Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତର ପରାକ୍ରମ ଓ ବିବିଧତା ଭିତରେ ଏକତା ଦେଖିଲା ସାରା ବିଶ୍ୱ

National

ଭାରତର ପରାକ୍ରମ ଓ ବିବିଧତା ଭିତରେ ଏକତା ଦେଖିଲା ସାରା ବିଶ୍ୱ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଭାରତର ପରାକ୍ରମ ଓ ବିବିଧତା ଭିତରେ ଏକତା ଦେଖିଲା ସାରା ବିଶ୍ୱ

ଅର୍ଗସ ବ୍ୟୁରୋ:  ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ 76ତମ ସାଧାରଣତନ୍ତ୍ର ଦିବସ । ବିଶ୍ବ ଦେଖିଲା ଭାରତର ସଂସ୍କୃତି, ପରମ୍ପରା, ପ୍ରତିରକ୍ଷା ଓ ବିଭିନ୍ନତା ମଧ୍ୟରେ ଏକତାର ପର୍ବ । ଯେତେବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାରକେଡ ଆସୁଥିଲା ସେତେବେଳେ ବିଶ୍ବ ଦେଖୁଥିଲା ନାରୀଶକ୍ତିର ଗାରିମା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ମିଳିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ ମହାମହିମ।ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋଓ୍ବୋ ସୁବିଆଣ୍ଟୋ । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସାମିଲ ହୋଇଥିଲେ । ।


-21 ତୋପ ସଲାମି ସହ ଆରମ୍ଭ ହୋଇଥିଲା ସାଧାରଣତନ୍ତ୍ର ଦିବସ ପାଳନ । ହଜାର ହଜାର ଜନତା କର୍ତ୍ତବ୍ୟ ପଥରେ ଦେଶର ସଂସ୍କୃତି , ବିରତ୍ବ ଓ ପରାକ୍ରମର ମୁକସାକ୍ଷୀ ବନିଥିଲେ ।


-କର୍ତ୍ତବ୍ୟ ପଥରୁ ଲାଲକିଲ୍ଲା ପର୍ଯ୍ୟନ୍ତ ହୋଇଥିଲା ପରେଡ ପ୍ରଦର୍ଶନ । ଥିମ ଥିଲା ସ୍ବର୍ଣ୍ଣିମ ଭାରତ-ବିରାସତ ଓ ବିକାଶ। ପରେଡରେ ପ୍ରଦର୍ଶିତ ହୋଇଥିଲା ଦେଶର ସାଂସ୍କୃତିକ ସମୃଦ୍ଧି ଓ ପ୍ରତିରକ୍ଷା ଶକ୍ତି । ଏସବୁକୁ ଦେଖୁଥିଲେ କର୍ତ୍ତବ୍ୟପଥରେ ଯୋଗ ଦେଇଥିବା ପ୍ରାୟ 10ହଜାର ନିମନ୍ତ୍ରୀତ ଅତିଥି । ସଶକ୍ତ ବଳ , ପାରା-ମିଲିଟାରୀ ଫୋର୍ସ, ସିଭିଲ ଫୋର୍ସ, ଏନସିସି ସଦସ୍ୟ ସାମିଲ ହୋଇଥିଲେ ପରେଡରେ । ଇଣ୍ଡୋନେସିଆର ମିଲିଟାରୀ ଏକାଡେମୀର ମିଲିଟାରୀ ବ୍ୟାଣ୍ଡ୍, ଭାରତୀୟ ବାୟୁସେନାର ବ୍ୟାଣ୍ଡ୍, 148-ମହିଳା ସିଆରପିଏଫ ଟିମ, ଇଣ୍ଡୋନେସିଆର ଜାତୀୟ ସଶସ୍ତ୍ର ବଳ , ଭାରତୀୟ ନୌସେନା ପ୍ରମୁଖ ସାମିଲ ହୋଇଥିଲେ ପରେଡରେ ।


-ହେଲିକପ୍ଟର ଆକାଶ ମାର୍ଗରେ ଜାତୀୟ ପତାକା ଉଢାଇଥିଲା । ନୌସେନା, ବାୟୁ ସେନା ଓ ସ୍ଥଳ ସେନାର ପତାକା ଉଡିଥିଲା କର୍ତ୍ତବ୍ୟ ପଥରେ । ହୋଇଥିଲା ପୁଷ୍ପ ବର୍ଷା । 300 କଳାକାର ଗଣତନ୍ତ୍ର ଦିବସର ପରେଡରେ ପ୍ରଦର୍ଶନ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


-ଭାରତୀୟ ବାୟୁ ସେନା ପ୍ରଦର୍ଶନ କରିଥିଲା ପ୍ରତିରକ୍ଷା ଶକ୍ତି । ସ୍ବଦେଶୀ ଜ୍ଞାନ କୌଶଳ ଓ ଆଢଭାନସ ଟେକ୍ନୋଲୋଜିରେ ନିର୍ମିତ ସୁପର ସୋନିକ ମିସାଇଲ ବ୍ରହ୍ମୋସ, ପିନାକ ରକେଟ ସିଷ୍ଟମ ପ୍ରଦର୍ଶିତ ହୋଇଥିଲା । ସେନାର ଯୁଦ୍ଧ ନୀରିକ୍ଷଣ ସିଷ୍ଟମ ସଞ୍ଜୟ, ଓ ଡିଆରଡିଓର ପ୍ରଳୟ ମିସାଇଲ ଦେଖିବାକୁ ମିଳିଥିଲା କର୍ତ୍ତବ୍ୟପଥରେ । ବିଶ୍ବ ଆଗରେ ଦେଶର ସାମିରକ ଶକ୍ତିକୁ ପ୍ରଦର୍ଶିତ କରିଥିଲା ଟି-90 ଭୀଷ୍ମ ଟ୍ୟାଙ୍କ ।


-କର୍ତ୍ତବ୍ୟପଥରେ 31 ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କର୍ତ୍ତବ୍ୟପଥରେ ଉପସ୍ଥିତ ଥିଲେ । ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଅତିଥି ତଥା ସାରା ଦେଶବାସୀଙ୍କ ମନ ମୋହିଥିଲା ।


ଅଧିକ ପଢ଼ନ୍ତୁ ଦେଶ ଖବର:

Argus Whatsapp Channel Mobile Top
Sponsored
Bike stunts, fly-past conclude parade at Kartavya Path | Argus News