Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ତାମିଲନାଡୁରେ BJP-AIADMK ମେଣ୍ଟ ଘୋଷଣା, ଶାହା କହିଲେ ଦୃଢ ସ୍ଥିତିରେ ଏନଡିଏ

National

ତାମିଲନାଡୁରେ BJP-AIADMK ମେଣ୍ଟ ଘୋଷଣା, ଶାହା କହିଲେ ଦୃଢ ସ୍ଥିତିରେ ଏନଡିଏ

Ritu Das
Browse all articles by Ritu Das
·1 year ago·2 min read
ତାମିଲନାଡୁରେ BJP-AIADMK ମେଣ୍ଟ ଘୋଷଣା, ଶାହା କହିଲେ ଦୃଢ ସ୍ଥିତିରେ ଏନଡିଏ

ଏନ୍‌ଡିଏତାମିଲନାଡୁ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଭାରତୀୟ ଜନତା ପାର୍ଟି (ବିଜେପି)ର ରାଜ୍ୟ ସଭାପତି କେ. ଅନ୍ନାମଲାଇଙ୍କୁ ପଦରୁ ହଟାଯିବା ପରେ, ରାଜ୍ୟର ପ୍ରମୁଖ ଆଞ୍ଚଳିକ ଦଳ ଏଆଇଏଡିଏମ୍‌କେ(AIADMK) ମଧ୍ୟ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)କୁ ଫେରିବା ଘୋଷଣା କରିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଆଗାମୀ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ରାଜ୍ୟରେ ଇ. ପଲାନିସ୍ବାମୀଙ୍କ ନେତୃତ୍ୱରେ ଲଢ଼ାଯିବ। ତେବେ ଜାତୀୟ ସ୍ତରରେ ମେଣ୍ଟର ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେବେ। ଅମିତ ଶାହ କହିଛନ୍ତି ଯେ ୧୯୯୮ ମସିହାରୁ, ଜୟଲଳିତା ଏବଂ ଅଟଳଜୀଙ୍କ ସମୟରେ, ଆମେ ଏକାଠି ନିର୍ବାଚନ ଲଢ଼ି ଆସୁଛୁ।


ଗୋଟିଏ ସମୟ ଥିଲା ଯେତେବେଳେ ଆମେ ଏକାଠି ୩୯ଟି ଲୋକ ସଭା ଆସନରୁ ୩୦ଟି ଜିତିଥିଲୁ। ଏଣୁ ବିଜେପି ଏବଂ ଏଆଇଏଡିଏମ୍‌କେ ମଧ୍ୟରେ ମେଣ୍ଟ କେବଳ ରାଜନୈତିକ ନୁହେଁ ବରଂ ବିଶ୍ୱାସ ଏବଂ ବିଚାରଧାରା ଉପରେ ଆଧାରିତ। ଶାହା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଥିବା ସମ୍ପର୍କକୁ ମଧ୍ୟ ମନେ ପକାଇ କହିଛନ୍ତି ଯେ ଦୁଇ ନେତା ସର୍ବଦା ତାମିଲନାଡୁର ବିକାଶ ପାଇଁ ଏକାଠି କାମ କରିଛନ୍ତି। ତେବେ ଶାହା ସ୍ପଷ୍ଟ କରିଛନ୍ତି ଯେ ବିଜେପି ସରକାରରେ ଯୋଗଦେବ କି ନାହିଁ ତାହା ନିର୍ବାଚନ ପରେ ନିଷ୍ପତ୍ତି ନେବ। ଏଆଇଏଡିଏମ୍‌କେ କୌଣସି ଦାବି କରିନାହିଁ ଏବଂ ସେମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ବିଜେପି କୌଣସି ହସ୍ତକ୍ଷେପ କରିନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ମେଣ୍ଟ ଉଭୟ ଦଳ ପାଇଁ ଉପଯୋଗୀ ଏବଂ ଆମେ ଏକାଠି ନିର୍ବାଚନ ଲଢ଼ିବୁ। ମନ୍ତ୍ରୀଙ୍କ ସଂଖ୍ୟା ଏବଂ ଆସନ ବଣ୍ଟନ ସମ୍ପର୍କରେ ନିଷ୍ପତ୍ତି ଉପଯୁକ୍ତ ସମୟରେ ନିଆଯିବ। ବର୍ତ୍ତମାନ ରାଜ୍ୟରେ ଦୁର୍ନୀତିଗ୍ରସ୍ତ DMK ସରକାରଙ୍କୁ ହଟାଇବା NDAର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି । ଶାହା ଡିଏମକେକୁ କଟାକ୍ଷ କରି କହିଛନ୍ତି ଯେ ଡିଏମ୍‌କେ ଜାଣିଶୁଣି ସନାତନ ଧର୍ମ ଏବଂ ଭାଷା ଭଳି ପ୍ରସଙ୍ଗ ଉଠାଇଛି ଯାହା ଦ୍ୱାରା ଏହା ପ୍ରକୃତ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇପାରିବ। ତାମିଲନାଡୁ ନିର୍ବାଚନରେ ସବୁଠାରୁ ବଡ଼ ପ୍ରସଙ୍ଗ ହେବ ଦୁର୍ନୀତି। ଲୋକମାନେ ଏଥର ବିକାଶ ଏବଂ ସ୍ବଚ୍ଛତାକୁ ବାଛିବେ। ଅଟଳ ବିହାରୀ ବାଜପେୟୀ ଏବଂ ଜୟଲଳିତାଙ୍କ ସମୟରେ ଥିବା ମେଣ୍ଟକୁ ମନେ ପକାଇ ସେ କହିଛନ୍ତି ଯେ ବିଜେପି ଏବଂ ଏଆଇଏଡିଏମ୍‌କେ ମିଳିତ ଭାବରେ ଅତୀତରେ ମଧ୍ୟ ବଡ଼ ସଫଳତା ହାସଲ କରିଛନ୍ତି। ଏଥର ମଧ୍ୟ ଲୋକମାନେ ଏନଡିଏକୁ ବହୁମତ ଦେବେ ବୋଲି ବିଶ୍ୱାସ ରହିଛି ବୋଲି ସେ କହିଛନ୍ତି।

Sponsored
bjp-aiadmk-alliance-announced-in-tamil-nadu-shah-says-nda-in-a-tough-position | Argus News