ବା ନୀଳ ସମୁଦ୍ର ହେବ । ତେଣୁ ଏହି ସମୟରେ କେମିତି ଚୀନ ଓ ପାକିସ୍ତାନ ସହ ମୁକାବିଲା କରାଯାଇପାରିବ ସେନେଇ ଯୋଜନା କରିଛି ଇଣ୍ଡିଆନ ଆର୍ମି । 

ମୋଦି ସରକାର ପାଇଁ ଦେଶବାସୀଙ୍କ ସୁରକ୍ଷା ସର୍ବପ୍ରଥମେ । ସେଇଥି ଲାଗି ତ ସେନାକୁ ସଶକ୍ତ କରିବା ଦିଗରେ ଅନେକ ପଦକ୍ଷେପ ନେଉଛି ଭାଜପା ସରକାର । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରକୁ ସେନାରେ ଅନ୍ତର୍ଭୁକ୍ତ କରାଯାଉଥିବା ବେଳେ ତାଲିମ ପାଇଁ ଏହାର ଫାୟାରିଂ ସୀମାକୁ ମଜବୁତ କରିବାରେ ଭାରତୀୟ ସେନା ବର୍ତ୍ତମାନ ବ୍ୟସ୍ତ । ଖାଲି ଏତିକି ନୁହେଁ ବରଂ ନୂଆ ଫାୟାରିଂ ପରିସରର ଆକାର ବିସ୍ତାର କରିବାକୁ ପ୍ରସ୍ତୁତି ବି ଚାଲିଛି । ଖାସ କରି ଉତ୍ତର-ପୂର୍ବ ଅଞ୍ଚଳରେ ଏଲଏସି ନିକଟରେ ଭାରତୀୟ ସେନା ଏକ ନୂଆ ଫାୟାରିଂ ରେଞ୍ଜ କରୁଛି ।

ସୂଚନା ଅନୁସାରେ, ପୂର୍ବ ବର୍ଷ ଭାରତୀୟ ସେନା ତାୱାଙ୍ଗ ପାଖରେ ମାଣ୍ଡଲା ଫାୟାରିଂ ରେଞ୍ଜ ପାଇଛି, ଯାହା ଅଭ୍ୟାସ ପାଇଁ ବ୍ୟବହୃତ ହେଉଛି ଏବଂ ଦ୍ୱିତୀୟ କାମରଲା ଫାୟାରିଂ ରେଞ୍ଜ ଖୁବଶୀଘ୍ର ହେବ । ଉଭୟ ରେଞ୍ଜ ଏଲଏସିଠାରୁ ୫୦ କିଲୋମିଟର ଦୂରରେ ରହିଛି ଏବଂ ୧୦,୦୦୦ ଫୁଟ ଉଚ୍ଚରେ ବି ଅଛି । ଭାରତୀୟ ସେନା ପାଖରେ ଦୁଇ ଡଜନରୁ ଅଧିକ ଫାୟାରିଂ ରେଞ୍ଜ  ଅଛି । ଯେଉଁଠାରେ ଭାରତୀୟ ସେନା ଟ୍ୟାଙ୍କ ଆର୍ଟିଲିରି ବନ୍ଧୁକ, ଯାନ୍ତ୍ରିକ ପଦାତିକ, ବାୟୁ ପ୍ରତିରକ୍ଷା ଏବଂ ଯୁଦ୍ଧ ଅଭ୍ୟାସ କରିଥାଏ । ଉଚ୍ଚ ଉଚ୍ଚତା ଅଞ୍ଚଳରେ ଯୁଦ୍ଧ କରିବା ଏକ ବଡ଼ ଚ୍ୟାଲେଞ୍ଜ, କାରଣ ସେଠାରେ ପ୍ରଥମ ଶତ୍ରୁ ହେଉଛି ପାଣିପାଗ । ଅର୍ଥାତ୍‌ ହଠାତ୍‌ ପାଣିପାଗ ବଦଳିଯାଉଥିବାରୁ ଲକ୍ଷ୍ୟ ହାସଲ କରିବା କଷ୍ଟସାଧ୍ୟ ହୁଏ ।

