ନୂଆଦିଲ୍ଲୀର ସଂସଦ କମ୍ପ୍ଲେକ୍ସରେ ବିଜେପିର ୨ ଦିନିଆ କର୍ମଶାଳା

Key Points
ବିଜେପିର ୨ ଦିନିଆ କର୍ମଶାଳା
ନୂଆଦିଲ୍ଲୀର ସଂସଦ କମ୍ପ୍ଲେକ୍ସରେ ବିଜେପିର ୨ ଦିନିଆ କର୍ମଶାଳା
ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏଥିରେ ଯୋଗ ଦେବା ନେଇ ସୂଚନା
ଆଜି ଓ ଆସନ୍ତାକାଲି ନୂଆଦିଲ୍ଲୀର ସଂସଦ କମ୍ପ୍ଲେକ୍ସରେ ବିଜେପିର 2 ଦିନିଆ କର୍ମଶାଳା । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏଥିରେ ଯୋଗ ଦେବା ନେଇ ସୂଚନା ମିଳିଛି । ଜିଏସଟି ରିଫର୍ମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରାଯାଇପାରେ ସମ୍ମାନୀତ । ନୂଆ ଜିଏସଟି ସ୍ଲାବ ଯାହା ଲୋକଙ୍କ ଉପରେ ଟିକସ ବୋଝ ହ୍ରାସ କରିବ ଏବଂ ଅର୍ଥନୀତିକୁ ପ୍ରୋତ୍ସାହିତ କରିବ ବୋଲି ବିଜେପି କହିଛି । ନଭେମ୍ବରମାସରେ ହେବାକୁ ଥିବା ବିହାର ନିର୍ବାଚନରେ ବିଭିନ୍ନ ସାମଗ୍ରୀର ମୂଲ୍ୟ ହ୍ରାସକୁ ନେଇ ଲୋକଙ୍କ ମଧ୍ୟରେ ସକାରାତ୍ମକ ଭାବନା ସୃଷ୍ଟି ହେବା ପରେ ବିଜେପି ଓ ଏହାର ସହଯୋଗୀ ଦଳମାନେ ଆଶାବ୍ୟକ୍ତ କରିଛନ୍ତି ।
ଅନ୍ୟପଟେ ଉପରାଷ୍ଟ୍ରପତି ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ଏବଂ ଏହାର ସହଯୋଗୀ ଦଳର ସାଂସଦମାନଙ୍କ ପାଇଁ ଏକ ରାତ୍ରୀ ଭୋଜନର ଆୟୋଜନ କରିଛନ୍ତି ।