Bihar Election Result / ବିହାର ନିର୍ବାଚନ ଫଳାଫଳ: ଆଗୁଆ ଅଛି ଏନଡିଏ
·8 months ago·1 min read

Key Points
ଦୁଇ ପର୍ଯ୍ୟାୟ ବିହାର ବିଧାନସଭା ନିର୍ବାଚନର ଫଳାଫଳ (Bihar Results) ଆଜି ଶୁକ୍ରବାର (ନଭେମ୍ବର ୧୪) ଘୋଷଣା କରାଯିବ। ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି ।
ଦୁଇ ପର୍ଯ୍ୟାୟ ବିହାର ବିଧାନସଭା ନିର୍ବାଚନର ଫଳାଫଳ (Bihar Results) ଆଜି ଶୁକ୍ରବାର (ନଭେମ୍ବର ୧୪) ଘୋଷଣା କରାଯିବ। ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ସରିଛି । ଆଉ ବର୍ତ୍ତମାନର ତାଜା ଟ୍ରେଣ୍ଡ ମୁତାବକ ୨୪୩ରୁ ୨୪୨ ଆସନ ମଧ୍ୟରୁ ଏନଡିଏ ୧୭୨ ଆସନରେ ଆଗୁଆ ଥିବାବେଳେ ମହାଗଠବନ୍ଧନ ୬୭ ଥିବାବେଳେ ଅନ୍ୟାନ୍ୟ ୪ ରହିଛି।
ଏହାସହ ପଢ଼ନ୍ତୁ: ଆଜି ବିହାର ଭୋଟ୍ ଗଣତି: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ବିହାର ବିଧାନସଭାରେ ୨୪୩ଟି ଆସନ ଅଛି ଏବଂ ବହୁମତ ସଂଖ୍ୟା ୧୨୨। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ବିହାରରେ କ୍ଷମତା ବଜାୟ ରଖିବ ବୋଲି ଆଶା କରାଯାଉଛି। ଭୋଟ ପରେ ପ୍ରକାଶିତ ଏକଜିଟ ପୋଲରେ ଏନଡିଏକୁ ବହୁମତ ମିଳିବ ବୋଲି କୁହାଯାଇଥିଲା । ଅଧିକାଂଶ ଏକଜିଟ ପୋଲରେ ଏନଡିଏର ବିଜୟ ନେଇ ଆକଳନ କରାଯାଇଥିବାବେଳେ ନୀତିଶ କୁମାରଙ୍କ ଶାସନ ଏବଂ ତାଙ୍କ ପଦକ୍ଷେପ ଏହି ବିହାର ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଛବି ଏବଂ ପ୍ରଚାର ମଧ୍ୟ ଏନଡିଏର ରଣନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଅନ୍ୟପକ୍ଷରେ ଆରଜେଡି ନେତା ତଥା ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ବି ବହୁମତ ମିଳିବା ନେଇ ଦାବି କରୁଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories