Biriyani Scam / ବିରିୟାନି ଚେନ୍ର ଛୋଟ ଭୁଲ, ଧରାପଡ଼ିଲା ୭୦ ହଜାର କୋଟିର ଘୋଟାଲା
·6 months ago·2 min read

Key Points
ବିରିୟାନି ହାଣ୍ଡିରୁ ବାହାରିଲା ୭୦ ହଜାର କୋଟିର 'ମହାଘୋଟାଲା'
ନିର୍ଦ୍ଦିଷ୍ଟ ସଫ୍ଟୱେର୍ ବ୍ୟବହାର କରି ବିଲିଂରେ ହେଉଥିଲା ଚୋରି
POS ସଫ୍ଟୱେର୍ ବ୍ୟବହାର କରୁଥିଲେ ବିଭିନ୍ନ ବିରିୟାନି ଚେନ୍
୩ ରାଜ୍ୟର ୬୦ TBର ବିଲିଂ ଡାଟା ଘାଣ୍ଟିଲା ଆୟକର ବିଭାଗ

ବର୍ଷ ବର୍ଷ ଧରି ବିରିୟାନି ବିକୁଥିଲେ। ସୁଆଦିଆ ବିରିଆନିରୁ ବିପୁଳ ଲାଭ ପାଉଥିଲେ । କିନ୍ତୁ ଜାଲିଆତି କରି ଫାଙ୍କୁଥିଲେ ଟିକସ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦେଶର ତିନିଟି ପ୍ରମୁଖ ଦକ୍ଷିଣ ଭାରତୀୟ ରାଜ୍ୟରେ ବିରିୟାନି ଚେନ୍ ପ୍ରାୟ ୭୦ ହଜାର କୋଟି ଟଙ୍କାର ବିଲିଂ ଘୋଟାଲା କରିଛନ୍ତି । ଆୟକର ଚୋରି ଅଭିଯୋଗରେ ପ୍ରାୟ ୬୦ TBର ବିଲିଂ ଡାଟାକୁ ଘାଣ୍ଟିଛି ଆୟକର ବିଭାଗ । ଆଉ ଏକ ମାହାଘୋଟାଲା ସାମ୍ନାକୁ ଆସିଛି । .
ବିରିୟାନି ହାଣ୍ଡିରୁ ବାହାରିଲା ୭୦ ହଜାର କୋଟିର 'ମହାଘୋଟାଲା' । ନିର୍ଦ୍ଦିଷ୍ଟ ସଫ୍ଟୱେର୍ ବ୍ୟବହାର କରି ବିଲିଂରେ ହେଉଥିଲା ଚୋରି। POS ସଫ୍ଟୱେର୍ ବ୍ୟବହାର କରୁଥିଲେ ବିଭିନ୍ନ ବିରିୟାନି ଚେନ୍ । ୩ ରାଜ୍ୟର ୬୦ TBର ବିଲିଂ ଡାଟା ଘାଣ୍ଟିଲା ଆୟକର ବିଭାଗ। ସ୍ବାଦିଷ୍ଟ ବିରିୟାନି ପଛରେ ଲୁଚି ରହିଥିଲା ଟିକସ ଚୋରିର କଳା କାରନାମା । ହାଇଦ୍ରାବାଦର ତିନୋଟି ବଡ଼ ବିରିୟାନି ଚେନ୍ରୁ ଆରମ୍ଭ ହୋଇଥିବା ଆୟକର ବିଭାଗର ତଦନ୍ତ ଏବେ ଏକ ବଡ଼ 'ବିଲିଂ ସ୍କାମ୍'ର ପର୍ଦ୍ଦାଫାଶ କରିଛି । ପ୍ରାୟ ୭୦ ହଜାର କୋଟି ଟଙ୍କାର କାରବାରକୁ ଲୁଚାଯାଇଥିବା ଅଭିଯୋଗ ହୋଇଛି ।
ତଦନ୍ତରୁ ଜଣାପଡ଼ିଛି ଯେ, ରେଷ୍ଟୁରାଣ୍ଟଗୁଡ଼ିକ ପ୍ରାୟ ୨୭% ବିକ୍ରିକୁ ସରକାରୀ ଖାତାରେ ଦେଖାଉନଥିଲେ । ବିଶେଷ କରି ଦକ୍ଷିଣ ଭାରତରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି । ଗତବର୍ଷ ନଭେମ୍ବର ମାସରେ ୩୦ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ଏବେ ଆୟକର ଅଧିକାରୀମାନେ ଡିଲିଟ୍ ହୋଇଯାଇଥିବା ଡାଟାକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛନ୍ତି । ରିପୋର୍ଟ ଅନୁଯାୟୀ, ଅନେକ ଛୋଟବଡ଼ ଖାଦ୍ୟ ପ୍ରତିଷ୍ଠାନ ଏହି ଘୋଟାଲାରେ ସାମିଲ ଅଛନ୍ତି । ଯାଞ୍ଚ ପରେ ସେମାନଙ୍କ ଉପରେ ମୋଟା ଅଙ୍କର ଜରିମାନା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା କେବଳ ଟିକସ ଚୋରି ନୁହେଁ, ବରଂ ବ୍ୟବସ୍ଥିତ ଢଙ୍ଗରେ ଦେଶର ଅର୍ଥନୀତିକୁ କ୍ଷତି ପହଞ୍ଚାଇବା ପାଇଁ ଏକ ଷଡ଼ଯନ୍ତ୍ରର ଅଂଶ ।
କିପରି ଧରିଲା ଆୟକର ବିଭାଗ?
ଦୁର୍ନୀତିକୁ ଧରିବା ପାଇଁ ଆୟକର ବିଭାଗ Generative AIର ସହାୟତା ନେଇଛି
ବିଭାଗ ପାଖାପାଖି ୬୦ ଟେରାବାଇଟ୍ (TB) ବିଲିଂ ଡାଟା ଯାଞ୍ଚ କରିଛି
ଜଣେ ସାଧାରଣ ମଣିଷ ପାଇଁ ଏହି ତଥ୍ୟ ଯାଞ୍ଚ କରିବାକୁ ବର୍ଷ ବର୍ଷ ଲାଗିଥାନ୍ତା
କିନ୍ତୁ AI ଏହାକୁ ଖୁବ୍ କମ୍ ସମୟରେ ବିଶ୍ଳେଷଣ କରି ଜାଲିଆତିକୁ ଧରିପାରିଛି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହାଇଦ୍ରାବାଦରୁ ଆରମ୍ଭ ହୋଇଥିବା ଏହି ତଦନ୍ତ ଏବେ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ରେଷ୍ଟୁରାଣ୍ଟ ମାଲିକମାନେ ଗ୍ରାହକଙ୍କ ଠାରୁ ଟଙ୍କା ନେଉଥିଲେ ସତ, କିନ୍ତୁ ସରକାରଙ୍କୁ ଟିକସ ଦେବା ବେଳକୁ କଳା କାରନାମା କରି ହିସାବ ବଦଳାଇ ଦେଉଥିଲେ । ଆୟକର ବିଭାଗ ଏବେ ୧.୭୭ ଲକ୍ଷ ରେଷ୍ଟୁରାଣ୍ଟ ଉପରେ ନଜର ରଖିଛି । ଯେଉଁମାନେ ନିଜର ଆୟକୁ କମ୍ ଦେଖାଇଛନ୍ତି, ଜାଲିଆତି ପ୍ରମାଣିତ ହେଲେ ସେମାନଙ୍କୁ ଜରିମାନା ସହ ଜେଲ୍ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ।
Related Topics
Explore more stories