Videos
|
National

ବିହାର ବିଧାନସଭାରେ ଫେବୃଆରୀ ୧୦ରେ ହେବ ଫ୍ଲୋର ଟେଷ୍ଟ

Ritu Das
Browse all articles by Ritu Das
·2 years ago
ବିହାର ବିଧାନସଭାରେ ଫେବୃଆରୀ ୧୦ରେ ହେବ ଫ୍ଲୋର ଟେଷ୍ଟ

ଅର୍ଗସ ବ୍ୟୁରୋ: ଫେବ୍ରୁଆରୀ ୧୦ରେ ବିହାର ବିଧାନସଭାରେ ନୀତୀଶ କୁମାର ସରକାରର ହେବ ଫ୍ଲୋର ଟେଷ୍ଟ। ଏହି ଦିନ ଏନଡିଏ ସରକାରକୁ ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ପଡିବ। 28 ତାରିଖରେ ମହା ମେଣ୍ଟ ସରକାରରୁ ଇସ୍ତଫା ଦେଇ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନୀତୀଶ କୁମାର। 

ତାଙ୍କ ସହ ବିଜେପିରୁ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ୬ ଜଣ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେମନଙ୍କ ମଧ୍ୟର ହାମରୁ ଜଣେ ଓ ଜଣେ ସ୍ବାଧୀନ ବିଧାୟକ ବି ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ବିହାର ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୨୨ ହୋଇଥିବା ବେଳେ ଏନଡିଏ ପାଖରେ ୧୨୮ ବିଧାୟକଙ୍କର ସମର୍ଥନ ରହିଛି। ନୀତୀଶ ସରକାର 10 ତାରିଖରେ ବହୁମତ ସାବ୍ୟସ୍ତ କରିବା ପରେ ୧୨ ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Bihar Assembly | Argus News