ଅବସରପ୍ରାପ୍ତ ଡିଜିପି ହତ୍ୟା ମାମଲାରେ ବଡ଼ ଖୁଲାସା, ମା'-ଝିଅ ମିଶି ମାରିଥିଲେ

ଅବସରପ୍ରାପ୍ତ ଡିଜିପି ଓମପ୍ରକାଶ ମର୍ଡର କେସ୍ର ଅପଡେଟ ସାମ୍ନାକୁ ଆସିଛି। ଏହି ମାମଲାରେ ଅଭିଯୁକ୍ତ ତାଙ୍କ ସ୍ତ୍ରୀ ପଲ୍ଲଭୀଙ୍କୁ ୧୪ ଦିନିଆରେ ରିମାଣ୍ଡରେ ନିଆଯାଇଛି। ସୋମବାର ଦିନ ବିଳମ୍ବିତ ସନ୍ଧ୍ୟାରେ ଓମପ୍ରକାଶଙ୍କ ମୃତଦେହର ଶେଷକୃତ୍ୟ ପରେ ସ୍ତ୍ରୀ ପଲ୍ଲବୀଙ୍କୁ ଗିରଫ କରାଯାଇଛି। ବିଳମ୍ବିତ ରାତିରେ ୩୯ ଏସିଏମଏମ କୋର୍ଟର ଜଜଙ୍କ ଘରକୁ ତାଙ୍କୁ ନିଆଯାଇଥିଲା। ଏହାପରେ ତାଙ୍କୁ ୧୪ ଦିନ ପାଇଁ ଜେଲ୍ ହୋଇଛି। କିନ୍ତୁ ପୋଲିସର ଯାଞ୍ଚ ପରେ ଏହା ମଧ୍ୟ ଜାଣିବାକୁ ମିଳିଛି ଯେ, ତାଙ୍କ ଝିଅର ଏହି ହତ୍ୟା ପଛରେ ସଂପୃକ୍ତି ରହିଛି। ପୋଲିସର ସୂଚନା ମୁତାବକ, ଗତ ସପ୍ତାହରେ ଓମପ୍ରକାଶ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ଓମପ୍ରକାଶ ନିଜ ଭଉଣୀ ଘରେ ଯାଇ ରହିଥିଲେ।
ହେଲେ ଶୁକ୍ରବାର ଦିନ କୃତି ନିଜ ପିଉସୀଙ୍କ ଘରକୁ ଯାଇ ତାଙ୍କ ବାପାଙ୍କୁ ଘରକୁ ଫେରିବା ଲାଗି ବୀନତି କରିଥିଲେ। ଏହା ପରେ ଯାଇ ଓମପ୍ରକାଶ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ହିଁ ତାଙ୍କର ହତ୍ୟା ହୋଇଛି। ଯାଞ୍ଚରୁ ଜଣାପଡିଛି ଯେ, ପ୍ରୀତି ତାଙ୍କ ମାଆଙ୍କ କଥାରେ ତାଙ୍କ ବାପାଙ୍କୁ ଆଣିବାକୁ ଯାଇଥିଲେ। ତେବେ ଏହି ହତ୍ୟାକାଣ୍ଡ ସଙ୍ଗେ ସଙ୍ଗେ ଘଟିଲା କି ପୂର୍ବରୁ ଯୋଜନାବଦ୍ଧ ଥିଲା, ତାହା ବର୍ତ୍ତମାନ ଯାଞ୍ଚ କରାଯାଉଛି। ମେଡିକାଲ ଯାଞ୍ଚରେ ଦେଖିବାକୁ ମିଳିଛି ଯେ, କୃତି ଡିପ୍ରେସନରେ ଥିଲେ, ଏଥିପାଇଁ ତାଙ୍କୁ ପୋଲିସ କଷ୍ଟଡିରେ ରଖାଯାଇଛି।