Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଦାନୀ ଗ୍ରୁପକୁ ବଡ଼ ଆଶ୍ବସ୍ତି: ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟର ବଡ ରାୟ

National

ଆଦାନୀ ଗ୍ରୁପକୁ ବଡ଼ ଆଶ୍ବସ୍ତି: ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟର ବଡ ରାୟ

Ritu Das
Browse all articles by Ritu Das
·2 years ago·1 min read
ଆଦାନୀ ଗ୍ରୁପକୁ ବଡ଼ ଆଶ୍ବସ୍ତି: ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟର ବଡ ରାୟ

ଅର୍ଗସ ବ୍ୟୁରୋ: ଆଦାନୀ ଗ୍ରୁପକୁ ବଡ ଆଶ୍ବସ୍ତି। ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟ ବଡ ରାୟ। ସେବି ଯାଞ୍ଚରେ ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ।  କୋର୍ଟ କହିଛନ୍ତି, ସେବି ଯାଞ୍ଚ ପାଇଁ ସକ୍ଷମ। ୨୪ଟି ମାମଲାରୁ ୨୨ ମାମଲାର ଯାଞ୍ଚ ଶେଷ କରିଛି ସେବି। ବାକି ଦୁଇଟି ମାମଲାର ଯାଞ୍ଚ ଆସନ୍ତା ୩ ମାସରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କୌଣସି ପ୍ରକାରର ନ୍ୟୁଜ ରିପୋର୍ଟକୁ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। 

ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ସୋସିଆଲ୍ ମିଡିଆ ଏକ୍ସରେ ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀଙ୍କ ଟ୍ବିଟ୍। ସେ କହିଛନ୍ତି ସତ୍ୟମେବ ଜୟତେ। ଯେଉଁମାନେ ସେମାନଙ୍କ ସହ ରହି ଆସିଛନ୍ତି ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ଗୌତମ ଆଦାନୀ। ଭାରତୟ ବିକାଶ ଯାତ୍ରାରେ ଆଦାନୀ ଗ୍ରୁପର ଯୋଗଦାନ ଆଗକୁ ମଧ୍ୟ ଜାରି ରହିବ ବୋଲି କହିଛନ୍ତି ଗୌତମ ଆଦାନୀ।  ଏହାପୂର୍ବରୁ ୨୪ ନଭେମ୍ବରରେ ହୋଇଥିବା ଶୁଣାଣିରେ କୋର୍ଟ ମାର୍କେଟ୍ ରେଗୁଲେଟର୍ ସେବିର ଯାଞ୍ଚ ଏକ୍ସପର୍ଟ କମିଟିକୁ ନେଇ ଉଠିଥିବା ପ୍ରଶ୍ନକୁ ଅଗ୍ରାହ୍ୟ କରିଦେଇଥିଲେ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big relief for Adani | Argus News