Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bihar Election / 'ଘୋଷଣାପତ୍ରରେ ମିଛ ଲେଖି ଲୋକଙ୍କୁ ଭ୍ରମିତ କରୁଛି ଇଣ୍ଡିମେଣ୍ଟ'

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
'ଘୋଷଣାପତ୍ରରେ ମିଛ ଲେଖି ଲୋକଙ୍କୁ ଭ୍ରମିତ କରୁଛି ଇଣ୍ଡିମେଣ୍ଟ'

Key Points

ରାଜ୍ୟରେ ମହାମେଣ୍ଟ ସରକାର ଗଠନ ହେଲେ ୨୦ ଦିନ ମଧ୍ୟରେ ପ୍ରତି ପରିବାରରୁ ଜଣକୁ ସରକାରୀ ଚାକିରି ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି ।

ବିହାର ନିର୍ବାଚନ ପାଇ ମହାଗଠବନ୍ଧନ ଘୋଷଣାପତ୍ରକୁ ବିଜେପିର ଟାର୍ଗେଟ । ଯେଉଁମାନେ ବିହାରର ବିକାଶ କରିବାକୁ ଦାବି କରୁଛନ୍ତି ସେମାନଙ୍କ ବିରୋଧରେ ରହିଛି ଲମ୍ବା ଦୁର୍ନୀତି ଅଭିଯୋଗ । ୧୫ ଦିନ ପୂର୍ବରୁ ଦିଲ୍ଲୀ କୋର୍ଟ ଚାର୍ଜ ଫ୍ରେମ୍ କରିଥିଲା ବୋଲି କହିଛନ୍ତି ବିଜେପି ସାଂସଦ ରବି ଶଙ୍କର ପ୍ରସାଦ । ଚାକିରି ପାଇଁ ଜମି ଦୁର୍ନୀତିର ସତ ବିହାରବାସୀଙ୍କୁ ଜଣାଅଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ ମହାମେଣ୍ଟ ସରକାର ଗଠନ ହେଲେ ୨୦ ଦିନ ମଧ୍ୟରେ ପ୍ରତି ପରିବାରରୁ ଜଣକୁ ସରକାରୀ ଚାକିରି ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି । ଡିସେମ୍ବରରୁ ମାଆ ଓ ଭଉଣୀଙ୍କୁ ମାସିକ ୨ ହଜାର ୫ ଶହ ଟଙ୍କା ଦେବାକୁ ଇସ୍ତାହାରରେ କହିଛି ମହାମେଣ୍ଟ । ଏଭଳି ପ୍ରତିଶ୍ରୁତି ଦେଇ ରାଜ୍ୟବାସୀଙ୍କୁ ମହାଗଠବନ୍ଧନ ଭୁଆଁ ବୁଲାଇବାକୁ ପ୍ରୟାସ କରିଥିବା କହିଛନ୍ତି ବିଜେପି ସାଂସଦ ରବି ଶଙ୍କର ପ୍ରସାଦ ।

ତେବେ ବିହାରରେ ନିର୍ବାଚନୀ ମାହୋଲ ସରଗରମ ରହିଛି । ଏହି ଅବସରରେ ଅର୍ଗସକୁ ପ୍ରତିକ୍ରିୟା ଦେଇ ସୋମବାର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ନିର୍ଦ୍ଦିଷ୍ଟ ବର୍ଗଙ୍କୁ ପ୍ରଭାବିତ କରି ଭୋଟ ନେବାର ରାଜନୀତି କରୁଛନ୍ତି ତେଜସ୍ୱୀ। ତାଙ୍କର ପାଠକୁ ଠିକ୍ କରିବାକୁ ପଡ଼ିବ। ସରକାରକୁ ଆସିଲେ ୱାକଫ ଆଇନକୁ କୁଡାଦାନରେ ଫିଙ୍ଗିଦେବା କଥା କହିବା ଅତ୍ୟନ୍ତ ନିନ୍ଦନୀୟ । ଏହି ଆଇନ ସଂସଦରେ ପାରିତ ହୋଇଛି। ବିଧାନସଭା ନିର୍ବାଚନ ବିହାରରେ ହେଉଛି । ବହୁ ସଂଖ୍ୟକ ଜନାଧାର ତାଙ୍କ ପାଖରେ ଆଉ ନାହିଁ। ପାଦତଳୁ ମାଟିକୁ ଧରି ରଖିବା ପାଇଁ ଏପରି କହିଛନ୍ତି ତେଜସ୍ୱୀ। ଲୋକଙ୍କ ମଧ୍ୟରେ ଭୟ ତିଆରି କରିବା, ମିଛ କହିବା ତାଙ୍କର କାମ। ସେ ବାସ୍ତବରେ କଣ କହନ୍ତି ତାଙ୍କୁ ନିଜକୁ ହିଁ ଜଣା ନଥାଏ। ବିହାରରେ RJD ଦୁର୍ନୀତି କରିବାର ଅନେକ ଉଦାହରଣ ରହିଛି।

ଏଥର ବିହାରରେ ଜଙ୍ଗଲରାଜ, ଦୁର୍ନୀତି ବନାମ ବିକାଶ, ବିଶ୍ୱାସ ବନାମ ବିଶ୍ୱାସଘାତ ଉପରେ ଲୋକ ମତଦାନ କରିବେ। ୩୦ ତାରିଖରେ ମୁଜାଫରପୁର ଓ ଛପରାରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ। ୨ ତାରିଖରେ ପାଟନାରେ ରୋଡ ସୋ କରିବେ। ଏହାର ବଡ଼ ପ୍ରଭାବ ପଡ଼ିବ, ପୁଣି ଥରେ ଡବଲ ଇଞ୍ଜିନ ସରକାର ହେବ ବୋଲି ସୋମବାର ଦିନ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି, ବିହାରରେ ମୁଖ୍ୟ ପ୍ରସଙ୍ଗ ହେଉଛି ବିହାରର ଯୁବପିଢ଼ିଙ୍କ ଆକାଂକ୍ଷା ପୂରଣ କରିବା। ବିହାରରେ ଅପାର ସମ୍ଭାବନା ଅଛି। ଗତ ୨୦ବର୍ଷ ମଧ୍ୟରେ, ଏବଂ ବିଶେଷ କରି ଗତ ୧୧ ବର୍ଷ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବୋଦୟର କଳ୍ପନା କରିଛନ୍ତି। ସେ ପୂର୍ବ ଭାରତକୁ ଗୁରୁତ୍ୱ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bihar Election | Bihar Election: Mahagathbandhan is misleading people by writing lies in the manifesto | Argus News