Videos
|
National

ନବୀନଙ୍କୁ ଫୁଲ ଟେନସନ ଦେଲେଣି ମମତା !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·3 min read
ନବୀନଙ୍କୁ ଫୁଲ ଟେନସନ ଦେଲେଣି ମମତା !

Key Points

  • ବିଜେଡିକୁ ଝଟକା ପରେ ଝଟକା
  • ମମତା ଛାଡିଲେ ବିଜେଡି, ଦଳର କମିଲା ଶକ୍ତି
  • ନବୀନଙ୍କର ବଢିଲା ଡବଲ ଟେନସନ୍

ଅର୍ଗସ ବ୍ୟୁରୋ : ନିର୍ବାଚନ ହାରିବା ଦିନଠୁ ବିଜେଡିକୁ ଝଟକା ପରେ ଝଟକା ଲାଗୁଛି । ପ୍ରଥମେ ତ ଶାସକ ଦଳରୁ ବିରୋଧୀ ଦଳ ହେଲା, ଲୋକସଭାରେ ଖାତା ଖୋଲିପାରିଲାନି । ମନକୁ ବୁଝାଇବାକୁ ରାଜ୍ୟସଭାରେ କେନ୍ଦ୍ର ସରକାରକୁ ଘେରିବାକୁ ପ୍ଲାନ କରିଥିଲେ ନବୀନ । ହେଲେ ସେ ପ୍ଲାନ ବି ଏବେ ଫୁସୁକିବାକୁ ଗଲାଣି । କାରଣ ରାଜ୍ୟସଭାରୁ ଗତକାଲି ମମତା ମହନ୍ତ ଇସ୍ତଫା ଦେବା ପରେ ରାଜ୍ୟସଭାରେ ବିଜେଡିର ସଂଖ୍ୟା କମିଛି । କୁହାଯାଉଛି କି, ଦଳକୁ ସେ ଅସନ୍ତୋଷ ଥିଲେ ତେଣୁ ଇସ୍ତଫା ଦେଲେ । ହେଲେ ବିଜେଡି ଏକଥା ମାନିବାକୁ ନାରାଜ । 

ନିର୍ବାଚନ ସରିଲା, ଗୋଟିଏ ପରେ ଗୋଟିଏ ଧକ୍କା ବିଜେଡିକୁ ଲାଗିଲା । ରାଜ୍ୟସଭା ସାଂସଦ ପଦରୁ ହଠାତ୍‌ ଇସ୍ତଫା ଦେଇଛନ୍ତି ବିଜେଡି ସାଂସଦ ମମତା ମହାନ୍ତ । ରାଜ୍ୟସଭା ସାଂସଦ ପଦ ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ସେ ଇସ୍ତଫା ଦେଇଛନ୍ତି । ଏ ନେଇ ସୋସିଆଲ ମିଡିଆ ‘ଏକ୍ସ’ ହ୍ୟାଣ୍ଡେଲରେ ନିଜେ ସୂଚନା ଦେଇଛନ୍ତି ମମତା ମହାନ୍ତ । ଇସ୍ତଫାର କାରଣ ସମ୍ପର୍କରେ ମମତା କହିଛନ୍ତି, ବିଜେଡିରେ ସେ ଅଲୋଡ଼ା ହୋଇପଡ଼ିଥିଲେ ଏବଂ ଦଳ ତାଙ୍କ ସେବାର ଆବଶ୍ୟକତା ଅନୁଭବ କରୁନଥିଲା । ସେ ଲୋକଙ୍କ ନେତା ଏବଂ ଲୋକଙ୍କ ସେବା ହିଁ ତାଙ୍କର ମୁଖ୍ୟ ଧ୍ୟେୟ । ଏହି କାରଣରୁ ସେ ଆଉ ସେହି ଦଳରେ ରହିବାର ଆବଶ୍ୟକତା ଅନୁଭବ କରୁନାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି ମମତା । 

