Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

New Traffic Rules / ଟ୍ରାଫିକ୍‌ ନିୟମକୁ ନେଇ ବଡ଼ ଅପ୍‌ଡେଟ୍‌, ମାନିବାକୁ ବାଧ୍ୟ !

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
ଟ୍ରାଫିକ୍‌ ନିୟମକୁ ନେଇ ବଡ଼ ଅପ୍‌ଡେଟ୍‌, ମାନିବାକୁ ବାଧ୍ୟ !
Traffic Rule

Key Points

କେନ୍ଦ୍ର ସରକାର ଦ୍ୱାରା Central Motor Vehicles Rules, 2026 ନେଇ ଗେଜେଟ ନୋଟିଫିକେସନ ଜାରି। ଏହି ନୂଆ ଆଇନ 1 ଜାନୁଆରୀ 2026 ରୁ ଲାଗୁ।

ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ ପାଇଁ କଠୋର ହେଲେ କେନ୍ଦ୍ର ସରକାର। ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କଲେ କେନ୍ଦ୍ର ସଡ଼କ ଓ ଜାତୀୟ ରାଜପଥ ମନ୍ତ୍ରାଳୟ। କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ, 1989ର ନିୟମ 167 ଓ 167A ସଂଶୋଧନ କଲେ କେନ୍ଦ୍ର ସରକାର। କେନ୍ଦ୍ର ସରକାର ଦ୍ୱାରା Central Motor Vehicles Rules, 2026 ନେଇ ଗେଜେଟ ନୋଟିଫିକେସନ ଜାରି। ଏହି ନୂଆ ଆଇନ 1 ଜାନୁଆରୀ 2026 ରୁ ଲାଗୁ।

ତେବେ ନଜର ପକାନ୍ତୁ ନିୟମ ଗୁଡିକ ଉପରେ ..

-ଏକ ବର୍ଷ ମଧ୍ୟରେ 5 ଥର କିମ୍ବା ଅଧିକ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ ଓ RC

-ପୋଲିସ କିମ୍ବା ଅଧିକୃତ ଅଧିକାରୀ ଫିଜିକାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ଚାଲାଣ ଜାରି କରିପାରିବେ

-ଇ-ଚାଲାଣ ସିଷ୍ଟମ୍ ମାଧ୍ୟମରେ ସ୍ୱୟଂଚାଳିତ ଚାଲାଣ ଜାରିର ବ୍ୟବସ୍ଥା

-ଚାଲାଣ 15 ଦିନ ମଧ୍ୟରେ ଫିଜିକାଲ୍ କିମ୍ବା 3 ଦିନ ମଧ୍ୟରେ ଇଲେକ୍ଟ୍ରୋନିକ୍ ଭାବେ ପଠାଯିବ

-ଚାଲାଣ ବିବରଣୀ ପୋର୍ଟାଲରେ ଅପଲୋଡ୍ ହେବ

-45 ଦିନ ମଧ୍ୟରେ ଚାଲାଣ ଦେବା କିମ୍ବା ଚ୍ୟାଲେଞ୍ଜ କରିବା ସୁଯୋଗ

-45 ଦିନରେ ଚ୍ୟାଲେଞ୍ଜ ନ କଲେ ଚାଲାଣ ସ୍ୱୀକୃତ ମନେ କରାଯିବ

-ଚାଲାଣ ଦେୟ ନ ଦେଲେ ଦୈନିକ ଇ-ନୋଟିସ୍ ପଠାଯିବ

-ଚାଲାଣ ନ ଦେଲେ DL / RC ରଦ୍ଦ ହୋଇପାରେ

-ଯାନକୁ ପୋର୍ଟାଲରେ “Not to be Transacted” ଭାବେ ଚିହ୍ନଟ କରାଯିବ

-ଆଦାଲତ ଆଦେଶ ସପକ୍ଷରେ ଯାନ ଜବତ କରିବା ଅଧିକାର

-ଚାଲାଣ ଗାଡ଼ିର ପଞ୍ଜୀକୃତ ମାଲିକଙ୍କ ନାମରେ ଜାରି ହେବ

-SMS/ E-mail ମାଧ୍ୟମରେ ଅପରାଧ ସୂଚନା ଦେବା ବାଧ୍ୟତାମୂଳକ

-ନେଟୱର୍କ ନଥିଲେ ଅଫଲାଇନ୍ ଡାଟା ରେକର୍ଡ, ପରେ ପୋର୍ଟାଲରେ ଅପଲୋଡ୍ ହେବ

ଅନ୍ୟପଟେ ଓଡ଼ିଶାରେ ରାସ୍ତାରେ ମୁଣ୍ଡ ଗଡୁଛି, ଚିନ୍ତା ବଢୁଛି । ହିଟ ଆଣ୍ଡ ରନରେ ଯାଉଛି ଜୀବନ । କାଗଜ କଲମରେ ଚାଲିଛି ସଡ଼କ ସୁରକ୍ଷା । ହଂସପାଳ ହିଟ ଆଣ୍ଡ ରନ୍‌ କେସ୍‌ରେ ଜବତ ହେଲା ବାହାର ରାଜ୍ୟ ରେଜିଷ୍ଟ୍ରେସନ ଥିବା କଣ୍ଟେନର । ଅପରାହ୍ନରେ ସହର ଭିତରକୁ ଭାରିଯାନ ପ୍ରବେଶ ପରେ ଟ୍ରାଫିକର ପାରିବା ପଣିଆ ନେଇ ଉଠିଲା ପ୍ରଶ୍ନ । ସେପଟେ ଦିଲ୍ଲୀପଙ୍କ ମୃତ୍ୟୁ ପରେ ଶୋକର ଛାୟା । ରାଜୀବ ଭବନ ସମ୍ମୁଖରେ ଦୁର୍ଘଟଣାରେ ଅନ୍ୟ ଜଣଙ୍କର ମୃତ୍ୟୁ। ରାଜ୍ୟରେ ଦିନକୁ ଦୁର୍ଘଟଣାରେ ଯାଉଛି ୧୮ ମୁଣ୍ଡ ।

ଦୁଇଟି ଦୁର୍ଘଟଣାରେ ରାଜଧାନୀରେ ଗଡ଼ିଛି ଦୁଇଟି ମୁଣ୍ଡ। କାନ୍ଦରେ ଫାଟି ପଡୁଥିଲା କ୍ୟାପିଟାଲ ହସ୍ପିଟାଲ ପରିସର । ସନ୍ଧ୍ୟା ସମୟରେ କ୍ୟାପିଟାଲ ଥାନା ଅଧିନ ରାଜୀବ ଭବନ ସମ୍ମୁଖରେ ଗୋଟିଏ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ। ଠିକ ତାର ପରେ ପରେ ପାହାଳ ଥାନା ଅନ୍ତର୍ଗତ ହଂସପାଳରେ ହିଟ ଆଣ୍ଡ ରନ୍‌ରେ ସାଲିଆ ସାହିର ଦିଲ୍ଲୀପ କୁମାର ବେହେରାଙ୍କ ଅକାଳ ମୃତ୍ୟୁ । ରଙ୍ଗ କାମ କରି ପେଟ ପୋସନ୍ତି ଦିଲ୍ଲୀପ । ଘରେ ସ୍ତ୍ରୀ ଓ ସାତ ବର୍ଷର ଛୁଆ। ସେପଟେ ଦୁର୍ଘଟଣା ଘଟାଇଥିବା କଣ୍ଟେନରକୁ ଜବତ କରିବା ସହ କିଲର ଡ୍ରାଇଭର ରାଜସ୍ଥାନର କାଶ୍ମୀର ସିଂହକୁ କୋର୍ଟଚାଲାଣ କରିଛି ପୋଲିସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
New Traffic Rules | Big update on traffic rules, must be obeyed ! | Argus News