Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅଚେତ ହୋଇପଡ଼ିଲେ ମହିଳା, ଚଳନ୍ତା ଆମ୍ବୁଲାନ୍ସରେ ଗଣଦୁଷ୍କର୍ମ

Banajyotshna Ray
Browse all articles by Banajyotshna Ray
·11 months ago·1 min read
ଅଚେତ ହୋଇପଡ଼ିଲେ ମହିଳା, ଚଳନ୍ତା ଆମ୍ବୁଲାନ୍ସରେ ଗଣଦୁଷ୍କର୍ମ

Key Points

ଚଳନ୍ତା ଆମ୍ବୁଲାନ୍ସରେ ଗଣଦୁଷ୍କର୍ମ

ହୋମ ଗାର୍ଡ ପରୀକ୍ଷା ବେଳେ ଅଚେତ ହେଲେ ମହିଳା

ମେଡିକାଲ ନେବାବେଳେ ଗଣଦୁଷ୍କର୍ମ ଅଭିଯୋଗ

ଆମ୍ୱୁଲାନ୍ସରେ ଗଣଦୁଷ୍କର୍ମ ଅଭିଯୋଗ। ଏଭଳି ଘଟଣା ଘଟିଛି ବିହାରରେ। ବିହାରର ଗୟାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜୁଲାଇ ୨୪ରେ ହୋମଗାର୍ଡ ପରୀକ୍ଷା ବେଳେ ଅଚେତ୍ ହୋଇଥିଲେ ମହିଳା। ଡାକ୍ତରଖାନା ନେବା ବାଟରେ ଦୁଷ୍କର୍ମ କଲେ ଦୁର୍ବୃତ୍ତ। ଗୟା ଜିଲ୍ଲାରେ ଘଟିଥିବା ଏହି ଅଭାବନୀୟ ଘଟଣା ନେଇ ଚର୍ଚ୍ଚା ହେଉଛି। ହୋମଗାର୍ଡ ନିଯୁକ୍ତି ପାଇଁ ଆବେଦନ କରିଥିବା ଜଣେ ୨୬ ବର୍ଷୀୟ ମହିଳା, ଫିଜିକାଲ ଟେଷ୍ଟ ସମୟରେ ଅଚେତ ହୋଇପଡ଼ିଥି‌ଲେ।


ଏହା ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଉଥିବା ବେଳେ ଚଳନ୍ତା ଆମ୍ବୁଲାନ୍ସରେ ସେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପୀଡିତଙ୍କ ଅଭିଯୋଗ ପରେ, ବୋଧଗୟା ପୁଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ କରାଯାଇଥିବା ବେଳେ ଆମ୍ବୁଲାନ୍ସ ଚାଳକ ବିନୟ କୁମାର ଓ ଟେକନିସିଆନ୍ ଅଜିତ୍ କୁମାରଙ୍କୁ ଗିରଫ କରିଛି ପୁଲିସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମହିଳାଙ୍କ ବୟାନ ଆଧାରରେ ବୋଧଗୟା ଥାନାରେ ଏକ ଏଫଆଇଆର ରୁଜୁ କରାଯାଇଛି। ଘଟଣାର ତଦନ୍ତ ପାଇଁ ଏକ ସ୍ପେଶାଲ ଇନଭେଷ୍ଟିଗେସନ ଟିମ (ଏସଆଇଟି) ଏବଂ ଫରେନସିକ ଟିମ ଗଠନ କରାଯାଇଛି। ଏଫଆଇଆର ରୁଜୁ ହେବାର କିଛି ଘଣ୍ଟା ମଧ୍ୟରେ ଏସଆଇଟି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ବିନୟ କୁମାର ଏବଂ ଟେକନିସିଆନ ଅଜିତ କୁମାର। ଦୁହେଁ ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି ଏବଂ ତାଙ୍କୁ ଜେରା କରାଯାଉଛି। ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଆମ୍ବୁଲାନ୍ସର ମାର୍ଗ ଏବଂ ସମୟସୀମା ସମ୍ପର୍କରେ ସୂଚନା ଦେଇଛି।

Sponsored
bihar-woman-faints-during-home-guard-test-gang-raped-in-moving-ambulance | Argus News