ତେବେ ଏଠାରେ କହିରଖୁଛୁ କି, ମୟୂରଭଞ୍ଜ ଜିଲ୍ଲାର କୁଡ଼ୁମୀ ସଂପ୍ରଦାୟର ଟାଣୁଆ ନେତ୍ରୀ ମମତା ମହାନ୍ତ ୨୦୨୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୬ ଏପ୍ରିଲରେ ତାଙ୍କ କାର୍ଯ୍ୟକାଳ ସରିବାର ଥିଲା । ତେବେ ଏହାର ପ୍ରାୟ ୨୧ ମାସ ପୂର୍ବରୁ ସେ ରାଜ୍ୟସଭା ସଭ୍ୟ ପଦ ସହ ବିଜେଡି ମଧ୍ୟ ଛାଡ଼ିଛନ୍ତି । ସେପଟେ ମମତା ସାଂସଦ ପଦରୁ ଇସ୍ତଫା ଦେଇଥିବା ନେଇ ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନକଡ ସୂଚନା ଦେଇଛନ୍ତି । ମମତାଙ୍କ ଇସ୍ତଫା ପରେ ବିଜେଡିର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୯ରୁ ୮କୁ ଖସିଛି । ଖାଲି ସଂଖ୍ୟା ଖସିଛି ତାହା ନୁହେଁ ବରଂ ପାୱାର ବି କମିଛି । ତେବେ ସମୟ ମମତାଙ୍କ ବଦଳରେ ରାଜ୍ୟସଭାକୁ ଯାଉଛି କିଏ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ମମଲା ଇସ୍ତଫା ଦେବା ପରେ ଏବେ ବିଜେଡିର ଅନ୍ୟ ସାଂସଦମାନଙ୍କୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଆଉ କିଛି ସାଂସଦ ମମତାଙ୍କ ରାସ୍ତାରେ ଯିବେ ବୋଲି ଆଲୋଚନା ଜୋର୍‌ । ରାଜ୍ୟସଭାରେ ୯ ସାଂସଦ ଥିବାରୁ ବିଜେଡି କେନ୍ଦ୍ରର ବିଜେପି ସରକାର ସହ ମୂଲ୍‌ଚାଲ୍‌ କରିବାକୁ ଯୋଜନା କରିଥିଲା । ରାଜ୍ୟସଭାରେ ଦଳ ବେଶ୍‌ ସକ୍ରିୟ ବି ଥିଲା। କିନ୍ତୁ ଏବେ ମମତାଙ୍କ ଇସ୍ତଫା ପରେ ସବୁ ଗଣିତ ଓଲଟପାଲଟ ହୋଇଯାଇଛି । ମମତାଙ୍କ ବାଦ୍ ନିରଞ୍ଜନ ବିଶି, ମୁନା ଖାନ୍ ଓ ସୁଜିତ କୁମାରଙ୍କ କାର୍ଯ୍ୟକାଳ ୨୦୨୬ରେ ଶେଷ ହେବ । ଏବେ ମମତାଙ୍କ ବଦଳରେ ଯିଏ ନିର୍ବାଚିତ ହେବେ, ତାଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ୍‌ ଯାଏ ରହିବ । ସୂଚନା ଅନୁସାରେ,୨୦୨୦ରେ କୁଡ଼ୁମୀ ସମ୍ପ୍ରଦାୟର ଉଚ୍ଚଶିକ୍ଷିତା ମମତା ମହାନ୍ତଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇଥିଲା ।

ମୟୂରଭଞ୍ଜରେ ୫ ଲକ୍ଷରୁ ଊର୍ଦ୍ଧ୍ଵ କୁଡ଼ୁମୀ ସମ୍ପ୍ରଦାୟର ଲୋକ ବସବାସ କରୁଥିବାରୁ ଏହି ଭୋଟ୍‌ବ୍ୟାଙ୍କ ଉପରେ ନଜର ରଖି ଦଳ ତାଙ୍କୁ ସାଂସଦ କରିଥିବା ସେ‌ତେବେଳେ ବେଶ୍‌ ଚର୍ଚ୍ଚା ହୋଇଥିଲା। ତେବେ ସାଂସଦ ହେବାର ପ୍ରାୟ ୨ ବର୍ଷ ପରେ ଜିଲ୍ଲା ବିଜେଡିର ଏକ ଟାଣୁଆ ଗୋଷ୍ଠୀ ତାଙ୍କୁ କୋଣଠେସା କରୁଥିବା ନେଇ ଅଭିଯୋଗ ହୋଇଥିଲା। ଫଳ‌ରେ ମମତାଙ୍କୁ ଦଳୀୟ ସଭାସମିତିରେ ଦେଖିବାକୁ ମିଳୁନଥିଲା। ହେଲେ ଦଳର ଶୀର୍ଷ ନେତୃତ୍ବ କୌଣସି ମତେ ତ‌ାଙ୍କୁ ବୁଝାଇବା ସହ ଗତ ନିର୍ବାଚନରେ ତାଙ୍କୁ ତାରକା ପ୍ରଚାରକ କରିଥିଲେ। ସେ ମଧ୍ୟ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଦଳ ପାଇଁ ପ୍ରଚାର କରିଥିଲେ। ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ଓ ମୟୂରଭଞ୍ଜରୁ ଦଳ ଏକପ୍ରକାର ନିଶ୍ଚିହ୍ନ ହୋଇଯିବା ପରେ ମମତାଙ୍କ ସମେତ ଦଳର ଅଧିକାଂଶ ବରିଷ୍ଠ ନେତା ନିଜ ରାଜନୈତିକ ଭବିଷ୍ୟତକୁ ନେଇ ଚିନ୍ତାରେ ଥିଲେ। ଆଉ ଏବେ ଦଳ ଛାଡିଛନ୍ତି ।

Mamata Mahanta | Argus News