ମହିଳାଙ୍କ ସହ ହେଉଥିବା ଦୁର୍ବ୍ୟବହାର ରୋକିବାକୁ ବଡ଼ ପଦକ୍ଷେପ

ଅର୍ଗସ ବ୍ୟୁରୋ:ଏଣିକି ମହିଳାଙ୍କ କପଡା ସିଲେଇ କରିପାରିବେ ନାହିଁ କି ଚୁଟି କାଟିପାରିବେ ନାହିଁ ପୁରୁଷ ଦରଜୀ । ମହିଳାଙ୍କ ସହ ହେଉଥିବା ବ୍ୟାଡ ଟଚ୍ ରୋକିବାକୁ ୟୁପି ମହିଳା କମିଶନର ଏମିତି ପଦକ୍ଷେପ ନେଇଛନ୍ତି । ଅନେକ ସମୟରେ ପୁରୁଷ ଟେଲର ଓ ହେୟାର ବାର୍ବର ମହିଳାଙ୍କ ଶରୀରରେ ଏଣେତେଣେ ଖରାପ ଉଦ୍ଦେଶ୍ୟ ନେଇ ଛୁଇଁବାର ଅଭିଯୋଗ ରହିଛି। ଏଥିରୁ ମହିଳାଙ୍କୁ ବଞ୍ଚାଇବା ପାଇଁ ଉତ୍ତର ପ୍ରଦେଶ ମହିଳା କମିଶନର ଏମିତି ପଦକ୍ଷେପ ନେଇଛନ୍ତି ।
ଗତ ୨୮ ଅକ୍ଟୋବରରେ ୟୁପି ମହିଳା ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ଏଥିରେ ମହିଳାଙ୍କ ପ୍ରତି ଏହିଭଳି ପୁରୁଷଙ୍କ ଦ୍ୱାରା ହେଉଥିବା ଦୁର୍ବ୍ୟବହାର ରୋକିବା ଉପରେ ଏକାଧିକ ପ୍ରସ୍ତାବ ଦିଆଯାଇଥିଲା । ତେଣୁ ମହିଳାଙ୍କ ପୋଷାକ ତିଆରି ପାଇଁ ପୁରୁଷ ମାପ ନେବାକୁ ବନ୍ଦ କରିବା ଓ ଦୋକାନରେ ସିସିଟିଭି କ୍ୟାମେରା ଲଗାଇବା ଆଦି ପ୍ରସ୍ତବା ରହିଥିଲା । ତେବେ ମହିଳା ଆୟୋଗ ବର୍ତ୍ତମାନ ପାଇଁ ଗୋଟିଏ ପ୍ରସ୍ତାବକୁ ସ୍ୱୀକୃତି ଦେଇଛନ୍ତି ଓ ଆଗାମୀ ଦିନରେ ଏହା ଉପରେ ଆଇନ ଆଣିବାକୁ ସରକାର ନିକଟରେ ଅନୁରୋଧ କରିବେ ବୋଲି ଜଣାପଡିଛି ।
ଏହାକୁ ନେଇ ୟୁପି ମହିଳା କମିଶନର ସଦସ୍ୟା ହିମାନୀ ଅଗ୍ରୱାଲ ଶୁକ୍ରବାର ଗଣମାଧ୍ୟମକୁ କହିଛନ୍ତି କି, ଗତ ବୈଠକରେ ମହିଳାଙ୍କ ପୋଷାକ ତିଆରି କରିବାକୁ ପୁରୁଷ ଟେଲର ମାପ ନେଇପାରିବେ ନାହିଁ, ଏହି ପ୍ରସ୍ତାବକୁ କମିଟି ପ୍ରାଥମିକ ଭାବେ ସହମତି ପ୍ରକାଶ କରିଛି । ଏଥିସହ ସେଲୁନ ବା ପାର୍ଲରରେ କେବଳ ମହିଳା କର୍ମଚାରୀ ହିଁ ମହିଳାଙ୍କୁ ସେବା ଦେବା ଉପରେ ଗୁରୁତ୍ୱ ଦିଆଯାଉଛି । ଏପରି କରିବା ଦ୍ୱାରା ପୁରୁଷଙ୍କ ଦ୍ୱାରା ମହିଳାଙ୍କ ସହ ହେଉଥିବା ଦୁର୍ବ୍ୟବହାର ଘଟଣା କମିବ।
📱 Get Argus News App
✨ଅଧିକ ପଢ଼ନ୍ତୁ ଭାରତ ଖବର