Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସଲମାନ ଖାନଙ୍କ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ଗିରଫ

National

ସଲମାନ ଖାନଙ୍କ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ଗିରଫ

Rashmita Mishra
Browse all articles by Rashmita Mishra
·2 years ago·1 min read
ସଲମାନ ଖାନଙ୍କ ହତ୍ୟା ଅଭିଯୋଗରେ  ଅଭିଯୁକ୍ତ ଗିରଫ

ଅର୍ଗସ ବ୍ୟୁରୋ: ସଲମାନ ଖାନଙ୍କ ଘରେ ଗୁଳି ବିନିମୟ କରିଥିଵା ଅଭିଯୁକ୍ତ ମାନଙ୍କ ମଧ୍ୟରୁ ପାଚଂ ନମ୍ଵର ଅଭିଯୁକ୍ତ କୁ ରାଜସ୍ଥାନରୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚ  ଗିରଫ କରାଯାଇଛି। । ଅଭିଯୁକ୍ତ ମହମ୍ମଦ ଚୌଧୁରୀ ରାଜସ୍ଥାନରୁ ମୁମ୍ବାଇ ଅଣାଯାଉଛି। କ୍ରାଇମ ବ୍ରାଞ୍ଚ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଇଵ 

ଏପ୍ରିଲ ୧୪ ଦିନ ସଲମାନ ଖାନଙ୍କ ବାନ୍ଦ୍ରା ନିବାସ ଗାଲାକ୍ସି ଆପାର୍ଟମେଣ୍ଟରେ ଦୁଇଜଣ ମୋଟରସାଇକେଲ ଚାଳକ ଯୋଗେ ଆସି ଗୁଳି ଚଳାଇଥିଲେ । ଗୁଳି ଚଳାଇବା ପରେ ପୋଲିସ ଆଇପିସିର ଧାରା ୩୦୭ହତ୍ୟା ଉଦ୍ୟମ ଅନୁଯାୟୀ ଏକ ଏଫଆଇଆର ପଞ୍ଜୀକୃତ କରିଥିଲା। ଏପ୍ରିଲ ୧୬ ରେ ଗୁଜୁରାଟର ଭୁଜରୁ ଗୁପ୍ତା ଏବଂ ପାଲଙ୍କୁ ପୋଲିସ ଗିରଫ କରିଥିଲା। ଗୁପ୍ତା ମୋଟରସାଇକେଲରେ ଯାଉଥିବାବେଳେ ପାଲ ଗୁଳି ଚଳାଇଥିବା ଅଧିକାରୀମାନେ ଦାବି କରିଛନ୍ତି।

ସେଥି ମଧ୍ୟରୁ ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଥିଲେ । ନିକଟରେ ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟରେ ଅଭିଯୁକ୍ତ ଅନୁଜ ଥାପନ ଆତ୍ମହତ୍ୟା କରିଥିଲେ। ଅନୁଜଙ୍କୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ଅନୁଜ ଥାପନ୍ ଆତ୍ମହତ୍ୟା କରିଛନ୍ତି।  ପରେ ପୋଲିସ ଅଭିଯୁକ୍ତ ଅନୁଜ ଥାପନଙ୍କୁ  ହସ୍ପିଟାଲକୁ ନେଇଥିଲା। ଏଠାରେ ଚିକିତ୍ସା ସମୟରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
big-update-in-the-firing-case-at-salman-khan-house-5th-accused-mohammad-chaudhary-arrested-from-rajasthan | Argus News