Surprise School Visit / ବିନା ସୂଚନାରେ ସ୍କୁଲରେ ପହଞ୍ଚିଲେ ଜିଲ୍ଲାପାଳ, ପିଲାଙ୍କୁ ପଢ଼ାଇଲେ ପାଠ… ଖାଇବା ପରେ ନିଜେ ସଫା କଲେ ଥାଳି
·1 hour ago·2 min read

Key Points
ହଠାତ୍ ସ୍କୁଲରେ ପହଞ୍ଚି ପିଲାଙ୍କୁ ପାଠ ପଢ଼ାଇଲେ ଜିଲ୍ଲାପାଳ ଆଶୁତୋଷ ଦ୍ୱିବେଦୀ
ପିଲାଙ୍କ ସହ ବସି ଖାଇଲେ ମଧ୍ୟାହ୍ନ ଭୋଜନ, ଖାଇବା ପରେ ନିଜେ ସଫା କଲେ ଥାଳି

ସାଧାରଣତଃ ଜିଲ୍ଲାପାଳଙ୍କ ହଠାତ୍ ସ୍କୁଲ ପରିଦର୍ଶନ କଥା ଶୁଣିଲେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଛନକା ପଶିଯାଏ। କିନ୍ତୁ ବିହାରର କଟିହାର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ। ସ୍କୁଲରେ ଅଚାନକ ପହଞ୍ଚିଥିବା ଜିଲ୍ଲାପାଳ ଆଶୁତୋଷ ଦ୍ୱିବେଦୀ କେବଳ ପାଠପଢ଼ା ଓ ଶିକ୍ଷାଦାନ ବ୍ୟବସ୍ଥାର ଯାଞ୍ଚ କରିନଥିଲେ, ବରଂ ନିଜେ ପିଲାଙ୍କୁ ପାଠ ପଢ଼ାଇବା ସହ ସେମାନଙ୍କ ସହ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ। ଖାଇବା ପରେ ନିଜ ଥାଳି ନିଜେ ସଫା କରି ସେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କର ଏହି ସରଳ ଓ ପ୍ରେରଣାଦାୟକ ଆଚରଣ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଜିଲ୍ଲା ମାଜିଷ୍ଟ୍ରେଟ ଏମିତି ସ୍କୁଲକୁ ବୁଲିବାକୁ ହଠାତ ପହଞ୍ଚିଯାଇଥିଲେ। ପରେ ସେଠାରେ ପହଞ୍ଚି ପିଲାଙ୍କ କ୍ଲାସକୁ ଯାଇ ପାଠ ପଢ଼ାଇଥିଲେ। ଆଉ ତା’ପରେ ଯାହା ହେଲା ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ କାରଣ DM ସାର ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଥିଲେ। ଖାଇବା ଶେଷ ହେବା ପରେ ନିଜ ଥାଳି ନିଜେ ସଫା କରିଥିଲେ। ବିହାର କଟିହାରର ଜିଲ୍ଲାପାଳ ଆଶୁତୋଷ ଦ୍ବିବେଦୀ କୋଢା ଅଞ୍ଚଳରେ ଥିବା ରୋତାରା ସ୍କୁଲକୁ ନିରୀକ୍ଷଣ କରିବାକୁ ଯାଇଥିଲେ। ସ୍କୁଲ ଫାଇଲ ଏବଂ ବ୍ୟବସ୍ଥା କିପରି ଚାଲିଛି ତାହା ନିଜେ ପରିଦର୍ଶନ କରି ଜାଣିବାକୁ ଚାହୁଁଥିଲେ। କିନ୍ତୁ ଜଣେ ଜିଲ୍ଲାପାଳଙ୍କ ଏକ ସୁନ୍ଦର ବ୍ୟକ୍ତିତ୍ବ ମଧ୍ୟ ଦେଖିବାକୁ ମିଳିଛି।
ପାଠପଢ଼ା କିପରି ଚାଲିଛି ନିଜେ ଯାଞ୍ଚ କରିବା ସହ ନିଜ କାମ ନିଜେ ସୂଚାରୂ ରୂପେ ତୁଲାଇବାର ଏକ ସୁନ୍ଦର ଉଦାହରଣ ଦେଇଥିଲେ। ଏହାପରେ ଜିଲ୍ଲାପାଳ ଆଶୁତୋଷ ଦ୍ବିବେଦୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ। ପିଲାଙ୍କ ସହ କଥା ହେବାରେ ଏତେ ମଜି ଯାଇଥିଲେ ଯେ ଶେଷରେ କଥାବାର୍ତ୍ତା ଫିଜିକ୍ସ ପର୍ଯ୍ୟନ୍ତ ଚାଲିଯାଇଥିଲା। ବିଷୟ ଥିଲା “ହ୍ୟୁମାନ ଆଇ” … ଏହା ସହିତ ଜଡିତ କିଛି ବିଷୟକୁ ନେଇ ପ୍ରଶ୍ନ ପଚାରିଥିଲେ। ପିଲାମାନେ ପ୍ରଶ୍ନର ଉତ୍ତର ଦେବାକୁ ଉଦ୍ୟମ କରିଥିଲେ। ଜିଲ୍ଲାପାଳ କିଛି ଛାତ୍ରଛାତ୍ରୀଙ୍କୁ ବ୍ଲାକବୋର୍ଡ ନିକଟକୁ ଡାକିଥିଲେ। ଚିତ୍ର ଆଙ୍କିବାକୁ କହିଥିଲେ।
ଜିଲ୍ଲାପାଳ ଦେଖିବାକୁ ଚାହୁଁଥିଲେ ଯେ, ସରକାରୀ ସ୍କୁଲରେ ଠିକଭାବେ ପାଠପଢ଼ା ହେଉଛି କି ନାହିଁ। ସବୁ ଦେଖିବାପରେ ଦ୍ବିବେଦୀ କହିଥିଲେ ଯେ, ପ୍ରାୟ ୮୦ପ୍ରତିଶତ ପିଲା ଠିକ ଉତ୍ତର ଦେଇଛନ୍ତି। ଆଉ ଏହି ଉତ୍ତର ସତରେ ମୋତେ ଖୁସି ଦେଇଥିଲା। ବାକି ୨୦ ପ୍ରତିଶତ ପିଲାଙ୍କ ପାଠପଢ଼ା ଉନ୍ନତ କରିବାକୁ ସେମାନଙ୍କ ପାଇଁ ଅତିରିକ୍ତ କ୍ଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories