Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଖିରୁ ଶୁଖୁନି ଲୁହ ! ନିଜ ଦେଶରେ ଶରଣାର୍ଥୀ ହିନ୍ଦୁ, ମାଗୁଛି ନ୍ୟାୟ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଆଖିରୁ ଶୁଖୁନି ଲୁହ ! ନିଜ ଦେଶରେ ଶରଣାର୍ଥୀ ହିନ୍ଦୁ, ମାଗୁଛି ନ୍ୟାୟ

ଆଖିରୁ ଶୁଖୁନି ଲୁହ । ନିଜ ଦେଶରେ ଶରଣାର୍ଥୀ ବନିଥିବା ହିନ୍ଦୁ, ଭୂଇଁରେ ଗଡ଼ି ମାଗୁଛି ନ୍ୟାୟ । ମୁର୍ଶିଦାବାଦ ହିଂସା ପ୍ରଭାବିତ ଅଞ୍ଚଳରେ ରାଜ୍ୟପାଳଙ୍କ ଆଗରେ ହାତ ଯୋଡ଼ି ପରିବାରକୁ ବଞ୍ଚାଇବାକୁ ନିବେଦନ କରିଛନ୍ତି ହିଂସା ପ୍ରଭାବିତ । ଧୁଲିଆନ ସମେତ ସର୍ବାଧିକ ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟପାଳ ସିଭି ଆନନ୍ଦ ବୋଷ ।

ଶୁକ୍ରବାର NHRC ଟିମ୍ ମାଲଦା ସ୍ଥିତ ଲାଲପୁର ହାଇସ୍କୁଲରେ ଆଶ୍ରୟ ନେଇଥିବା ହିନ୍ଦୁଙ୍କ ଦୁଃଖ ଶୁଣିଥିବାବେଳେ ଶନିବାର ମୁର୍ଶିଦାବାଦର ସମଶେରଗଞ୍ଜରେ ପହଞ୍ଚି ପୀଡିତ ପରିବାରକୁ ଭେଟିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ଜୟା ରାହାତକର । ଖୁବଶୀଘ୍ର NHRC , NCW ରିପୋର୍ଟ ଦାଖଲ ହେବାକୁ ଯାଉଛି ।

ମୁର୍ଶିଦାବାଦ ହିଂସାକୁ ନେଇ ଟିଏମସି ସରକାରକୁ ଦାୟୀ କରିବା ସହ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛି ବିଶ୍ୱ ହିନ୍ଦୁ ପରିଷଦ । କୋଲକାତା ସମେତ ଦେଶର ବିଭିନ୍ନ ସହରରେ ପରିଷଦ ପକ୍ଷରୁ ଜୋରଦାର ପ୍ରଦର୍ଶନ ହୋଇଛି । ହିଂସା ପରଠାରୁ ରାଜ୍ୟ ବିଜେପି ମଧ୍ୟ ମମତା ସରକାରଙ୍କ ବିରୋଧରେ ଗର୍ଜନ ଜାରି ରଖିଛି । ଭୋଟ ବ୍ୟାଙ୍କ ଲୋଭରେ ଟିଏମସି ସରକାର ବାଂଲାଦେଶୀ ରୋହିଙ୍ଗ୍ୟାଙ୍କୁ ବେଆଇନ ପ୍ରବେଶ ସୁଯୋଗ ଦେଇ ରାଜ୍ୟକୁ ବିପଦ ନିମନ୍ତ୍ରଣ କରିଛି । ମୁର୍ଶିଦାବାଦ ମୁସଲିମ ବହୁଳ ହେବା ପରଠାରୁ ହିନ୍ଦୁ ବିରୋଧୀ ଷଡ଼ଯନ୍ତ୍ର ଜାରି ରହିଥିବା କହିଛି ବିଜେପି ।

ଏପ୍ରିଲ୍ ୧୧-୧୨ରେ ମୁର୍ଶିଦାବାଦର ସମଶେରଗଞ୍ଜ, ସୁତୀ, ଧୂଲିଅନ୍ ଓ ଜଙ୍ଗୀପୁରରୁ ୫ ଶହରୁ ଅଧିକ ହିନ୍ଦୁ ପଳାୟନ କରି ମାଲଦାରେ ଆଶ୍ରୟ ନେଇଛନ୍ତି । ହିଂସାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭୪ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ୨ ଦିନ ପୂର୍ବରୁ ମୁର୍ଶିଦାବାଦ ହିଂସାକୁ ନେଇ କୋଲକାତା ହାଇକୋର୍ଟରେ ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରଖିଛନ୍ତି କୋଲକାତା ହାଇକୋର୍ଟ । କେନ୍ଦ୍ରୀୟ ସୁରକ୍ଷାବଳ ଏବେବି ହିଂସାଗ୍ରସ୍ତ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ ଜାରି ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bizarre, barbaric: Bengal Governor after visit to riot-hit Murshidabad | Argus News