Bihar Politics / ବିହାରରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଜମିବ ପ୍ରଚାର
·10 months ago·2 min read

Key Points
ବିହାରରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଜମିବ ପ୍ରଚାର। ୧୮ ଜିଲ୍ଲାର ୧୨୧ ଆସନରେ ପ୍ରାର୍ଥୀ କରୁଛନ୍ତି ପ୍ରତିଦ୍ୱନ୍ଦ୍ବିତା ।
ବିହାରରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଜମିବ ପ୍ରଚାର। NDA ପାଇଁ ପ୍ରଚାର କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା, ବିହାର ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ପବନ ସିଂ ଏବଂ ମନୋଜ ତିୱାରୀ। ସେପଟେ ଆସନ୍ତାକାଲି ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ମୋଟ ୧୩୧୪ ଜଣ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ପ୍ରଶାସନ । ମତଦାନ କେନ୍ଦ୍ର ପହଞ୍ଚିବେ ପୋଲିଂ ଏଜେଣ୍ଟ। ଅନେକ ହେଭିୱେଟଙ୍କ ହେବ ଭାଗ୍ୟ ପରୀକ୍ଷା।
୧୮ ଜିଲ୍ଲାର ୧୨୧ ଆସନରେ ପ୍ରାର୍ଥୀ କରୁଛନ୍ତି ପ୍ରତିଦ୍ୱନ୍ଦ୍ବିତା । ଏହି ଜିଲ୍ଲାଗୁଡ଼ିକ ହେଉଛି ମାଧେପୁରା, ସହରସା, ଦରଭଙ୍ଗା, ମୁଜାଫରପୁର, ଗୋପାଳଗଞ୍ଜ, ସିୱାନ, ସରନ, ବୈଶାଳୀ, ସମସ୍ତିପୁର, ବେଗୁସରାଇ, ଖଗାରିଆ, ମୁଙ୍ଗେର, ଲଖିସରାଇ, ଶେଖପୁରା, ନାଳନ୍ଦା, ପାଟନା, ଭୋଜପୁର ଏବଂ ବକ୍ସର।
ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଛି ପ୍ରଚାର । ଉଭୟ NDA ଓ ମହାମେଣ୍ଟର ଷ୍ଟାର ପ୍ରଚାରକ ମାନେ ଭୋଟର ମାନଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଦମ ଲଗାଇ ଦେଇଛନ୍ତି । ଏବେ ମତଦାନର ପୂରା ପ୍ରସ୍ତୁତି ଶେଷ ହୋଇଛି । ମତଦାନ କର୍ମୀଙ୍କୁ ସବୁ ଜିଲ୍ଲାରେ ଡ୍ୟୁଟି ସମ୍ୱନ୍ଧିତ କାଗଜପତ୍ର ପ୍ରଦାନ କରାଯାଇଛି । ବୁଧବାର ସବୁ କର୍ମୀ ଇଭିଏମ୍-ଭିଭିପାଟ୍ ଆଦି ନେଇ ମତଦାନ କେନ୍ଦ୍ରରେ ପହଞ୍ଚିବେ । ନଭେମ୍ୱର ୬ରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଚାଲିବ । କିଛି ସମ୍ୱେଦନଶୀଳ ଆସନରେ ସନ୍ଧ୍ୟା ୫ଟା ଯାଏ ଭୋଟ ହେବ।
ଏହାସହ ପଢ଼ନ୍ତୁ: ମହାମେଣ୍ଟର ଲୁଣ୍ଠନ ବ୍ଲୁ-ପ୍ରିଣ୍ଟରୁ ପରଦା ହଟାଇଲେ ଧର୍ମେନ୍ଦ୍ର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏବେ ସମ୍ମୁଖ ଯୁଦ୍ଧ, ପ୍ରସ୍ତୁତ ମଇଦାନ । ସିଂହାସନ ପାଇଁ ସଂଗ୍ରାମ । ଆସନ୍ତା ୬ରେ ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ସଂଧ୍ୟା ୫ଟାରୁ ଥମିଛି ପ୍ରଚାର । ୧୮ ଜିଲ୍ଲାର ୧୨୧ ଆସନରେ ନିର୍ବାଚନ ପ୍ରଚାର ଶେଷ ଦିନରେ ଏନଡିଏ ଷ୍ଟାର ପ୍ରଚାରକ କରିଛନ୍ତି ହାଇଭୋଲ୍ଟେଜ ପ୍ରଚାର । ଏପଟେ ମେରା ବୁଥ୍ ସବସେ ସଜବୁତ ଯୁବ ସମ୍ବାଦ ଭର୍ଚୁଆଲ କର୍ଯ୍ୟକ୍ରମରେ ଦଳୀୟ ନେତା ଓ କର୍ମୀଙ୍କ ମନରେ ଜୋସ୍ ଭରିଛନ୍ତି ପିଏମ ମୋଦି । ଏନଡିଏ ମହିଳା ପ୍ରାର୍ଥୀ ଓ କର୍ମୀଙ୍କୁ ପ୍ରେରଣା, ମାର୍ଗଦର୍ଶନ ସହ ବିଜୟ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବିହାରରେ ୧୫ ବର୍ଷ ଧରି ଲାଲୁ ପରିବାରର ଜଙ୍ଗଲ ରାଜ୍ ସମୟରେ ଦୁର୍ଦ୍ଦଶାର କାହାଣୀ ମୋଦିଙ୍କ ପାଖରେ ବଖାଣିଛନ୍ତି ମହିଳା ।
ସେପଟେ ଦରଭଙ୍ଗା, ମୋତିହାରୀରେ ଆଗାମୀ ୫ ବର୍ଷରେ ରାଜ୍ୟ ବିକାଶର ନକ୍ସା ଦେଖାଇଛନ୍ତି ଅମିତ ଶାହ । ସେହିଭଳି ରାଘୋପୁର ରାଲିରେ ସାମିଲ ହୋଇ ମହାମେଣ୍ଟକୁ ଜୋରଦାର ଆଟାକ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଗତ ୧୦ ବର୍ଷ ମଧ୍ୟରେ ବିହାର ବିକାଶ ପାଇଁ କେନ୍ଦ୍ର ସରକାର ୧୫ ଲକ୍ଷ କୋଟି ଟଙ୍କା ଯୋଗାଇ ଦେଇଥିବା କହିଛନ୍ତି ରାଜନାଥ । ମଧୁବନୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଜନତାଙ୍କୁ ଉଚିତ ନିଷ୍ପତ୍ତି ନେବାକୁ ଆହ୍ବାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

Related Topics
Explore more stories