Alert ! Bad Husband: ସେ ବିବାହ କରିବ, ତାପରେ ମନ ଭରିଗଲେ...

Key Points
ଅଭିଯୁକ୍ତ ଜଣକ ହେଲା ରାମ ବାବୁ ସାହ ।
ତାର ତୃତୀୟ ପତ୍ନୀ ହେଲେ ଗୁଡ଼ିଆ ଦେବୀ ।
ଏହା ପୂର୍ବରୁ ରାମ ବାବୁ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ମଧ୍ୟ ହତ୍ୟା କରିଥିଲେ।
ସାବଧାନ ! ଏମିତି ସ୍ୱାମୀ ଆପଣଙ୍କ ହାବୁଡ଼ରେ ବି ପଡ଼ିପାରନ୍ତି । ଯିଏ ଆପଣଙ୍କୁ ବାହାହେବ, ମନ ଭରିଗଲେ ମାରିଦେବ । ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ବିହାର ଗୋପାଳଗଞ୍ଜର ଉଚକାଗାଓଁ ଥାନା ଅଞ୍ଚଳର ହରକେଶ ବରାଡ଼ିରୁ । ସେ ହେଉଛି କିଲର ସ୍ୱାମୀ। ତାର ସୋଉକ୍ ପ୍ରବଳ। ଜଣକ ପରେ ଜଣେ ଝିଅକୁ ବିବାହ କରୁଥିଲା। ଆଉ ତାଙ୍କଠାରୁ ମନ ଭରି ଗଲା ପରେ ତାଙ୍କୁ ମର୍ଡର କରି ଆଉ ଜଣକୁ ବିବାହ କରୁଥିଲା।
ଏହି ଘଟଣା ସେତେବେଳେ ଜଣାପଡ଼ିଲା ଯେତେବେଳେ ୩ ନମ୍ବର ସ୍ତ୍ରୀକୁ ହତ୍ୟା କରିଥିଲା । ୩ ନମ୍ବର ସ୍ତ୍ରୀଙ୍କୁ ଛୁରି ଭୁସି ହତ୍ୟା କରିବାକୁ ଚେଷ୍ଟା କରୁଥିବା ବେଳେ ସେ ଚିତ୍କାର କରିଥିଲେ । ଯାହାଫଳରେ ପଡ଼ୋଶୀ ମଧ୍ୟ ଚିତ୍କାର ଶୁଣିଥିବା ସନ୍ଦେହ କରିଥିଲା ହତ୍ୟାକାରୀ ସ୍ୱାମୀ। ତେଣୁ ବାଧ୍ୟ ହୋଇ ସେ ଥାନାରେ ନିଜକୁ ଆତ୍ମସମର୍ପଣ କରିଥିଲା । ହେଲେ ତାପୂର୍ବରୁ ସ୍ୱାମୀର ଏପରି ନାରକୀୟ କାଣ୍ଡ ସମ୍ପର୍କରେ କେହି କିଛି ଜାଣି ପାରୁନଥିଲେ।
ଅଭିଯୁକ୍ତ ଜଣକ ହେଲା ରାମ ବାବୁ ସାହ । ତାର ତୃତୀୟ ପତ୍ନୀ ହେଲେ ଗୁଡ଼ିଆ ଦେବୀ । ଏହା ପୂର୍ବରୁ ରାମ ବାବୁ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ମଧ୍ୟ ହତ୍ୟା କରିଥିଲେ। ଏହା ପରେ ସେ ଦ୍ୱିତୀୟ ବିବାହ କରି ଛାଡପତ୍ର ଦେଇଥିଲେ। ୩ ନମ୍ବର ପତ୍ନୀଙ୍କ ହତ୍ୟା ଖବର ଜାଣିବ ମୃତଦେହକୁ ହେପାଜତକୁ ନେଇ ପୋଲିସ ପୋଷ୍ଟମର୍ଟମ ପାଇଁ ସଦର ହସ୍ପିଟାଲକୁ ପଠାଇଛି।
୨୦୨୧ ମସିହାରେ ତୃତୀୟ ବିବାହ କରିଥିଲେ ରାମ ବାବୁ ସାହ । ପରିବାର କହିବା ଅନୁଯାୟୀ, ବିରୱାଟ ଗାଁର ଗୁଡିଆଙ୍କ ବିବାହ ୨୦୨୧ ମସିହାରେ ହୋଇଥିଲା ଏବଂ ତାଙ୍କର ଏକ ତିନି ବର୍ଷର ପୁଅ ମଧ୍ୟ ଅଛି। ବିବାହ ପରେ ଅଭିଯୁକ୍ତ ରାମବାବୁ ସାହ ବିଦେଶ ଚାଲିଯାଇଥିଲେ। ଫେରିବା ପରେ ସେ ତାଙ୍କ ସ୍ତ୍ରୀଙ୍କୁ ଯୌତୁକ ପାଇଁ ଏକ ଲକ୍ଷ ଟଙ୍କା ଏବଂ ଏକ ବାଇକ୍ ପାଇଁ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ। ଏନେଇ କୋର୍ଟରେ ଯୌତୁକ ନିର୍ଯାତନା ମାମଲା ଚାଲିଥିଲା ଏବଂ ଉଭୟଙ୍କୁ ଅଗଷ୍ଟ ୮ ତାରିଖରେ ଶୁଣାଣିରେ ହାଜର ହେବାର ଥିଲା । ପୂର୍ବରୁ କୋର୍ଟ ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହା ପରେ ଗୁଡିଆ ତାଙ୍କ ସ୍ୱାମୀଙ୍କ ଘରକୁ ଯାଇଥିଲେ । ହେଲେ ଦୁର୍ଭାଗ୍ୟ ବସତଃ ପୁଣି ଥରେ କୋର୍ଟରେ ହାଜର ହେବା ପୂର୍ବରୁ ତାଙ୍କ ଜୀବନ ଚାଲିଯାଇଛି । ଆଉ ସେହି ଲୋକ ତାଙ୍କ ଜୀବନ ନେଇଛି ଯାହା ସହ ରହିବା ପାଇଁ କୋର୍ଟ ପରାମର୍ଶ ଦେଇଥିଲେ । ଏବେ ଗୁଡ଼ିଆଙ୍କ ଏକମାତ୍ର ସନ୍ତାନକୁ ତାଙ୍କ ମାମୁଁ ଘର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପୋଲିସ କହିଛି ଯେ ଏହି ମାମଲାରେ ଏକ ଏଫଆଇଆର ରୁଜୁ କରାଯାଇଛି ଏବଂ ଅଭିଯୁକ୍ତକୁ ପଚରାଉଚରା କରାଯାଉଛି। ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ମଧ୍ୟ ଉଦ୍ଧାର କରିଛି ପୋଲିସ।
ଅନ୍ୟପଟେ ଉଭୟଙ୍କ ପରିବାର ମଧ୍ୟରେ ଏହି ଘଟଣା ନେଇ ଉତ୍ତେଜନା ଦେଖାଯାଇଛି । ଗୁଡ଼ିଆଙ୍କ ପରିବାର ଲୋକ ରାମ ବାବୁ ସାହ ବିରୋଧରେ କଠୋର ଦଣ୍ଡ ପାଇଁ ଦାବି କରିଛନ୍ତି।