Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜନ୍ମଦିନରେ ଏଲନ ମସ୍କଙ୍କୁ ବଡ଼ ଝଟକା, ହରାଇଲେ ବିଶ୍ବର ୧ନଂ ଧନୀକ ବ୍ୟକ୍ତିର ଟ୍ୟାଗ୍

Ritu Das
Browse all articles by Ritu Das
·2 years ago·1 min read
ଜନ୍ମଦିନରେ ଏଲନ ମସ୍କଙ୍କୁ ବଡ଼ ଝଟକା, ହରାଇଲେ ବିଶ୍ବର ୧ନଂ ଧନୀକ ବ୍ୟକ୍ତିର ଟ୍ୟାଗ୍

ଅର୍ଗସ ବ୍ୟୁରୋ: ଆଜି ଏଲନ୍ ମସ୍କଙ୍କ ଜନ୍ମଦିନ। ଆଜି ଟେସଲା-ସ୍ପେସ୍ ଏକ୍ସ ପରି କମ୍ପାନିର ମାଲିକଙ୍କୁ ୫୩ବର୍ଷ ବୟସ ହୋଇଛି। କିନ୍ତୁ ତାଙ୍କ ଜନ୍ମଦିନରରେ ତାଙ୍କୁ ଉପହାର ପରିବର୍ତ୍ତେ ମିଳିଛି ଝଟକା। ସେ ବିଶ୍ୱର ୧ ନମ୍ବର ଧନୀ ବ୍ୟକ୍ତି ହୋଇଥିବା ବେଳେ ଏବେ ତାଙ୍କ ସ୍ଥାନକୁ ଅନ୍ୟ ଜଣେ ଧନୀକ ବ୍ୟକ୍ତି ହାତେଇ ନେଇଛନ୍ତି।। ଆଜ୍ଞା ହଁ, ବର୍ତ୍ତମାନ ପର୍ଯ୍ୟନ୍ତ ଏଲନ୍ ମସ୍କ ଦୁନିଆର ସବୁଠାରୁ ଧନୀକ ବ୍ୟକ୍ତି ଥିଲେ। କିନ୍ତୁ ଗତ ୨୪ଘଣ୍ଟା ମଧ୍ୟରେ ଆମାଜନର ଜେଫ୍ ବେଜୋସ୍ ତାଙ୍କୁ ପଛରେ ପକାଇ ଟପ୍ -୧୦ବିଲିୟନାୟାର ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ଯଦି ଆମେ ବ୍ଲୁମବର୍ଗ ବିଲିୟନାୟାର ଇଣ୍ଡେକ୍ସର ଟପ୍ -୧୦ ବିଲିୟନାୟାର ତାଲିକାକୁ ଦେଖିବା, ତେ‌ବେ ଗୁରୁବାର ପର୍ଯ୍ୟନ୍ତ, ଏଲନ୍ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଥିଲେ। ହେଲେ ଗତ ୨୪ଘଣ୍ଟା ମଧ୍ୟରେ ସେ ଦ୍ବିତୀୟ ସ୍ଥାନକୁ ଖସିଆସିଛନ୍ତି। ଏଲନ୍ ମସ୍କଙ୍କ ସମ୍ପତ୍ତିରେ ବୃଦ୍ଧି ଘଟିଥିଲେ ବି ଜେଫ୍ ବେଜୋସ ତାଙ୍କୁ ପଛରେ ପକାଇଛନ୍ତି। ସମ୍ପତ୍ତି ୭୫୧ ନିୟୁତ ଡଲାର ବଢ଼ିବାରୁ ମସ୍କ ୨୧୭ବିଲିୟନ ଡ଼ଲାରର ମାଲିକ ହୋଇଥିବା ବେଳେ ଜେଫ୍ ବେଜୋସଙ୍କ ସମ୍ପତ୍ତି ୩.୯୭ ବିଲିୟନ ଡ଼ଲାରରେ ବୃଦ୍ଧି ପାଇବାରୁ ସେ ୨୨୦ବିଲିୟନ ଡଲାର ସମ୍ପତ୍ତିରେ ମାଲିକ ହୋଇ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି। 

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big shock to Elon | Argus News