BJD In Indi Meeting / ଇଣ୍ଡି ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ
·3 hours ago·2 min read

Key Points
ଇଣ୍ଡି ମେଣ୍ଟ ବୈଠକରେ ଯୋଗଦେଲା ବିଜେଡି
ଇଣ୍ଡି ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ
ଫୋଟୋ ସାମ୍ନାକୁ ଆସିବା ପରେ ବଢିଲା ଚର୍ଚ୍ଚା
ଇଣ୍ଡି ମେଣ୍ଟ ସହ ବିଜେଡିର ଅଘୋଷିତ ବୁଝାମଣାକୁ ନେଇ ଏବେ ଚର୍ଚ୍ଚା

ଭୁବନେଶ୍ବର,୧୮/୦୪: ଇଣ୍ଡି ମେଣ୍ଟ ବୈଠକରେ ଯୋଗଦେଲା ବିଜେଡି। ଇଣ୍ଡି ମେଣ୍ଟ ବୈଠକରେ ଯୋଗଦେଇଛନ୍ତି ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ । ବୈଠକର ଫୋଟୋ ସାମ୍ନାକୁ ଆସିବା ପରେ ବଢିଲା ଚର୍ଚ୍ଚା । ଇଣ୍ଡି ମେଣ୍ଟ ସହ ବିଜେଡିର ଅଘୋଷିତ ବୁଝାମଣାକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚା ଜୋର ଧରିଛି । ସଂସଦରେ ବିଲ ଆଲୋଚନା ଭିତରେ ଇଣ୍ଡି ମେଣ୍ଟର ବୈଠକରେ ସାମିଲ ହୋଇଥିଲେ ବିଜେଡି ରାଜ୍ୟସଭା ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ । ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକର୍ଜୁନ ଖଡ଼ଗେ, ଜୟରାମ ରମେଶଙ୍କ ସହ ଅନ୍ୟ ନେତା ମାନେ ଉପସ୍ଥିତ ଥିଲେ । ତେବେ ଏହାକୁ ନେଇ ଚର୍ଚ୍ଚା ବଢିଛି । ମହିଳା ସଂରକ୍ଷଣ ବିଲକୁ ବିରୋଧ କରିଛି ବିଜେଡି । ନିକଟରେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ବିଜେଡି ଦେଇଥିଲେ ମିଳିତ ପ୍ରାର୍ଥୀ । ଏହା ବାଦ ବିଭିନ୍ନ ପ୍ରସଙ୍ଗରେ ଉଭୟ ଦଳ ମଧ୍ୟ ଗୋଟିଏ ଷ୍ଟାଣ୍ଡ ରଖୁଥିବା ଚର୍ଚ୍ଚାର ବିଷୟ ପାଲଟି ଥିଲା । ଏବେ ମାନସ ମଙ୍ଗରାଜଙ୍କ ଏହି ଫଟୋ ଚର୍ଚ୍ଚାକୁ ଆହୁରି ବଢ଼ାଇଛି ।
ଇଣ୍ଡି ମେଣ୍ଟ ବୈଠକରେ ମାନସ ମଙ୍ଗରାଜ ସାମିଲ ନେଇ ବିଜେଡି ବିଧାୟକ ଅରୁଣ ସାହୁ ପ୍ରତିକ୍ରିୟା ଦେଇଛନ୍ତି ସେ କହିଛନ୍ତି ଏଠି ମେଣ୍ଟ କଥା ନାହିଁ। ସମ୍ଭିଧାନ କଥା, ଓଡିଆ ଅସ୍ମିତାର କଥା। ଓଡିଶା ତାର ପ୍ରାପ୍ୟ ପାଇବ ନା ନାହିଁ। ଜାତୀୟ ଦଳ ହିସାବରେ ଓଡିଶା 20 ସାଂସଦ ଦେଇ କାହିଁକି ଅବହେଳା ହେଉଛି। ବିଲ ପ୍ରସଙ୍ଗରେ ଯଦି ଯେତେ ବିରୋଧୀ ଦଳ ଅଛନ୍ତି ସାଙ୍ଗ ହୋଇ ପ୍ରତିବାଦକୁ ଓଲ୍ହାଇଲେ ତାହେଲେ ଅସୁବିଧା କଣ? ନିର୍ବାଚନ 2 ବର୍ଷ ପୂରିନି। ଆଜିଠୁ ବ୍ୟସ୍ତ ହେବା କଥା ନୁହେଁ। ମୁଦ୍ଦା ଭିତିକ ଲଢେଇ ଚାଲିଛି ଭବିଷ୍ୟତ କହିବ କଣ ହେବ। ଓଡିଶା ସ୍ୱାର୍ଥ ପାଇଁ ଯିଏ ଆଗକୁ ଆସିବ ସ୍ୱାଗତ।
ପଢନ୍ତୁ ଏହି ଖବର: ବିଜେଡିକୁ ଶ୍ରୀମୟୀଙ୍କ କଟାକ୍ଷ, ଜଣେ ମହିଳା ନା ଦଳର ସଭାପତି ହେଇ ପାରିଲେ ନା ରାଜ୍ୟର ମୁଖିଆ
ବିଜେଡିର ଇଣ୍ଡି ମେଣ୍ଟ ସହ ଅଘୋଷିତ ବୁଝାମଣା ହୋଇଛି। ଆଗରୁ ବିଜେପିକୁ ସମର୍ଥନ କରୁଥିଲେ, ଏବେ ଇଣ୍ଡି ମେଣ୍ଟକୁ ସମର୍ଥନ କରୁଛନ୍ତି। ଏହା ଦ୍ୱାରା ବିଜେପିର କିଛି ଅସୁବିଧା ହେବନି କହିଲେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ସେ କହିଛନ୍ତି ବିରୋଧୀ ଭାବୁଛନ୍ତି ତାଙ୍କର ବିଜୟ ହେଲା ହେଲେ କ୍ଷତି ତାଙ୍କର ହେଲା। ନିର୍ବାଚନ ଆସିଲେ ମହିଳାମାନେ ସେମାନଙ୍କୁ ପଚାରିବେ। 'ଆମେ ମହିଳାଙ୍କ ପାଖକୁ ଯିବୁ, କହିବୁ ଇଣ୍ଡି ମେଣ୍ଟ ଆଉ ବିଜେଡି କଣ କରିଛନ୍ତି' ବୋଲି କହିଛନ୍ତି ସମବାୟମନ୍ତ୍ରୀ ପ୍ରଦୀପ ବଳସାମନ୍ତ।
କଂଗ୍ରେସ ଓ ଏହାର ସହଯୋଗୀ ଦଳଙ୍କ ଜନ ବିରୋଧୀ ଓ ମହିଳା ବିରୋଧୀ ଚେହେରା ଉଜାଗର ହୋଇଛି । କାରଣ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣର ବାଟ ଓଗାଳିଛି କଂଗ୍ରେସ ଦଳ । ସଂସଦରେ ଏହି ଐତିହାସିକ ବିଲକୁ ବିରୋଧ କରିବା ପରେ ମହିଳାଙ୍କ ପାଇଁ କଂଗ୍ରେସର ମିଛ କାନ୍ଦଣା ଧରା ପଡ଼ିଯାଇଛି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories