ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା, ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ଶିକ୍ଷକ

ଅର୍ଗସ ବ୍ୟୁରୋ: ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା । ସୀତାମଢ଼ି ଜିଲ୍ଲାରେ ଜଣେ ଗୁରୁ ନିଜ ଶିଷ୍ୟଙ୍କ ସହ ଏପରି ଘୃଣ୍ୟ କାର୍ଯ୍ୟ କରିଛନ୍ତି । ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ପୂରା ଘଟଣା ଜିଲ୍ଲାର ପ୍ୟାରିହର ପୋଲିସ ଷ୍ଟେସନ ପରିସରରେ ଥିବା ଏକ ଗାଁର ଅଟେ । ସମାଜ ପାଇଁ ଲଜ୍ଜାଜନକ ଏହି ଘଟଣା ଗୁରୁ-ଶିଷ୍ୟ ସମ୍ପର୍କକୁ ପୁଣି ଥରେ କଳଙ୍କିତ କରିଦେଇଛି। ଅଭିଯୁକ୍ତ ଶିକ୍ଷକ ପ୍ରଥମେ ଛାତ୍ରୀଙ୍କୁ ବିବାହ ପାଇଁ ପ୍ରଲୋଭିତ କରିଥିଲେ ଏବଂ ତା’ପରେ ଝିଅଟି ସହିତ ଶାରୀରିକ ସମ୍ପର୍କ ରଖିଥିଲେ।
କେବଳ ସେତିକି ନୁହେଁ, ଶାରୀରକ ସମ୍ପର୍କ ରଖୁଥିବା ସମୟରେ ଭିଡିଓ ମଧ୍ୟ କରିଦେଇଥିଲା ଅଭିଯୁକ୍ତ ଶିକ୍ଷକ। ଭିଡିଓ ଦେଖାଇ ବାରମ୍ୱାର ବ୍ଲାକମେଲ କରୁଥିଲେ ଅଭିଯୁକ୍ତ ଜଣକ। ଏମିତି ବାରମ୍ୱାର ବ୍ଲାକମେଲ କରି ଛାତ୍ରୀଙ୍କ ସହ ଅନେକ ଦିନ ଧରି ସମ୍ପର୍କ ରଖୁଥିଲେ ଅଭିଯୁକ୍ତ ଶିକ୍ଷକ। ଭିଡିଓ ଭାଇରାଲ କରିଦେବାର ବାରମ୍ୱାର ଧମକ ମଧ୍ୟ ଦେଉଥିଲେ। ଦିନେ ଛାତ୍ରୀଙ୍କର ମା' ଉଭୟଙ୍କୁ ଧରିଥିଲେ। ମହିଳା ଜଣଙ୍କ ଶିକ୍ଷକଙ୍କ ନାମରେ ଥାନାରେ ଏଫଆଇଆର ଦେଇଛନ୍ତି। ଏଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଭିଯୁକ୍ତ ଶିକ୍ଷକ ଜଣଙ୍କ ଗାଁରେ ଏକ କୋଚିଂ ସେଣ୍ଟର ଖୋଲିଛନ୍ତି। ସେଠାକୁ ଟ୍ୟୁସନ ହେବାକୁ ଯାଉଥିଲେ ପିଡୀତା ଜଣଙ୍କ। ତେବେ ତଣେ କି ଦୁଇ ଥର ନୁହେଁ ୭୦ ଥର ଅଭିଯୁକ୍ତ ଶିକ୍ଷକ ଜଣଙ୍କ ପୀଡିତାଙ୍କ ସହ ସମ୍ପର୍କ ରଖିଥିବା ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ ଦେଶ ଖବର: