Bisleri Water Quality / Bisleri ପାଣି ପିଉଥିଲେ ସାବଧାନ...! ଲାବ ଟେଷ୍ଟରୁ ମିଳିଲା ସାଂଘାତିକ ତଥ୍ୟ…
·1 hour ago·2 min read

Key Points
ବିସଲେରି ପ୍ୟାକେଜ୍ ପାନୀୟ ଜଳର ନମୁନାରେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ବ୍ରୋମେଟ୍ ଏବଂ PAH ମିଳିଥିବା ଦାବି
ଦେଶର ପ୍ରମୁଖ ପ୍ୟାକେଜ୍ଡ ପାନୀୟ ଜଳ ନିର୍ମାତା କମ୍ପାନୀ 'ବିସଲେରୀ ଇଣ୍ଟରନ୍ୟାସନାଲ' ଏବେ ଖାଦ୍ୟ ସୁରକ୍ଷା ନିୟାମକଙ୍କ ସ୍କାନରକୁ ଆସିଛି। କମ୍ପାନୀର ପାଣି ନମୂନା ପରୀକ୍ଷାଗାରରେ ଅସୁରକ୍ଷିତ ପ୍ରମାଣିତ ହେବା ପରେ FSSAI ପକ୍ଷରୁ ବିସଲେରୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିକ ଖବର ଅନୁଯାୟୀ, ପରୀକ୍ଷା ସମୟରେ ପାଣିରେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମାତ୍ରାରେ ବ୍ରୋମେଟ୍ ଏବଂ କର୍କଟ ରୋଗ ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପଲିନ୍ୟୁକ୍ଲିୟର ଆରୋମାଟିକ୍ ହାଇଡ୍ରୋକାର୍ବନ୍ ଥିବା ଜଣାପଡ଼ିଛି।
FSSAI କହିଛି ଯେ କମ୍ପାନୀର ଆବେଦନ ପରେ, ନମୁନାକୁ ଏକ ରେଫରାଲ୍ ଖାଦ୍ୟ ପରୀକ୍ଷାଗାର ଦ୍ୱାରା ପରୀକ୍ଷା କରାଯାଇଥିଲା, ଯାହା ପଲିନ୍ୟୁକ୍ଲିୟର ଆରୋମାଟିକ୍ ହାଇଡ୍ରୋକାର୍ବନ (PAHs) ଚିହ୍ନଟ କରିବା ପରେ ଏହାକୁ "ଅସୁରକ୍ଷିତ" ଘୋଷଣା କରିଥିଲା।
ଲାବ ଯାଞ୍ଚକୁ ଆଧାର କରି, ନିୟାମକ ଏହି ସିଦ୍ଧାନ୍ତରେ ପହଞ୍ଚିଛି ଯେ କମ୍ପାନୀ ଖାଦ୍ୟ ସୁରକ୍ଷା ଏବଂ ମାନକ ଆଇନ, 2006 ଅନୁଯାୟୀ ଅସୁରକ୍ଷିତ ଖାଦ୍ୟ ସମ୍ବନ୍ଧୀୟ ବ୍ୟବସ୍ଥା ଉଲ୍ଲଂଘନ କରିଛି। ଏହା ବର୍ତ୍ତମାନ ବିସଲେରି ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍ ବିରୁଦ୍ଧରେ ମାମଲା ରୁଜୁ ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁମୋଦନ କରିଛି। ବ୍ରୋମେଟ ଏବଂ PAH ଉଭୟକୁ କର୍କଟ ରୋଗ ସୃଷ୍ଟି କରେ ବୋଲି କୁହାଯାଇଛି।
ଉଭୟ ବ୍ରୋମେଟ୍ ଏବଂ ପିଏଏଚ୍ କର୍କଟ ରୋଗ ସୃଷ୍ଟି କରିବାର କ୍ଷମତା ରଖୁଥିବା ରାସାୟନିକ ପଦାର୍ଥ । ମାନବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ।
କେବଳ ବିସଲେରୀ ନୁହେଁ, ଅନ୍ୟ ଏକ ଖାଦ୍ୟ ଉତ୍ପାଦନକାରୀ ସଂସ୍ଥା 'ଆଶା କନଫେକ୍ସନାରୀ' ବିରୋଧରେ ମଧ୍ୟ ଏଫଏସଏସଏଆଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। କମ୍ପାନୀର ପ୍ରି-ପ୍ୟାକ୍ଡ ଚକୋଲେଟ୍-ଫିଲ୍ଡ କୁକିଜ୍ ନମୂନା ପରୀକ୍ଷା ପରେ ଏହାର ଲେବଲିଂ, ଉପାଦାନ ଏବଂ ସୁରକ୍ଷାକୁ ନେଇ ଗୁରୁତର ତ୍ରୁଟି ସାମ୍ନାକୁ ଆସିଛି। ପରୀକ୍ଷାଗାର ରିପୋର୍ଟ ଅନୁଯାୟୀ, ଏହି କୁକିଜରେ 'କାର୍ମୋସିନ୍' ନାମକ ଏକ ରଙ୍ଗୀନ ପଦାର୍ଥ ବ୍ୟବହାର କରାଯାଇଥିଲା । ଏହା ବ୍ୟତୀତ ଏଥିରେ 'ଟାର୍ଟ୍ରାଜାଇନ୍' ନିର୍ଦ୍ଧାରିତ ସର୍ବାଧିକ ସୀମାଠାରୁ ଅଧିକ ପରିମାଣରେ ମିଳିଥିବା ବେଳେ 'ସନସେଟ୍ ୟେଲୋ ଏଫସିଏଫ୍' ଭଳି ଏକ ରଙ୍ଗୀନ ଏଜେଣ୍ଟ ମଧ୍ୟ ମିଳିଛି । ଏହି ରାସାୟନିକ ପଦାର୍ଥ ଏହି ବର୍ଗର ଖାଦ୍ୟରେ ବ୍ୟବହାର କରିବା ପାଇଁ ସମ୍ପୂର୍ଣ୍ଣ ନିଷିଦ୍ଧ ଅଟେ।
ଅନ୍ୟପକ୍ଷେ, “ବିସଲେରୀ କମ୍ପାନୀ ଏହି ଗୁରୁତର ଅଭିଯୋଗର ପ୍ରତିକ୍ରିୟା ରଖିଛି, ଏହି ମାମଲା ସେପ୍ଟେମ୍ବର ୨୦୨୫ରେ କମ୍ପାନୀର ଗୋଆ ପ୍ଲାଣ୍ଟରେ ପ୍ରସ୍ତୁତ ହୋଇଥିବା ଏକ ବ୍ୟାଚ୍ ସହିତ ଜଡ଼ିତ। ବିସ୍ଲେରୀର ନେଟୱାର୍କରେ ମୋଟ ୧୪୩ଟି ପ୍ଲାଣ୍ଟ ରହିଛି। କମ୍ପାନୀ ଜଣାଇଛି ଯେ, ୨୦୨୫ ମସିହା ସେପ୍ଟେମ୍ବର ୩୦ ତାରିଖରେ FSSAI ଏହାର ଗୋଆ ୟୁନିଟରୁ ଛଅଟି ନମୁନା ସଂଗ୍ରହ କରିଥିଲା।
ପ୍ରାରମ୍ଭିକ ଯାଞ୍ଚରୁ ପାଞ୍ଚଟି ସାମ୍ପଲ ଠିକ ଥିଲା କିନ୍ତୁ ଶେଷ ସାମ୍ପଲରେ ବ୍ରୋମେଟ ସ୍ତର ୧୦ ମାଇକ୍ରୋଗ୍ରାମ ପ୍ରତି ଲିଟର ରହିବା କଥା ଯାହା ୧୨ ମାଇକ୍ରୋଗ୍ରାମ ଲିଟର ଦର୍ଜ କରାଯାଇଥିଲା।
ପରେ ନଭେମ୍ବର ୨୨, ୨୦୨୫ ମସିହାରେ କମ୍ପାନୀର ଅପିଲ ପରେ ଦ୍ବିତୀୟଥର ଯାଞ୍ଚ କରାଯାଇଥିଲା ଏବଂ ରେଫରାଲ ଲାବକୁ ପଠାଯାଇଥିଲା। ବିସ୍ଲେରୀର କହିବା ଅନୁସାରେ ରେଫରାଲ ଲାବ ଯାଞ୍ଚ ବେଳେ ବ୍ରୋମେଟ ସ୍ତର ସୀମା ମଧ୍ୟରେ ଥିଲା। “

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- 'ବିସ୍ଲେରୀ (Bisleri) ପିଇବା ପାଇଁ ସୁରକ୍ଷିତ'
କମ୍ପାନୀ କହିଛି, "ପିଇବା ପାଣିର ସୁରକ୍ଷା ବିସ୍ଲେରୀ ପାଇଁ ଏକ ପ୍ରାଥମିକତା ଅଟେ।" ଆମେ କଠୋର ଗୁଣବତ୍ତା ନିୟନ୍ତ୍ରଣ ବ୍ୟବସ୍ଥା ଅନୁସରଣ କରୁ; ଏଥିରେ ଆମର ୧୦-ପର୍ଯ୍ୟାୟ ବିଶିଷ୍ଟ ଉତ୍ପାଦନ ପ୍ରକ୍ରିୟା ମଧ୍ୟରେ ୯୦ରୁ ଅଧିକ ପରୀକ୍ଷଣ ଅନ୍ତର୍ଭୁକ୍ତ ରହିଛି। ଆମେ ଉପଯୁକ୍ତ ନିୟାମକ ମାଧ୍ୟମ (regulatory channels) ଦେଇ ଏହି ବିଷୟର ସମାଧାନ କରୁଛୁ। ବର୍ଷ ବର୍ଷ ଧରି ଏକ ବିଶ୍ୱସ୍ତ ବ୍ରାଣ୍ଡ୍ ହୋଇ ରହିଆସିଥିବା 'ବିସ୍ଲେରୀ' (Bisleri) ପିଇବା ପାଇଁ ସୁରକ୍ଷିତ ଅଟେ ବୋଲି କମ୍ପାନୀ ପ୍ରତିକ୍ରିୟା ରଖିଛି।
Related Topics
Explore more stories