Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bihar Election / ୨୪୩ ବିଧାୟକଙ୍କୁ ବାଛିବେ ୭ କୋଟି ୪୩ ଲକ୍ଷ ନାଗରିକ

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
୨୪୩ ବିଧାୟକଙ୍କୁ ବାଛିବେ ୭ କୋଟି ୪୩ ଲକ୍ଷ ନାଗରିକ

Key Points

ବାଜିଲା ବିହାର ବିଧାନସଭା ନିର୍ବାଚନ ବିଗୁଲ
ନଭେମ୍ବର ୬ ଓ ୧୧, ୨ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ
ନଭେମ୍ବର ୧୪ରେ ଭୋଟ୍ ଗଣତି

ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଜାତୀୟ ନିର୍ବାଚନ କମିଶନ । ୨୪୩ ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ହେବ ଭୋଟ୍ ଗ୍ରହଣ। ନଭେମ୍ବର ୬ରେ ପ୍ରଥମ ଓ ନଭେମ୍ବର ୧୧ରେ ହେବ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ନଭେମ୍ବର ୧୪ରେ ହେବ ଭୋଟ୍ ଗଣତି । ଜାତୀୟ ନିର୍ବାଚନ କମିଶନ କହିଛନ୍ତି, ବାଦ ପଡିବେନି ଜଣେ ବି ଯୋଗ୍ୟ ମତଦାତା । ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୨୨ଟି ଆସନରେ ହେବ ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ପାଇଁ ଅକ୍ଟୋବର ୧୭ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୨୦ ଅକ୍ଟୋବର ନାମାଙ୍କନ ଦାଖଲର ଶେଷ ତାରିଖ।

ବିହାରରେ ଏଥର ମତାଧିକାର ସାବ୍ୟସ୍ତ କରିବେ ମୋଟ ୭ କୋଟି ୪୩ ଲକ୍ଷ ଭୋଟର । ମତଦେବେ ୩.୯୨ କୋଟି ପୁରୁଷ, ୩.୫୦ କୋଟି ମହିଳା । ଏମାନଙ୍କ ମଧ୍ୟରେ ଅଛନ୍ତି ୧୪ ଲକ୍ଷ ନୂଆ ଭୋଟର । ମୋଟ ୯୦ ହଜାର ୭୧୨ଟି ଭୋଟ ଗ୍ରହଣ କେନ୍ଦ୍ରର ବ୍ୟବସ୍ଥା କରାଯିବ । ଗୋଟିଏ କେନ୍ଦ୍ରରେ ହାରାହାରି ୮୧୮ ଭୋଟର ରହିବେ । କୌଣସି ମତଦାନ କେନ୍ଦ୍ରରେ ୧୨ଶହରୁ ଅଧିକ ଭୋଟର ରହିବେ ନାହିଁ। ସମସ୍ତ ସେଣ୍ଟରରେ ହେବ ଶତ ପ୍ରତିଶତ ୱେବ୍ କାଷ୍ଟିଂ । SIR ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ୨୨ ବର୍ଷର ଶୁଦ୍ଧିକରଣ ପରେ ଭୋଟର ତାଲିକା ପ୍ରକାଶ କରାଯାଇଛି । ଜଣେ ବି ଯୋଗ୍ୟ ଭୋଟର ମତଦାନରୁ ବଞ୍ଚିତ ହେବେନାହିଁ ଏହା ମୁଖ୍ୟ ଉଦ୍ଦେଶ୍ୟ।

୨୦୨୦ ବିହାର ନିର୍ବାଚନରେ ଲାଲୁଙ୍କ RJD ୭୫, ବିଜେପି ୭୪ ଓ ନୀତୀଶଙ୍କ JDU ୪୩ ଆସନରେ ବିଜୟୀ ହୋଇଥିଲେ। କଂଗ୍ରେସ୍ ୧୯ ଏବଂ ଅନ୍ୟାନ୍ୟ ଓ ସ୍ବାଧୀନ ପ୍ରାର୍ଥୀ ଜିତିଥିଲେ ୩୧ଟି ସିଟ୍ । ନିର୍ବାଚନରେ ସରକାର ଗଠନ କଲେ ବିଜେପି ଓ ଜେଡିୟୁ । କିନ୍ତୁ ୨୦୨୨ରେ ବିଜେପି ହାତ ଛାଡ଼ି ଆରଜେଡି ସହ ମିଶି ବିହାରରେ ସରକାର ଗଢ଼ିଲେ ନୀତୀଶ। ପୁଣି ୨୦୨୪ରେ ଆରଜେଡିକୁ ଛାଡ଼ି ଏନଡିଏକୁ ଫେରିଲେ । ଏବେ ବିହାରରେ ନୀତୀଶଙ୍କ ନେତୃତ୍ବରେ ଚାଲିଛି ଏନଡିଏ ସରକାର ।

ବିହାର ନିର୍ବାଚନକୁ କଡ଼ା କଡ଼ି ଓ ତ୍ରୁଟିଶୂନ୍ୟ କରିବା ପାଇଁ ନିର୍ବାଚନ କମିଶନ ନେଇଛନ୍ତି ବଡ଼ ପଦକ୍ଷେପ । ସେଗୁଡ଼ିକ ହେଲା...

