|
logo
Live

Argus News - ବିରିୟାନୀକୁ ନେଇ ବଡ଼ ଝଗଡ଼ା: ଗ୍ରାହକଙ୍କୁ ପିଟିଲେ ଲୁହାରଡ଼ରେ

National

Biryani Fight / ବିରିୟାନୀକୁ ନେଇ ବଡ଼ ଝଗଡ଼ା: ଗ୍ରାହକଙ୍କୁ ପିଟିଲେ ଲୁହାରଡ଼ରେ

Rashmita Mishra
Browse all articles by Rashmita Mishra
·2 hours ago·2 min read
ବିରିୟାନୀକୁ ନେଇ ବଡ଼ ଝଗଡ଼ା: ଗ୍ରାହକଙ୍କୁ ପିଟିଲେ ଲୁହାରଡ଼ରେ
Biryani Fight

Key Points

ଲେଗ୍ ପିସ୍ ପାଇଁ ମହାଭାରତ 
ବିରିୟାନୀକୁ ନେଇ ବଡ଼ ଝଗଡ଼ା: ଗ୍ରାହକଙ୍କୁ ପିଟିଲେ ଲୁହାରଡ଼ରେ

ବିରିୟାନୀ ଖାଇବାକୁ ପ୍ରାୟ ସମସ୍ତଙ୍କୁ ପସନ୍ଦ । କିନ୍ତୁ ଆପଣ କେବେ ଶୁଣିଛନ୍ତି କି ବିରିୟାନୀ ଖାଇବାକୁ ନେଇ ବଡ଼ ଝଗଡ଼ା । ଏମିତି କିଛି ଘଟଣା ଘଟିଛି ଲକ୍ଷ୍ନୌର ଏକ ରେଷ୍ଟୁରାଣ୍ଟରେ । ଲେଗ୍ ପିସ୍ ମାଗିବାରୁ ଲୁହାରଡ଼ରେ ମାଡ଼। ରେଷ୍ଟୁରାଣ୍ଟରେ ରକ୍ତାକ୍ତ ଖଣ୍ଡଯୁଦ୍ଧ । ଗ୍ରାହକଙ୍କୁ ଗୋଡ଼େଇ ପିଟିଲେ କର୍ମଚାରୀ । ବିଧା, ଗୋଇଠା, ମୁଥ, ଲୁହାରଡ଼ରେ ଆକ୍ରମଣ ।

ସୂଚନାଥାଉ ଲକ୍ଷ୍ନୌ ଇଞ୍ଜିନିୟରିଂ କଲେଜ ଛକରେ ଥିବା ଏକ ରେଷ୍ଟୁରାଣ୍ଟକୁ ସ୍ଥାନୀୟ ଜଣେ ଯୁବକ ନିଜ ସାଙ୍ଗ ସହ ଚିକେନ୍ ବିରିୟାନୀ ଆଣିବାକୁ ଯାଇଥିଲେ । ପାର୍ସଲରେ ଚିକେନ୍ ପିସ୍ ବଦଳରେ ଗୋଟେ ଲେଗ୍ ପିସ୍ ଦେବାକୁ ଗ୍ରାହକ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ କହିବାରୁ ମାଲିକ ରାଗିଯାଇଥିଲେ ଏବଂ ଗ୍ରାହକଙ୍କୁ ଏଣୁତେଣୁ ଶୁଣାଇଥିଲେ ।

ଏହାପରେ ଗ୍ରାହକ ଏବଂ ମାଲିକଙ୍କ ମଧ୍ୟରେ ଜୋର ଯୁକ୍ତିତର୍କ ଲାଗିବା ଆରମ୍ଭ ହେଲା । ବାସ୍ ତାପରେ ହିଁ ରାଗ ତମତମ ହୋଇ ମାଲିକ ରେଷ୍ଟୁରାଣ୍ଟ ଭିତରୁ ଏକ ଲୁହା ରଡ କାଢି ଗ୍ରାହକଙ୍କୁ ପିଟିବାକୁ ଲାଗିଲେ । ଦୁହିଁଙ୍କ ମଧ୍ୟରେ ମାରପିଟ ଦେଖି ରେଷ୍ଟୁରାଣ୍ଟର ୧୦ରୁ ୧୨ ଜଣ କର୍ମଚାରୀ ଏକା ସାଙ୍ଗରେ ଗ୍ରାହକ ଓ ତାଙ୍କ ସାଙ୍ଗକୁ ଚେୟାରରେ ଏବଂ ଠେଙ୍ଗାରେ ଗୋଡ଼େଇ ଗୋଡ଼େଇ ରାସ୍ତାରେ ବାଡ଼େଇଥିଲେ ।

ଗଣ୍ଡଗୋଳରେ ୨ ଜଣ ଗ୍ରାହକଙ୍କ ମୁଣ୍ଡ ଫାଟିବା ସହ ହାତ ଭାଙ୍ଗିଛି ଏବଂ ଜଣେ ଓକିଲ ସେମାନଙ୍କୁ ଛଡାଇବା ବେଳେ ଆହତ ହୋଇଛନ୍ତି । ଘଟଣା ପରେ ପୋଲିସ ରେଷ୍ଟୁରାଣ୍ଟ ମାଲିକ ଏବଂ କର୍ମଚାରୀଙ୍କୁ ଗିରଫ କରିଛି । ତେବେ ବିରିୟାନୀ ପାଇଁ ମହାଭାରତର ଏ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଧୂମ୍ ଭାଇରାଲ୍ ହେଉଛି । କୁହାଯାଉଛି କି ବିରିୟାନୀ କିଣିବାକୁ ଯାଇ ଖାଇଲା ବିଧାଗୋଇଠା । ମୁଣ୍ଡବି ଫାଟିଲା, ହାତ ଭାଙ୍ଗିଲା… ଲେଗ୍ ପିସ୍ ମାଗିବାରୁ ଲୁହାରଡ଼ରେ ମାଡ଼ ଖାଇ ଶେଷରେ ମେଡିକାଲରେ ପଡ଼ିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Biryani Fight: ବିରିୟାନୀକୁ ନେଇ ବଡ଼ ଝଗଡ଼ା: ଗ୍ରାହକଙ୍କୁ ପିଟିଲେ ଲୁହାରଡ଼ରେ | Argus News