Bike Taxi / ଦେଶର ସବୁ ରାଜ୍ୟରେ ଗଡ଼ିବ ବାଇକ୍ ଟ୍ୟାକ୍ସି ! ନିଯୁକ୍ତି ଓ ନୂଆ ଟ୍ରାନ୍ସପୋର୍ଟ ସେବା ଉପରେ କେନ୍ଦ୍ରର ଫୋକସ୍

Key Points
ବାଇକ୍ ଟ୍ୟାକ୍ସି ପାଇଁ କେନ୍ଦ୍ରର ବଡ଼ ଯୋଜନା ।
ବାଇକ୍ ଚଲାଇ କରିପାରିବେ ରୋଜଗାର ।
ଆସୁଛି ନୂଆ ପରିବହନ ସେବା ଦେଶରେ ଚାଲିବ ବାଇକ୍ ଟ୍ୟାକ୍ସି ।
ଦେଶର ସମସ୍ତ ରାଜ୍ୟରେ ବାଇକ୍ ଟ୍ୟାକ୍ସି ଚଳାଚଳ ପାଇଁ ରାସ୍ତା ଖୋଲିବାକୁ ଯୋଜନା କରିଛି କେନ୍ଦ୍ର ସରକାର । କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ ସମସ୍ତ ରାଜ୍ୟ ସରକାରଙ୍କୁ ବାଇକ୍ ଟ୍ୟାକ୍ସି ପାଇଁ ଆବଶ୍ୟକ ପରମିଟ୍ ଜାରି କରିବାକୁ ଅପିଲ୍ କରିଛନ୍ତି ।
‘ସୁରକ୍ଷା’ ନାମକ ପାଇଲଟ୍ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ଆଲୋଚନା ସମୟରେ ଗଡ଼କରୀ ବାଇକ୍ ଟ୍ୟାକ୍ସିର ଗୁରୁତ୍ୱ ଉପରେ କହିଥିଲେ । ତାଙ୍କ ଅନୁସାରେ, ବାଇକ୍ ଟ୍ୟାକ୍ସି କେନ୍ଦ୍ର ସରକାରଙ୍କ ଏକ ଡ୍ରିମ୍ ପ୍ରୋଜେକ୍ଟ । ଏହା ଦ୍ୱାରା ଲୋକଙ୍କୁ ପରିବହନର ଏକ ନୂଆ ବିକଳ୍ପ ମିଳିବା ସହ ବହୁ ସଂଖ୍ୟକ ଲୋକଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି ହେବ । ବିଶେଷକରି ଗ୍ରାମାଞ୍ଚଳରେ ଏହା ରୋଜଗାର ବୃଦ୍ଧିରେ ସହାୟକ ହୋଇପାରେ ।
ଗଡ଼କରୀ କହିଛନ୍ତି ଯେ, କେନ୍ଦ୍ର ସରକାର ବ୍ୟକ୍ତିଗତ ଟୁ-ହ୍ୱିଲର୍ ସ୍କୁଟର ଓ ବାଇକ୍ ମାଧ୍ୟମରେ ଲୋକଙ୍କୁ ପରିବହନ ସେବା ଯୋଗାଇବାକୁ ଅନୁମତି ଦେଇଛନ୍ତି । ତଥାପି କେତେକ ରାଜ୍ୟରେ ଏଥିପାଇଁ ଏପର୍ଯ୍ୟନ୍ତ ପରମିଟ୍ ଜାରି ହୋଇନାହିଁ। ତେଣୁ ସମସ୍ତ ରାଜ୍ୟ ବାଇକ୍ ଟ୍ୟାକ୍ସିକୁ ଆବଶ୍ୟକ ଅନୁମତି ଦେବା ଉଚିତ ବୋଲି ସେ ଅନୁରୋଧ କରିଛନ୍ତି ।
ଟ୍ରାଫିକ୍ ନିୟମ ଭାଙ୍ଗିଲେ କଟିବ ନେଗେଟିଭ୍ ପଏଣ୍ଟ
ସଡ଼କ ସୁରକ୍ଷାକୁ ନେଇ ମଧ୍ୟ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ନେଉଥିବା କହିଛନ୍ତି ଗଡ଼କରୀ । ମୋଟର ଭେହିକଲ୍ ଆଇନରେ ପରିବର୍ତ୍ତନ କରାଯାଇ ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ନେଗେଟିଭ୍ ପଏଣ୍ଟ ବ୍ୟବସ୍ଥା କରାଯାଇଛି । ନିୟମ ଭାଙ୍ଗିଲେ ଡ୍ରାଇଭରଙ୍କ ପଏଣ୍ଟ କଟିବ ଏବଂ ନିର୍ଦ୍ଧାରିତ ସୀମା ଅତିକ୍ରମ କଲେ ଡ୍ରାଇଭିଂ ଲାଇସେନ୍ସ ସସ୍ପେଣ୍ଡ କିମ୍ବା ବାତିଲ୍ ହୋଇପାରେ ।
‘ସୁରକ୍ଷା’ ଅଧୀନରେ ମାଗଣା ମେଡିକାଲ୍ ଟେଷ୍ଟ
‘ସୁରକ୍ଷା’ ପାଇଲଟ୍ ପ୍ରୋଗ୍ରାମ ଅଧୀନରେ ହାଇୱେ, ଏକ୍ସପ୍ରେସୱେ ନିର୍ମାଣ ଏବଂ ଖଣି ଅଞ୍ଚଳରେ କାମ କରୁଥିବା ଲୋକଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ କାଉନସେଲିଂ କରାଯିବ । କାର୍ଯ୍ୟସ୍ଥଳରେ ହିଁ ଏହି ସୁବିଧା ଯୋଗାଇ ଦିଆଯିବ ।
ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ରର ନାଗପୁର-କାମ୍ପଟି ଅଞ୍ଚଳର NH-44 ଏବଂ ଚନ୍ଦ୍ରପୁରର ମାଇନିଂ ବେଲ୍ଟରେ କାମ କରୁଥିବା ପ୍ରାୟ ୧୦ ହଜାର ଲୋକଙ୍କୁ ଏହି ସୁବିଧା ମିଳିବ । ବିଶେଷକରି ଡ୍ରାଇଭରଙ୍କ ସ୍ୱାସ୍ଥ୍ୟ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛି । ଡ୍ରାଇଭର ସୁସ୍ଥ ରହିଲେ ସଡ଼କ ସୁରକ୍ଷା ମଧ୍ୟ ମଜବୁତ ହେବ । ଏଥିରେ ଡ୍ରାଇଭରଙ୍କ ଆଖିର ଯତ୍ନ ଓ ଦୃଷ୍ଟିଶକ୍ତି ପରୀକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯିବ ।
📱 Get Argus News App
✨Related Topics
Explore more stories