Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାଜ୍ୟରେ ଯାତାୟାତ ସୁଗମ ପାଇଁ ନୂତନ ଭିତ୍ତିଭୂମି ପାଇଁ ବଡ଼ ପଦକ୍ଷେପ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାଜ୍ୟରେ ଯାତାୟାତ ସୁଗମ ପାଇଁ ନୂତନ ଭିତ୍ତିଭୂମି ପାଇଁ ବଡ଼ ପଦକ୍ଷେପ

ଅର୍ଗସ ବ୍ୟୁରୋ:  ରାଜ୍ୟରେ ଟ୍ରେନ୍ କାର୍ଯ୍ୟକ୍ଷମତା ବୃଦ୍ଧି ଏବଂ ଯାତାୟାତ ସୁଗମ ପାଇଁ ନୂତନ ଭିତ୍ତିଭୂମି ପାଇଁ ବଡ଼ ପଦକ୍ଷେପ ।  କଟକ ଓ ରାୟଗଡା ଜିଲ୍ଲାରେ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ 509 କୋଟି ଟଙ୍କା ଅନୁମୋଦନ ହୋଇଛି ।  କଟକ ଜିଲ୍ଲାର ରାଜଆଠଗଡ଼-ରାଧାକିଶୋରପୁର ଓ ମାଛପୁର ମଧ୍ୟରେ 10.89 କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏଓଭର ସହ ରାୟାଗଡା ଜିଲ୍ଲାର ସିଙ୍ଗାପୁର ରୋଡ୍ ଷ୍ଟେସନରେ 05.50 କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏ ଓଭର ନିର୍ମାଣ ହେବ । 

ଏହି ପଦକ୍ଷେପ ଭାରତୀୟ ରେଳବାଇର ବ୍ୟାପକ ଶକ୍ତି, ଖଣିଜ ଏବଂ ସିମେଣ୍ଟ କରିଡର ଯୋଜନାର ଏକ ଅଂଶ ।  ଯାହା ରେଳ ଚଳାଚଳର ଉନ୍ନତି ତଥା ପ୍ରମୁଖ ରେଳ ଲାଇନଗୁଡିକରେ ଯାତାୟାତରେ ସମସ୍ୟା ଦୂର କରିବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ରେଳମନ୍ତ୍ରୀ ଓଡିଶା ଗସ୍ତ ସମୟରେ ଓଡିଶାରେ ଏହି ରେଳ ଭିତ୍ତିଭୂମି ପ୍ରକଳ୍ପର ମଞ୍ଜୁରୀ ବିଷୟରେ ସୂଚନା ଦେଇଥିଲେ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big steps for new infrastructure for ease of transportation in the state | Argus News