Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ଼ ସଫଳତା

Ritu Das
Browse all articles by Ritu Das
·1 year ago·1 min read
ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ଼ ସଫଳତା

ଅର୍ଗସ ବ୍ୟୁରୋ: ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ମିଳିଲା ବଡ଼ ସଫଳତା। ମୋଷ୍ଟ ୱାଣ୍ଟେଡ୍ ISIS ଟେରୋରିଷ୍ଟ ରିଜୱାନ ଅଲ୍ଲୀ ଗିରଫ । ଫଳରେ ସ୍ବାଧୀନତା ଦିବସ ପୂର୍ବରୁ କୌଣସି ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇଛି । ରିଜୱାନ ରାତିରେ ବାୟୋଡାଇଭରସିଟି ପାର୍କ, ଗଙ୍ଗା ବକ୍ସ ମାର୍ଗକୁ ଆସୁଥିବା ନେଇ ଖବର ମିଳିଥିଲା । ଫଳରେ ଜାଲ୍ ବିଛାଇ ରିଜୱାନକୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ । ତା ଠାରୁ ପଏଣ ୩୦ ଷ୍ଟାର୍ ପିସ୍ତଲ, ତିନୋଟି ଗୁଳି ସହ ୨ ମୋବାଇଲ୍ ଜବତ ହୋଇଛି। 

ରିଜୱାନ ଉପରେ UAPA ଧାରାରେ ମକଦ୍ଦମା ଦାଏର କରିବା ସହ ତା ସମ୍ପର୍କରେ ସୂଚନା ଦେଲେ ୩ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବା ନେଇ ଘୋଷଣା କରିଥିଲା NIA. ତେଣୁ ଦିଲ୍ଲୀର ଦରିୟାଗଞ୍ଜ ଇଲାକାରେ ରହୁଥିବା ରିଜୱାନ ବିରୋଧରେ ଏବେ ଦିଲ୍ଲୀ ପୋଲିସର ସ୍ପେସାଲ ସେଲ୍ ବି UAPA ଓ ଏକ୍ସପ୍ଲୋସିଭ୍ ଆକ୍ଟରେ ମାମାଲ ରୁଜୁ କରିଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big success for | Argus News