Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅଜିତଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଲା ବଡ଼ ଖବର, ଇଏ ସମ୍ଭାଳିବେ ଏନସିପି ?

National

Ajit Pawar / ଅଜିତଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଲା ବଡ଼ ଖବର, ଇଏ ସମ୍ଭାଳିବେ ଏନସିପି ?

Banajyotshna Ray
Browse all articles by Banajyotshna Ray
·3 months ago·3 min read
ଅଜିତଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଲା ବଡ଼ ଖବର, ଇଏ ସମ୍ଭାଳିବେ ଏନସିପି ?
Ajit Pawar

Key Points

କିଏ ସମ୍ଭାଳିବେ ଅଜିତ୍ ପାୱାରଙ୍କ ଏନସିପି ?
ସାମ୍ନାକୁ ଆସିଲା ବଡ଼ ଖବର
ବୁଧବାର ସକାଳେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ, VT SSK, ବାରାମତୀ ବିମାନବନ୍ଦରରେ ଦ୍ୱିତୀୟ ଅବତରଣ ପ୍ରୟାସ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ ଥିବା ସମସ୍ତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା। ଅଜିତ୍ ପାୱାରଙ୍କ ୬୬ ବର୍ଷ ବୟସରେ ନିଧନ ହୋଇଛି । ଅଜିତ୍ ପାୱାରଙ୍କ ମୃତ୍ୟୁ ଖବରରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଖସି ପଡ଼ିଛି । ଅଜିତ ପାୱାରଙ୍କ ଦୁଇଟି ପୁଅ ଅଛନ୍ତି, ଜଣଙ୍କ ନାମ ପାର୍ଥ ପାୱାର ଏବଂ ଅନ୍ୟ ଜଣଙ୍କ ନାମ ଜୟ ପାୱାର । ଅଜିତ୍ ପାୱାର ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଭାବରେ ପାର୍ଥ ପାୱାରଙ୍କୁ ରାଜନୀତିକୁ ଆଣିଥିଲେ । ସେ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିଥିଲେ । ଅନ୍ୟପଟେ ଜୟ ପାୱାର ବ୍ୟବସାୟ କରୁଛନ୍ତି । ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର ଏବଂ ପୁଅ ପାର୍ଥ ପାୱାରଙ୍କୁ ଅଜିତ ପାୱାରଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବରେ ବିବେଚନା କରାଯାଉଛି, କିନ୍ତୁ ଉଭୟଙ୍କର ରାଜନୈତିକ ଅଭିଜ୍ଞତା କମ୍ । ମହାରାଷ୍ଟ୍ର ରାଜନୀତିରେ ଏନସିପିକୁ ଏକାଠି ରଖିବା ପାର୍ଥ ଏବଂ ସୁନେତ୍ର ଉଭୟଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ ।

ଅଜିତ ପାୱାର ତାଙ୍କ ୩୫ ବର୍ଷର ରାଜନୈତିକ କ୍ୟାରିୟରରେ ଛଅ ଥର ଉପମୁଖ୍ୟମନ୍ତ୍ରୀ ଏବଂ ଆଠ ଥର ବିଧାୟକ ହୋଇଥିଲେ । ଏହା ବ୍ୟତୀତ, ମହାରାଷ୍ଟ୍ରର ଅର୍ଥମନ୍ତ୍ରୀ ଭାବରେ ସେ ସର୍ବାଧିକ ବଜେଟ୍ ଉପସ୍ଥାପନ କରିବାର ରେକର୍ଡ ବି ତାଙ୍କ ନାଁରେ ରହିଛି । ତାଙ୍କର ହଠାତ୍ ବିୟୋଗକୁ ମହାରାଷ୍ଟ୍ର ରାଜନୀତି ପାଇଁ ଏକ ବଡ଼ ଶୂନ୍ୟସ୍ଥାନ ବୋଲି ବିବେଚନା କରାଯାଉଛି । ଅଜିତ ପାୱାରଙ୍କ ମୃତ୍ୟୁ ପରେ, ପ୍ରଶ୍ନ ହେଉଛି ପରବର୍ତ୍ତୀ ନେତୃତ୍ୱ କିଏ ନେବେ । ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର ପାୱାର ବର୍ତ୍ତମାନ ରାଜ୍ୟସଭା ସାଂସଦ, କିନ୍ତୁ ସେ କେବଳ କିଛି ଦିନ ହେଲା ରାଜନୀତିରେ ଅଛନ୍ତି । ଅଜିତ ପାୱାର ତାଙ୍କୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଣିଥିଲେ । ସେ ପ୍ରଥମେ ଲୋକସଭା ନିର୍ବାଚନ ଲଢ଼ିଥିଲେ, କିନ୍ତୁ ସୁପ୍ରିୟା ସୁଲେଙ୍କ ଠାରୁ ହାରିଯାଇଥିଲେ । ଏହା ପରେ, ଅଜିତ ପାୱାର ତାଙ୍କୁ ରାଜ୍ୟସଭାକୁ ପଠାଇଥିଲେ ।

ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ହୁଏତ ଶରଦ ପାୱାରଙ୍କ ଅଧୀନରେ ରାଜନୀତିର ଅ, ଆ ଶିଖିଥିଲେ । କିନ୍ତୁ ରାଜନୈତିକ ସଫଳତା ହାସଲ କରିବା ପାଇଁ ନିଜ ଦାଦାଙ୍କଠାରୁ ଏକ ଭିନ୍ନ ରାଜନୈତିକ ପଥ ବାଛିଥିଲେ । ଶରଦ ପାୱାରଙ୍କ ଛାଇରୁ ବାହାରି ଅଜିତ ପାୱାର ନିଜର ରାସ୍ତା ବାଛିଥିଲେ । କିନ୍ତୁ ଏବେ, ତାଙ୍କ ହଠାତ୍ ମୃତ୍ୟୁ ପରେ, ପ୍ରଶ୍ନ ଉଠିଛି: ଅଜିତ ପାୱାରଙ୍କ ଏନସିପିର ନେତୃତ୍ୱ କିଏ ନେବ ? ଅଜିତ ପାୱାରଙ୍କୁ ମହାରାଷ୍ଟ୍ର ରାଜନୀତିର ଜଣେ ମହାରଥୀ ଭାବରେ ଦେଖାଯାଉଥିଲା । ତାଙ୍କର ପୂରା ନାମ ଅଜିତ ଅନନ୍ତରାଓ ପାୱାର ଥିଲା ଏବଂ ସେ ପ୍ରବୀଣ ନେତା ଶରଦ ପାୱାରଙ୍କ ପୁତୁରା ଥିଲେ । ଶରଦ ପାୱାରଙ୍କ ପିଢ଼ିରୁ କେହି ରାଜନୀତିରେ ପ୍ରବେଶ କରି ନଥିଲେ । ଶରଦ ପାୱାରଙ୍କ ପରେ ଯଦି ପାୱାର ପରିବାରର କେହି ରାଜନୀତିରେ ପ୍ରବେଶ କରିଥିଲେ, ତେବେ ସେ ଥିଲେ ଅଜିତ ପାୱାର ।

ଶରଦ ପାୱାରଙ୍କ ମାର୍ଗଦର୍ଶନରେ ଅଜିତ ପାୱାର ରାଜନୀତିର ସିଡ଼ି ଚଢିଥିଲେ । ଦାଦା ଶରଦ ପାୱାର ଦିଲ୍ଲୀ ଚାଲିଯିବା ପରେ, ଅଜିତ ପାୱାର କେବଳ ବାରାମତୀରେ ନିଜର ପ୍ରାଧାନ୍ୟ ସ୍ଥାପନ କରିନଥିଲେ ବରଂ ମହାରାଷ୍ଟ୍ରରେ ଏକ ଦୃଢ଼ ରାଜନୈତିକ ପରିଚୟ ମଧ୍ୟ ସ୍ଥାପନ କରିଥିଲେ । ଏକଦା, ଅଜିତ ପାୱାରଙ୍କୁ ଶରଦ ପାୱାରଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବରେ ବିବେଚନା କରାଯାଉଥିଲା । ଯେତେବେଳେ ଶରଦ ପାୱାର ତାଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଭାବରେ ଉପସ୍ଥାପନ କଲେ, ଅଜିତ ପାୱାର ଏକ ଭିନ୍ନ ରାସ୍ତା ବାଛିଥିଲେ । ୨୦୨୩ ମସିହାରେ, ଅଜିତ ପାୱାର ତାଙ୍କ ଦାଦା ଶରଦ ପାୱାରଙ୍କଠାରୁ ଏନସିପିକୁ ଛଡ଼ାଇ ନେଇଥିଲେ । ଅନେକ ପ୍ରମୁଖ ଏନସିପି ନେତା ଶରଦ ପାୱାରଙ୍କୁ ଛାଡ଼ି କରି ଅଜିତ ପାୱାରଙ୍କ ଚାଲି ଆସିଥିଲେ । ବର୍ତ୍ତମାନ, ଅଜିତ ପାୱାରଙ୍କ ହଠାତ୍ ମୃତ୍ୟୁ ପରେ, ଏନସିପିର ରାଜନୈତିକ ଭବିଷ୍ୟତ ଦ୍ୱନ୍ଦ୍ୱରେ ପଡ଼ିଛି ।

୨୦୨୩ରେ ଅଜିତ ପାୱାର ଯେତେବେଳେ ଏନସିପି ଉପରେ ନିୟନ୍ତ୍ରଣ କରିଥିଲେ, ସେତେବେଳେ ସେ ଶରଦ ପାୱାରର ବହୁ ସଗଯୋଗୀଙ୍କୁ ନିଜ ସହ ଧରି ଆସିଥିଲେ । ଅଜିତ ପାୱାରଙ୍କ ସହ ଛଗନ ଭୁଜବଲ, ପ୍ରଫୁଲ୍ଲ ପଟେଲ, ଧନଞ୍ଜୟ ମୁଣ୍ଡେ, ଆଦିତ୍ୟ ଟାଟକେରେ, ମାକରନ୍ଦ ପାଟିଲ, ବାଲାସାହେବ ପାଟିଲ, ଇନ୍ଦ୍ରାନିଲ ନାୟକ, ସୁନୀଲ ଟାଟକେର୍ ଦତ୍ତାତ୍ରେୟ ଏବଂ ନିତିନ ଲକ୍ଷ୍ମଣରୋ ଯାଦବ ସମସ୍ତେ ଶରଦ ପାୱାରଙ୍କୁ ଛାଡିଥିଲେ । ଆଗକୁ ପିଏ ସମ୍ଭାଳିବ ଏନସିପି ତାହା ଦେଖିବାକୁ ବାକି ରହିଲା। 

ଅଧିକ ପଢ଼ନ୍ତୁ ଦେଶ ଖବର: 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Ajit Pawar | Big Political News After Ajit’s Death: Who Will Lead NCP Now | Argus News | Argus News