ବୁଥ୍ ସ୍ତରୀୟ ଅଧିକାରୀ (BLO) ଏବଂ ପର୍ଯ୍ୟବେକ୍ଷକଙ୍କୁ ତାଲିମ ଦିଆଯାଇଛି। IIIDEM ରେ 7,000 ରୁ ଅଧିକ BLO ଙ୍କୁ ତାଲିମ ଦିଆଯାଇଛି।

SIRର ସଫଳ ସମାପ୍ତି ହୋଇଛି । ୨୨ ବର୍ଷ ପରେ 90,000 ରୁ ଅଧିକ ତାଲିମ ପ୍ରାପ୍ତ BLO, ଭୋଟର ତାଲିକାକୁ ଶୁଦ୍ଧ କରିଛନ୍ତି।

ଡିଜିଟାଲ୍ ଇଣ୍ଡେକ୍ସ କାର୍ଡକୁ ଶୀଘ୍ର ବଣ୍ଟନ କରିବାର ବ୍ୟବସ୍ଥା କରାଯାଇଛି । ମତଦାନର କିଛି ଦିନ ପରେ ଡିଜିଟାଲ୍ ଇଣ୍ଡେକ୍ସ କାର୍ଡ ଉପଲବ୍ଧ ହେବ।

ଓ୍ୱାନ୍‌ ଷ୍ଟପ୍ ଡିଜିଟାଲ୍ ପ୍ଲାଟଫର୍ମ ଅର୍ଥାତ୍ ନିର୍ବାଚନ ସେବା ପାଇଁ ଏକକ ଡିଜିଟାଲ୍ ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଛି ।

୧୫ ଦିନ ମଧ୍ୟରେ ଭୋଟର ପରିଚୟପତ୍ର ଉପଲବ୍ଧ ହେବ ।

ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ପରିଚୟପତ୍ର ଦିଆଯାଇଛି ।

ଫର୍ମ 17C ଏବଂ EVM ମେଳ ନଖାଇଲେ VVPAT ଗଣନା କରାଯିବ ।

EVM ଗଣନାର ଶେଷ ଦୁଇ ରାଉଣ୍ଡ ପୂର୍ବରୁ ପୋଷ୍ଟାଲ୍ ବାଲଟ ଗଣନା କରାଯିବ।

ବଡ଼ ବଡ଼ ସୋସାଇଟିରେ ଭିଡ଼ ହ୍ରାସ କରିବା ପାଇଁ ଅତିରିକ୍ତ ବୁଥ୍ କରାଯିବ ।

ପୁଲିଂ ବୁଥ୍‌ଠାରୁ ୧୦୦ ମିଟର ବାହାରେ ଅନୌପଚାରିକ ଭାବେ ପ୍ରାର୍ଥୀଙ୍କ ଦ୍ୱାରା ସ୍ଲିପ୍ ବିତରଣ କେନ୍ଦ୍ର କରାଯାଇପାରିବ ।

ଭୋଟର ତାଲିକା ଅପଡେଟ ପାଇଁ ବୁଥ୍ ସ୍ତରୀୟ ଏଜେଣ୍ଟଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି ।

ପୋଲିସ ଅଧିକାରୀଙ୍କୁ ମଧ୍ୟ ସ୍ୱତନ୍ତ୍ର ତାଲିମ ଦିଆଯାଇଛି । ଯାହାଦ୍ୱାରା ଆଇନ ଶୃଙ୍ଖଳା ପରିସ୍ଥିତି କଣ୍ଟ୍ରୋଲ୍‌ରେ ରହିବ ।

ପୋଲିସ୍ ଏବଂ ଗଣତି କର୍ମଚାରୀଙ୍କ ପାରିଶ୍ରମିକକୁ ଦ୍ୱିଗୁଣିତ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bihar Election | Bihar Election: Voting in 2 phases in Nov, why parties expect high turnout | Argus News