Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଦିଲ୍ଲୀ ଯାଇ ଫେରିଲେ ବିଜେଡିର ତୁଙ୍ଗ ନେତା

National

ଦିଲ୍ଲୀ ଯାଇ ଫେରିଲେ ବିଜେଡିର ତୁଙ୍ଗ ନେତା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦିଲ୍ଲୀ ଯାଇ ଫେରିଲେ ବିଜେଡିର ତୁଙ୍ଗ ନେତା

ଅର୍ଗସ ବ୍ୟୁରୋ:  ବିଜୁ ଜନତା ଦଳ ଏନଡିଏରେ ସାମିଲ ହେଉଥିବା ନେଇ ବୁଧବାରଠାରୁ ଦେଇ ସାରିଛି ସଙ୍କେତ । କିନ୍ତୁ ସିଟ୍ ସେୟାରିଂ କଥାରେ ଅଟକିଛି ସସପେନ୍ସ । ଯାହାକୁ ନେଇ ଭୁବନେଶ୍ୱରରୁ ଦିଲ୍ଲୀ ସବୁଠି ଚାଲିଛି ଘନ ଘନ ବୈଠକ । ସବୁଠି ମାନସ ମନ୍ଥନ ଚଳାଇଛନ୍ତି ଦୁଇ ଦଳର ଶୀର୍ଷ ନେତୃତ୍ୱ । ଗୁରୁବାର ସନ୍ଧ୍ୟାରେ ବିଜେଡିର ଦୁଇ ଶୀର୍ଷ ନେତା ବବି ଦାସ ଓ ଭିକେ ପାଣ୍ଡିଆନ ଦିଲ୍ଲୀ ଯାଇ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରି ଫେରିଛନ୍ତି । ହେଲେ ଏ ସବୁ ଭିତରେ ଆସନ ବୁଝାମଣାର ସଂଖ୍ୟା ଗଣିତକୁ ନେଇ ବଢ଼ିବାରେ ଲାଗିଛି ବହୁ ଚର୍ଚ୍ଚା ଓ ଆଲୋଚନା ।

କୁହାଯାଉଛି ଅଧିକ ଲୋକସଭା ଆସନରେ ଲଢ଼ିବ ବିଜେପି, ବିଜେଡି ଭାଗରେ ପଡ଼ିବ ଅଧିକ ସଂଖ୍ୟାରେ ବିଧାନସଭା ଆସନ । ବିଧାନସଭାରେ ବିଜେଡି 100 ବିଜେପି 47 ଆସନ ଏବଂ ଲୋକସଭାରେ ବିଜେଡି 7 ଓ ବିଜେପିକୁ 14 ଆସନ ଫର୍ମୁଲାକୁ ନେଇ ଅଙ୍କକଷା ଚାଲିଥିବା କୁହାଯାଉଛି। ଏଭଳି ସସପେନ୍ସ ଭିତରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ଏକାକୀ ଲଢ଼ିବା ବୟାନ ବଢ଼ାଇଛି ଦ୍ବନ୍ଦ୍ବ । ସେପଟେ ବିଜେଡି କହିଛି ଦଳ ଯାହା ନିଷ୍ପତ୍ତି ନେବ ତାହା ସମସ୍ତେ ମାନିବେ । ସମୟ ଗଡୁଛି ଚର୍ଚ୍ଚା ବଢୁଛି କିନ୍ତୁ ଆସୁନି ସ୍ପଷ୍ଟ ଚିତ୍ର । ଖୁବ କମ ଦିନ ଭିତରେ ନିର୍ବାଚନ ତାରିଖ ଘୋଷଣା ହେବାକୁ ଥିବା ବେଳେ ଉଭୟ ଶିବିର ଉପରେ ଅଟକିଛି ରାଜ୍ୟବାସୀଙ୍କ ନଜର।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
bjd bjp menta issue | Argus News