Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏହି ୪ ଭାରତୀୟଙ୍କ ସହ ରାତ୍ରୀ ଭୋଜନ କରିବାକୁ ପସନ୍ଦ କରନ୍ତି ବିଲ୍ ଗେଟ୍ସ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଏହି ୪ ଭାରତୀୟଙ୍କ ସହ ରାତ୍ରୀ ଭୋଜନ କରିବାକୁ ପସନ୍ଦ କରନ୍ତି ବିଲ୍ ଗେଟ୍ସ

ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ୪ ଜଣ ଭାରତୀୟଙ୍କୁ ଖୁବ ଭଲପାଆନ୍ତି । ସେମାନଙ୍କ ସହ ରାତ୍ରୀ ଭୋଜନ କରିବାକୁ ପସନ୍ଦ କରନ୍ତି ବିଲ୍ ଗେଟ୍ସ । ଏକ ସାକ୍ଷାତକାରରେ ଏପରି କହିଛନ୍ତି ବିଲ ଗେଟ୍ସ । ପ୍ରଥମେ ସେ ନାଁ କହିବାକୁ ଟିକେ ସଙ୍କୋଚ ମନେ କରିଥିଲେ, ପରେ ସେହି ୪ ଭାରତୀୟଙ୍କ ନାଁ ଖୋଲି କହିଥିଲେ ବିଲ୍ ଗେଟ୍ସ । ଯେଉଁମାନଙ୍କ ସହ ରାତ୍ରୀଭୋଜନ କରିବାକୁ ପସନ୍ଦ କରନ୍ତି ।

ପ୍ରଥମେ ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା । ମୋଦିଙ୍କ ସହ ସେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଭାରତର ଆଗକୁ କଣ ଲକ୍ଷ୍ୟ ରହିଛି, ଏବଂ କିପରି ଏହା ଉପରେ ବିଶ୍ଵସ୍ତରୀୟ ପ୍ରଭାବ କିପରି ରହିବ, ସେ ଉପରେ ମୋଦିଙ୍କ ସହ ଆଲୋଚନା କରିଥିଲେ ବିଲ୍ ଗେଟ୍ସ । ଯାହା ତାଙ୍କୁ ଖୁବ ପ୍ରେରଣା ଯୋଗାଇଥିଲା ବୋଲି ସେ କହିଛନ୍ତି ।

ଦ୍ଵିତୀୟରେ ସେ ଭାରତୀୟ ଶିଳ୍ପପତି ଏବଂ ସମାଜସେବୀ ରତନ ଟାଟାଙ୍କ ପ୍ରତି ଗଭୀର ପ୍ରଶଂସା ପ୍ରକାଶ କରିଥିଲେ। ଗେଟ୍ସ କହିଛନ୍ତି ଯେ ବ୍ୟବସାୟ ଏବଂ ସାମାଜିକ ପ୍ରଭାବରେ ଟାଟାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ଗତ ବର୍ଷ ଅକ୍ଟୋବରରେ 86 ବର୍ଷ ବୟସରେ ଟାଟାଙ୍କ ମୃତ୍ୟୁ ହୋଇଥିଲା।

ତୃତୀୟରେ ସେ ରାଜ୍ ଭନ୍‌ଙ୍କୁ ପ୍ରଶଂସା କରିଥିଲେ । ରାଜ୍ ଭନ୍ ମହାରାଜ କିଶାନ ଭନ୍‌ ନାଁ ରେ ପରିଚିତ । ରାଜ୍ ଭନ୍ ବାୟୋଟେକ୍ନୋଲୋଜିର ପ୍ରତିଷ୍ଠାତା ଅଟନ୍ତି । ୨୦୨୦ ମସିହାରେ ୭୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଗେଟ୍ସଙ୍କ ଦ୍ୱାରା ମନୋନୀତ ଭାରତୀୟ ମଧ୍ୟରୁ ୪ର୍ଥରେ ଥିଲେ ସ୍ୱର୍ଗତ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ। ଗଣିତରେ କୌଣସି ଆନୁଷ୍ଠାନିକ ତାଲିମ ନ ନେଇଥିବା ରାମାନୁଜନଙ୍କୁ ସର୍ବକାଳୀନ ମହାନ ଗଣିତଜ୍ଞଙ୍କ ମଧ୍ୟରୁ ଜଣେ ଭାବରେ ବିବେଚନା କରାଯାଏ। ୧୯୨୦ ମସିହାରେ ସେ ୩୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ।
ଏଥିସହ ବିଲ୍ ଗଟ୍ସ କହିଥିଲେ, ବର୍ତ୍ତମାନ ଭାରତରେ ଅନେକ ଅବିଶ୍ବସନୀୟ ପ୍ରତିଭା ଅଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bill Gates likes to have dinner with these 4 Indians | Argus News