|
logo
Live

Argus News - ଦୁଇ ଦିନରେ ତିନି ବଡ ବଡ ବ୍ୟବସାୟୀଙ୍କୁ ହରାଇଲା ଦେଶ

National

ଦୁଇ ଦିନରେ ତିନି ବଡ ବଡ ବ୍ୟବସାୟୀଙ୍କୁ ହରାଇଲା ଦେଶ

Smruti Parija
Browse all articles by Smruti Parija
·2 years ago·2 min read
ଦୁଇ ଦିନରେ ତିନି ବଡ ବଡ ବ୍ୟବସାୟୀଙ୍କୁ ହରାଇଲା ଦେଶ

ଅର୍ଗସ ବ୍ୟୁରୋ: ଦୁଇ ଦିନରେ ତିନି ବଡ ବଡ ବ୍ୟବସାୟୀଙ୍କୁ ହରାଇଲା ଦେଶ । ଏହା ଏକ ସାଧାରଣ ଘଟଣା ନୁହେଁ । ସେମାନେ ସାଧାରଣ ବ୍ୟବସାୟୀ ନଥିଲେ । ନିଜ ନିଜ କ୍ଷେତ୍ରରେ ବେଶ ସୁନାମ ଅର୍ଜନ କରିଥିଲେ । ବଡ ବଡ କମ୍ପାନୀକୁ ଟକ୍କର ଦେଉଥିଲେ । ଛୋଟ ବ୍ୟବସାୟକୁ କେମିତି ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇ ହୁଏ ସେ ବାଟ ଦେଖାଇଥିଲେ ।  ସଂଘର୍ଷରୁ ସଫଳତାର ସ୍ୱାଦ ଚାଖିଥିଲେ । ବ୍ୟବସାୟୀଙ୍କ ପାଇଁ ଆଦର୍ଶ ସାଜିଥିଲେ । ଆଜା ତାଙ୍କ ନିଧନରେ ପୁରା ଦେଶ ଝୁରୁଛି । 

1- ବିକାନେରୱାଲା ପ୍ରତିଷ୍ଠାତା କେଦାରନାଥ ଅଗ୍ରୱାଲ୍ । 86 ବର୍ଷ ବୟସରେ ସେ ଆଖିବୁଜିଛନ୍ତି । 1950 ଦିଲ୍ଲୀରୁ ସେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ । କିନ୍ତୁ ମୁଳଦୁଆ ଖୁବ ଆଗରୁ ପଡିଥିଲା । 1905 ମସିହାରେ ସହରର ଗଳିରେ ତାଙ୍କ ପରିବାର ଲୋକ ଏକ ମିଠା ଦୋକାନ ଖୋଲିଥିଲେ । ଏହି ଦୋକାନର ନାଁ ବିକାନେର ନମକିନ୍ ଭଣ୍ଡାର ଥିଲା । 
ଲାଲା କେଦାରନାଥ 1950 ମସିହାରେ ତାଙ୍କ ଭାଇଙ୍କ ସହ ମନରେ ଅସୁମାରୀ ସ୍ୱପ୍ନ ନେଇ ଦିଲ୍ଲୀ ଚାଲିଆସିଥିଲେ ।  ପ୍ରଥମେ ପ୍ରଥମେ ଦୁଇ ଭାଇ ବାଲ୍ଟିରେ ବୁଜିଆ ଓ ରସଗୋଲା ଧରି ପୁରୁଣା ଦିଲ୍ଲୀର ଗଳିରେ ବୁଲୁଥିଲେ । ଏହାପରେ ଚାନ୍ଦିନୀଚୌକରେ ଦୁହେଁ ନିଜର ଏକ ଦୋକାନ ଦେଇଥିଲେ । 

ଭାରତରେ ବିକାନେରୱାଲାଙ୍କର 60 ରୁ ଅଧିକ ଦୋକାନ ଅଛି । ଏହାବାଦ ଆମେରିକା, ନ୍ୟୁଜିଲାଣ୍ଡ, ସିଙ୍ଗାପୁର, ନେପାଲ ଓ ୟୁଏଇ ଭଳି ଦେଶରେ ମଧ୍ୟ ଏହାର ଦୋକନ ଅଛି । ତାଙ୍କ ଦକ୍ଷତା, ଦୂରଦର୍ଶିତା ଓ ନେତ୍ୱତ୍ତ୍ୱ ବେପାରକୁ ଖୁବ ଉଚ୍ଚାକୁ ନେଇଥିବାବେଳେ ତାଙ୍କ ନିଧନରେ ପୁରା ବିକାନେରୱାଲା ପରିବାର ଯେମିତି ଭାଙ୍ଗିପଡିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

2-ସେହିପରି  ଓବରଏ ଗ୍ରୁପ୍ ଚେୟାରମ୍ୟାନ୍ ପ୍ରୀତି ରାଜ ସିଂ ଓବରୋଇଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି । 94 ବର୍ଷ ବୟସରେ ସେ ଆଖିବୁଜିଛନ୍ତି । ପର୍ଯ୍ୟଟନ ଏବଂ ଆତିଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓବରଏଙ୍କୁ ପଦ୍ମଭୂଷଣଙ୍କ ସମେତ ଅନେକ ପ୍ରମୁଖ ପୁରସ୍କାର ପ୍ରଦାନ କରାଯାଇଥିଲା । ତାଙ୍କର ଅତୁଳନୀୟ ନେତୃତ୍ୱ ଏବଂ ଦୂରଦୃଷ୍ଟି ପାଇଁ ତାଙ୍କୁ ଆନ୍ତର୍ଜାତୀୟ ବିଳାସପୂର୍ଣ୍ଣ ଟ୍ରାଭେଲ ମାର୍କେଟ (ଆଇଏଲଟିଏମ୍) ରେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମଧ୍ୟ ପ୍ରଦାନ କରାଯାଇଥିଲା । 

3-ସେହିପରି ସାହାର ଗ୍ରୁପର ମୁଖ୍ୟ ସୁବ୍ରତ ରାୟ 75 ବର୍ଷ ବୟସରେ ଆଖିବୁଜିଛନ୍ତି । ଦୀର୍ଘ ଦିନ ଧରି ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ଅନେକ ରୋଗରେ ପୀଡିତ ସୁବ୍ରତ ରୟଙ୍କ ହୃଦଘାତ ହେତୁ ମୃତ୍ୟୁ ଘଟିଛି । ସେ ଖୁଚୁରା, ରିଏଲ୍ ଇଷ୍ଟେଟ୍ ଏବଂ ଫାଇନାନ୍ସ, ହାଉସିଂ ଏବଂ ମିଡିଆ କ୍ଷେତ୍ରରେ ତାଙ୍କର ବ୍ୟବସାୟ ସାମ୍ରାଜ୍ୟ ବିସ୍ତାର କରିଥିଲେ । 

ଆହୁରି ପଢନ୍ତୁ ଭାରତ ଖବର...
 

Sponsored
ଦୁଇ ଦିନରେ ତିନି ବଡ ବଡ ବ୍ୟବସାୟୀଙ୍କୁ ହରାଇଲା ଦେଶ | Argus News