ସୂଚନା ଅନୁସାରେ, ୯ ଡିସେମ୍ବର ୨୦୨୨ରେ, ତାୱାଙ୍ଗ ପାଖରେ ଏଲଏସି ଉପରେ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ଲାଗି ରହିଥିଲା । ମାତ୍ର ୬ ମାସ ମଧ୍ୟରେ ଭାରତୀୟ ସେନା ମାଣ୍ଡଲା ଫାୟାରିଂ ରେଞ୍ଜରେ ଏହାର ପ୍ରଥମ ପ୍ରମୁଖ ସାମରିକ ଅଭ୍ୟାସ କରିଥିଲା । ଏହି ସାମରିକ ଅଭ୍ୟାସରେ ମୋର୍ଟାର, ଫିଲ୍ଡ ବନ୍ଧୁକ ଏବଂ ୧୫୫ ମିଲିମିଟର ବଫୋର୍ସ  ଟାର୍ଗେଟରେ ସଠିକ୍ ଭାବରେ ଗୁଳି ଚଳାଇଥିବା ବେଳେ ସ୍ପେଶାଲ ଫୋର୍ସ ଏବଂ ଅନ୍ୟ ସୈନିକମାନେ ଏଲଏସିରେ ନିୟୋଜିତ ଅସ୍ତ୍ରଶସ୍ତ୍ର ବିଭାଗ ଏସସିବି ଏବଂ ଆଇଟିବିପି ମିଳିତ ଭାବରେ ଏହି ଅଭ୍ୟାସ କରିଥିଲେ । ମୋଟ୍‌ ଉପରେ, ଫାୟାରିଂ ରେଞ୍ଜ ଦ୍ଵାରା ଭାରତୀୟ ସେନା ପାକିସ୍ତାନ ସହ ଥିବା ସୀମା ଏଲଓସି ଏବଂ ଚୀନ୍ ସହ ସୀମା ଥିବା ଏଲଏସିରେ ଏକାସଙ୍ଗେ ସହଜରେ ଯୁଦ୍ଧ ଲଢ଼ିପାରିବ ବୋଲି ଜଣାପଡ଼ିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦେଶରେ କେଉଁ କେଉଁ ସ୍ଥାନରେ ପାୟାରିଂ ରେଞ୍ଜ ହେବ ସେନେଇ ଅନେକ ବୈଠକ କରାଯାଏ । ଖାଲି ବୈଠକ କରାଯାଏ ତାହା ନୁହେଁ ବରଂ କେଉଁଠାରେ ପାୟାରିଂ ରେଞ୍ଜ ହେବ ସେନେଇ ଆଲୋଚନା କରାଯିବା ପରେ ରିଭ୍ୟୁ କରାଯାଏ । ଯେହେତୁ ପ୍ରତିରକ୍ଷା ଜମି ଅଧିଗ୍ରହଣ ପାଇଁ ଏକ ପ୍ରକ୍ରିୟା ଅଛି, ଯାହା ଅଧୀନରେ ପ୍ରତିରକ୍ଷା ଭୂମି ପରିଚାଳନା ପୋର୍ଟାଲରେ କୌଣସି ନାଗରିକ କାର୍ଯ୍ୟ ପାଇଁ ଜମି ପାଇଁ ଆବେଦନ କରାଯାଇଥାଏ । କେଉଁ କାରଣ ପାଇଁ ଜମି ନିଆଯିବ, ଏହା ବ୍ୟବହାରିକ କି ନୁହେଁ ସେନେଇ ରାଜ୍ୟ ପକ୍ଷରୁ ବି ରିପୋର୍ଟ ଦିଆଯାଉଥିବା ସୂଚନା ମିଳିଛି । ମୋଟ୍‌ ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପାୟାରିଂ ରେଞ୍ଜ ଉପରେ ଅଧିକ ଗୁରୁତ୍ଵ ଦେଉଛି ଏବଂ ଶତ୍ରୁ ପକଙ୍କୁ ସାବାଡ ପାଇଁ ଭାରତ ସରକାର ଉଦ୍ୟମ ଜାରି ରଖିଛନ୍ତି ।
 


 

Indian Army | Argus News