ରାସ୍ତା କଡରେ ଚା’ ପିଇଛନ୍ତି ବିଶ୍ୱର କୋଟିପତି ବ୍ୟକ୍ତି ବିଲଗେଟ୍ସ

ଅର୍ଗସ ବ୍ୟୁରୋ: ସକାଳ ହେଉ କି ସନ୍ଧ୍ୟା ଭାରତୀୟ ମାନଙ୍କ ପ୍ରଥମ ପସନ୍ଦ ଚାଏ କି ପ୍ୟାଲି। ଶୀତ ଦିନ ହେଉ କି ବର୍ଷା ଦିନ ଚା' ଟିକେ ମିଳିଗଲେ ତାର ମଜା ନିଆରା। ଆମ ଭାରତୀୟଙ୍କ ପାଇଁ ଚା' ହେଉଛି ଇମୋଶନ। ତାହା ପୁଣି ରାସ୍ତା କଡର ଚା' ପାଇଁ ସବୁ ଦିୱାନା । ଚା' ସୁକୁନ ଦିଏ କହିଲେ ଭୂଲ ହେବନି। ତେବେ ସୁଦୂର ଆମେରିକାରୁ ଆସି ନାଗପୁରର ରାସ୍ତା କଡରେ ଚା’ ପିଇଛନ୍ତି ବିଶ୍ୱର କୋଟିପତି ବ୍ୟକ୍ତି ବିଲଗେଟ୍ସ। ଆଉ ସେ ଡଲି ଚା’ ବାଲାଠାରୁ ଚା' ପିଇବା ପରେ ଏହା ଏବେ ଇନଷ୍ଟାରେ ଧମାଲ ମଚାଇଛି।
ନିକଟରେ ଭାରତ ଗସ୍ତରେ ଆସିଥିଲେ ମାଇକ୍ରୋସଫ୍ଟର ମୁଖ୍ୟ ବିଲଗେଟ୍ସ । ସେ ଏହି ଗସ୍ତ ସମୟରେ ନାଗପୁରରେ ଏକ ଚା ଦୋକନାରେ ଚା ପିଇ ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଆଉ ଚା' ବାଲାକୁ ପ୍ରଶଂସା କରିଥିଲେ । ତେବେ ବିଲଗେଟ୍ସ ଯେଉଁ ଚା' ବାଲାର ପ୍ରଶଂସା କରିଛନ୍ତି ସେ ହେଉଛନ୍ତି ଭାରତର ଜଣେ ଫେମସ ଚା’ ଦୋକାନୀ ଡୋଲି ଚା' ବାଲା। ନିଜ ଖାସ ଅନ୍ଦାଜ ଯୋଗୁଁ ସାରା ଭାରତରେ ପରିଚିତ ।
ମହାରାଷ୍ଟ୍ରର ନାଗପୁରରେ ଡୋଲି ଚା' ବାଲାର ଅଲଗା କ୍ରେଜ ରହିଛି । ୧୦ମ ପରେ ପାଠପଢା ଛାଡି ଗତ ୧୬ ବର୍ଷ ହେବ ନାଗପୁରର ସିଭିଲ ଲାଇନରେ ଚା' ଦୋକାନ ଚଳାଉଛନ୍ତି। ଯିଏ ବି ଡୋଲିଙ୍କ ଚା' ଦୋକାନକୁ ଚା ପିଇବାକୁ ଆସିଥାନ୍ତି ସେ ତାଙ୍କ ଷ୍ଟାଇଲ ଓ ସ୍ୱାଗର ଦିୱାନା ହୋଇଯାଆନ୍ତି। ଡଲି ରଜନୀକାନ୍ତ ଷ୍ଟାଇଲରେ ଗ୍ରାହକଙ୍କୁ ଚା' ଦେଇଥାନ୍ତି । ଆଉ ଭିନ୍ନ ଶୈଳୀରେ ଗ୍ରାହକଙ୍କୁ ଓ୍ବେଲକମ କରନ୍ତି। ତେବେ ତାଙ୍କର ଏଭଳି ଷ୍ଟାଇଲ ଆଉ ଟେଷ୍ଟି ଚା' ପାଇଁ ବିଲଗେଟ୍ସ ବି ଫିଦା।
📱 Get Argus News App
✨ପୋଷ୍ଟ ହୋଇଥିବା ଭିଡିଓରେ ବିଲଗେଟ୍ସ ଗୋଟେ କପ ଚା' ଅର୍ଡର କରୁଛନ୍ତି । ଆଉ ଡଲି ନିଜ ଷ୍ଟାଇଲରେ ଚା' ତିଆରି କରୁଛନ୍ତି । ଅଦା ଗୋଲମରିଚ ଯେଉଁ ଷ୍ଟାଇଲରେ ଛେଚୁଛନ୍ତି। ମାସାଅଲ୍ଲା ଦେଖନେ ଲାୟକ ହୈ। ଆଉ ଏହାପରେ ଡୋଲି ଚା' ବାଲା ବିଲଗେଟ୍ସଙ୍କ ଆଡକୁ ବଢାଇ ଦେଉଛନ୍ତି। ଏହି ଭିଡିଓକୁ ସେ ଅପଲୋଡ କରି କ୍ୟାପସନରେ ଲେଖିଛନ୍ତି, ଭାରତ ସତରେ ଇନୋଭେଶନ ହବ୍।
ନିଜ ହେୟାର ଷ୍ଟାଇଲ, ଷ୍ଟାଇଲିସ ଚଷମା, ଆଉ ଭିନ୍ନ ଅନ୍ଦାଜ ଡଲି ଚା' ବାଲାଙ୍କୁ ଦେଇଛି ଖାସ ପରିଚୟ । ନିଜର ଏହି ଛୋଟିଆ ଚା ଦୋକାନରୁ ସେ ଭଲ ରୋଜଗାର ବି କରିପାରୁଛନ୍ତି। ଅନେକ ସେଲିବ୍ରିଟି ଡୋଲିଙ୍କ ଷ୍ଟାଇଲରେ ଫିଦା ହୋଇଛନ୍ତି।