Bihar Politics / ବିହାର ମହାମେଣ୍ଟରେ ଫାଟ ଜଳଜଳ, କେହି କାହା କଥା ଶୁଣିବାକୁ ନାରାଜ !

Key Points
ଏଥିପାଇଁ ନିର୍ବାଚନ କମିଶନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ବିହାର ମହାମେଣ୍ଟରେ ଫାଟ ଜଳଜଳ । ବୈଶାଳୀ, ନାରକଟିଆଗଞ୍ଜ, ସିକନ୍ଦରା, କହଲଗାଓଁ ଓ ସୁଲତାନଗଞ୍ଜ ଆସନରେ କଂଗ୍ରେସ ଏବଂ ଆରଜେଡି ପ୍ରାର୍ଥୀ ପରସ୍ପର ବିରୋଧରେ ନିର୍ବାଚନ ଲଢୁଛନ୍ତି । ଯାହାକୁ ନେଇ ବିଜେପି ତୀବ୍ର କଟାକ୍ଷ କରିଛି । ମହାଗଠବନ୍ଧନ ବିହାରର ୨୪୩ ଆସନରେ ୨୫୩ ଜଣଙ୍କୁ ପ୍ରାର୍ଥୀ କରିବା ପରେ ବି ମେଣ୍ଟରେ ସବୁକିଛି ଠିକ ଚାଲିଥିବା ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ ।
ବୁଧବାର ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦଙ୍କୁ ଭେଟିଥିଲେ ଅଶୋକ ଗେହଲଟ । NCP, VIPର ବିଦ୍ରୋହୀ ନେତାଙ୍କ ସହ ଏବେବି ଆଲୋଚନା ଜାରି ରହିଥିବା କହିଛନ୍ତି ତେଜସ୍ବୀ । ଏପଟେ ଲାଲୁ ପରିବାର ୨୦ ବର୍ଷ ଧରି ରାଜ୍ୟବାସୀଙ୍କୁ ଲୁଣ୍ଠନ କରିଥିବା ଦାବି କରିବା ସହ ବିହାରବାସୀ ଜଙ୍ଗଲରାଜ୍କୁ କେବେବି ବରଦାସ୍ତ କରିବେ ନାହିଁ ବୋଲି କହିଛନ୍ତି ବିଜେପି ସାଂସଦ ରବିଶଙ୍କର ପ୍ରସାଦ ।
ଏହାସହ ପଢ଼ନ୍ତୁ:- ଫୁଲ ଦମ୍ରେ ପ୍ରଚାର ମୈଦାନରେ BJP, ଆଗକୁ ବଢ଼ିପାରୁନି ମହାଗଠବନ୍ଧନ !
ମହମେଣ୍ଟରେ ବିଦ୍ରୋହ NDAକୁ ନିର୍ଣ୍ଣାୟକ ବିଜୟ ଦେବ ବୋଲି କହିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ । ନଭେମ୍ବର ୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବର୍ତ୍ତମାନ ସୁଦ୍ଧା ୭୧ କୋଟିରୁ ଅଧିକ ନଗଦ ଟଙ୍କା, ମଦ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବା ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି । ନଭେମ୍ବର ୬ ଓ ୧୧ ତାରିଖରେ ମତଦାନ ହେବାକୁ ଥିବା ବେଳେ ନଭେମ୍ବର ୧୪ ତାରିଖରେ ଫଳାଫଳ ଘୋଷଣା କରାଯିବ। ଏଥିପାଇଁ ନିର୍ବାଚନ କମିଶନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଏହାସହ ପଢ଼ନ୍ତୁ:- ଭାରତୀୟଙ୍କ ଜବରଦସ୍ତି ଯୁଦ୍ଧକୁ ନେଉଛି ଋଷ, ଚାକିରି ଦେବେ କହି ଫସାଉଛନ୍ତି ଏଜେଣ୍ଟ !
ବିହାର ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଛି। ଦୁଇଟି ପର୍ଯ୍ୟାୟରେ ଏଠି ନିର୍ବାଚନ ଅନୁଷ୍ଠିତ ହେବ। ଏହାରି ଭିତରେ ଏନଡିଏ ନିଜ ସହଯୋଗୀ ଦଳ ସହ ଆସନ ବଣ୍ଟା ବଣ୍ଟି କାମ ସାରିଥିବା ବେଳେ ଇଣ୍ଡି-ମେଣ୍ଟ ଭିତରେ ଏବେ ବି ପ୍ରବଳ ଦ୍ୱନ୍ଦ୍ୱ ରହିଛି । ନେତାଙ୍କ ମଧ୍ୟରେ ଅଙ୍କ ଛିଣ୍ଡୁନି କି ସହମତି ଆସୁନି ।
ଏମିତି ଏକ କାରଣ ପାଇଁ ତେଜସ୍ୱୀ ଯାଦବ ଏବେ ନିଜ ଦଳର ପ୍ରାର୍ଥୀଙ୍କ ବିରୋଧରେ ପ୍ରଚାର ମଇଦାନକୁ ଓହ୍ଲାଇବେ। ତେଜସ୍ୱୀଙ୍କ ପାଇଁ ମଧ୍ୟ ଏହା ଖୁବ୍ ଚ୍ୟାଲେଞ୍ଜିଂ ହେବ। ଏହି ଘଟଣା ଦରଭଙ୍ଗା ଜିଲ୍ଲାର ଗୌରା ବାଉରାମ ଆସନ ସହିତ ଜଡ଼ିତ। ତେଜସ୍ୱୀ ଯାଦବ ନିଜ ଦଳର ପ୍ରାର୍ଥୀଙ୍କ ବିରୋଧରେ ପ୍ରଚାର କରିବେ। କାରଣ ଇଣ୍ଡି-ମେଣ୍ଟ ସହ ଆସନ ଭାଗ ବଣ୍ଟା ପୂର୍ବରୁ, ଆରଜେଡି ପକ୍ଷରୁ ଗୌରା ବାଉରାମରୁ ଅଫଜଲ ଅଲି ଖାନଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇ ସାରିଥିଲା। ତେଣୁ ସେ ବହୁ ପୂର୍ବରୁ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଥିଲେ । ଏବେ ଆଉ ପଛଘୁଞ୍ଚା ଦେବାକୁ ଚାହୁଁ ନାହାନ୍ତି ଅଫଜଲ । ଦଳ ପକ୍ଷରୁ ଅଫଜଲଙ୍କୁ ନିର୍ବାଚନ ଚିହ୍ନ ଏବଂ ଟିକେଟ ପ୍ରଦାନ କରାଯାଇ ତାଙ୍କୁ ଆରଜେଡି ପ୍ରାର୍ଥୀ ଘୋଷଣା କରାଯାଇଥିଲା ।
ସିଟ୍ ଭାଗ ବଣ୍ଟା ବେଳେ VIP ପାଖକୁ ଗଲା ଗୌରା ବାଉରାମ ଆସନ । ଏପଟେ ଅଫଜଲ ଅଲି ଖାନଙ୍କୁ RJD ଟିକେଟ ଦେଇସାରିଥିଲେ ମଧ୍ୟ ଭିଆଇପି ସହ ସିଟ୍ ଭାଗବଣ୍ଟା ନେଇ ଅନ୍ୟ ଦିଗ ବାହାରିଥିଲା । ଏହି ଆସନ ଭିଆଇପି ଅଧୀନରେ ରହିବ ବୋଲି ଦୁଇ ଦଳ ଆଲୋଚନା କରି ସ୍ଥିର କରିଥିଲେ । ଖାଲି ସେତିକି ନୁହେଁ ଏହା ମଧ୍ୟ ସ୍ଥିର ହେଲା, ମହାଗଠବନ୍ଧନ ବା ଇଣ୍ଡିମେଣ୍ଟର ସମସ୍ତ ସହଯୋଗୀ ଦଳ ଏହି ଆସନରେ ଭିଆଇପି ପ୍ରାର୍ଥୀ ସନ୍ତୋଷ ସାହାନୀଙ୍କୁ ସମର୍ଥନ କରିବେ ।
ଏହି ସମୟରେ ଅଫଜଲ ଅଲି ଖାନଙ୍କୁ ଆରଜେଡି, ଚିହ୍ନ ଫେରାଇବାକୁ ଏବଂ ନିର୍ବାଚନରୁ ଓହରି ଯିବାକୁ ଅନୁରୋଧ କରିଥିଲା, କିନ୍ତୁ ସେ ମନା କରିଦେଇଥିଲେ। ସେ ଆରଜେଡି ପ୍ରାର୍ଥୀ ଭାବରେ ତାଙ୍କର ନାମାଙ୍କନ ଦାଖଲ ମଧ୍ୟ କରିଛନ୍ତି ।
📱 Get Argus News App
✨Related Topics
Explore more stories