Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ନୀତୀଶ

Smruti Parija
Browse all articles by Smruti Parija
·2 years ago
ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ନୀତୀଶ

ଅର୍ଗସ ବ୍ୟୁରୋ:  ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ । ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ନୀତୀଶ ।  

ବିହାର ରାଜନୈତିକ ଦଳରେ ବଡ ହଟଚମଟ ଦେଖିବାକୁ ମିଳିଛି । ବିହାରରେ ଜେଡିୟୁ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ନୀତିଶ ଇସ୍ତଫା ଦେବା ନେଇ ବୈଠକରେ ଘୋଷଣା କରାଯାଇଥିଲା । ଏହାପରେ ନୀତୀଶ ରାଜଭବନ ଅଭିମୁଖେ ବାହାରିଥିଲେ । ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ନୀତୀଶ । 

ବିଜେପି ସହ ମିଶି ସରକାର ଗଢିବେ ନୀତୀଶ । ଆଉ କିଛି ସମୟ ପରେ ନୀତୀଶଙ୍କ ବାସଭବନରେ ବସିବ NDA ବୈଠକ । ଆଜି ନୀତିଶ ନୂଆ ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏମିତି ହେଲେ ନବମ ଥର ଲାଗି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bihar CM and JD(U) president Nitish Kumar meets Governor at Raj Bhavan; tells him - We have decided to sever ties with the mahagathbandhan in the state | Argus News