Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - India-Pakistan War: କେମିତି ଆକ୍ରମଣ କଲେ ଦଶନ୍ଧି ଧରି ପସ୍ତେଇବ ପାକିସ୍ତାନ ?

National

India-Pakistan War: କେମିତି ଆକ୍ରମଣ କଲେ ଦଶନ୍ଧି ଧରି ପସ୍ତେଇବ ପାକିସ୍ତାନ ?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
India-Pakistan War: କେମିତି ଆକ୍ରମଣ କଲେ ଦଶନ୍ଧି ଧରି ପସ୍ତେଇବ ପାକିସ୍ତାନ ?

ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତି ବାତିଲ କରିସାରିଛି ଭାରତ । ଏବେ ସର୍ଜିକାଲ୍ ଷ୍ଟ୍ରାଇକ୍ ଭଳି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି କରୁଛି । ଏହାରି ଭିତରେ କେନ୍ଦ୍ର ସରକାର ଆତଙ୍କବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତୀୟ ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦେଇ ସାରିଛନ୍ତି।

ଅନ୍ୟପଟେ ଏହାରି ଭିତରେ ସୋସିଆଲ ମିଡିଆ ସେନ୍‌ସେସନ୍‌ ତଥା ଲୋକପ୍ରିୟ ଶିକ୍ଷକ ଖାନ ସାର୍‌ଙ୍କ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି । ଯେଉଁଥିରେ ସେ ପାକିସ୍ତାନ ଉପରେ ଆକ୍ରମଣ କରିବାର ରଣନୀତି ବୁଝାଉଥିବାର ଦେଖାଯାଇଛି। ଖାନ ସାର୍‌ଙ୍କ କହିବା କଥା, କେବଳ ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କିମ୍ବା ସର୍ଜିକାଲ୍ ଷ୍ଟ୍ରାଇକ୍, ପାକିସ୍ତାନ ପାଇଁ ଯଥେଷ୍ଟ ପନିସମେଣ୍ଟ ନୁହେଁ । ପାକିସ୍ତାନକୁ ଏମିତି ପାନେ ଦରକାର, ଯେଉଁଥିରେ ସେ ଅଖା ଧୋଉଥିବ ଗୁଣ ଗାଉଥିବ । ପାକିସ୍ତାନର ଏମିତି କ୍ଷତି କରିବା ଦରକାର, ଯାହାର ଭରଣା କରିବାକୁ ପାକାସ୍ତାକୁ ବର୍ଷ ବର୍ଷ ସମୟ ଲାଗିବ ।

ଭିଡିଓରେ ଖାନ ସାର୍ କହିଛନ୍ତି ଯେ ଭାରତ ଇସ୍ରାଏଲ ଭଳି ରଣନୀତି ପ୍ରସ୍ତୁତ କରି ପାକିସ୍ତାନ ଉପରେ ଆକ୍ରମଣ କରିବା ଉଚିତ। ସେ ପରାମର୍ଶ ଦେଇଛନ୍ତି ଯେ ଭାରତୀୟ ସେନା ପାକିସ୍ତାନର ପାୱାର ଗ୍ରୀଡ୍ ଏବଂ ପାୱାର ପ୍ଲାଣ୍ଟଗୁଡ଼ିକୁ ଟାର୍ଗେଟ କରିବା ଉଚିତ୍‌, ଯାହା ଦ୍ୱାରା ସମଗ୍ର ଦେଶର ପାୱାର ସିଷ୍ଟମ ସ୍ଥଗିତ ହୋଇଯିବ।

ଏହା ସହିତ, ସେ ତୈଳ ବିଶୋଧନାଗାର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କଥା ମଧ୍ୟ କହିଛନ୍ତି, ଯାହା ଦ୍ୱାରା ପାକିସ୍ତାନର ଶକ୍ତି ଯୋଗାଣ ଗୁରୁତର ଭାବରେ ପ୍ରଭାବିତ ହେବ ।

ଖାନ ସାର୍ ପାକିସ୍ତାନର ମୁଖ୍ୟ ସେତୁ ଏବଂ ରେଳ ଟ୍ରାକକୁ ନଷ୍ଟ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଯାହା ଦ୍ଵାରା ଦେଶରେ ଗତିବିଧି ବନ୍ଦ ହୋଇଯିବ ଏବଂ ଦେଶ ଆର୍ଥିକ କ୍ଷତି ସହିବ। ଏହି ଭିଡିଓ @rc3688643 ନାମକ ଏକ ଏକ୍ସ' ଆକାଉଣ୍ଟରୁ ସେୟାର କରାଯାଇଛି।

ଭିଡିଓଟି ଭାଇରାଲ ହେବା ମାତ୍ରେ ଏହା ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଦ୍ରୁତ ଗତିରେ ବ୍ୟାପିଗଲା। ଲୋକମାନେ ଏଥିରେ ମିଶ୍ରିତ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, 'ଆତଙ୍କବାଦକୁ ଶେଷ କରିବାକୁ ପଡିବ, ମାନବତାକୁ ନୁହେଁ ସାର୍।' ଅନ୍ୟ ଜଣେ ୟୁଜର ଲେଖିଛନ୍ତି, 'ଏହା ବୃତ୍ତିଗତ ଯୁଦ୍ଧ କୌଶଳ ନୁହେଁ ସାର୍।'


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Bihar teacher khan sir revealed his master plan to destroy pakistan video goes viral on internet | Argus News