Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଓଡ଼ିଶାରେ ବିଜେପିକୁ ମିଳିପାରେ ୧୩ ଲୋକସଭା ଆସନ

Ritu Das
Browse all articles by Ritu Das
·2 years ago·1 min read
ଓଡ଼ିଶାରେ ବିଜେପିକୁ ମିଳିପାରେ ୧୩ ଲୋକସଭା ଆସନ

ଅର୍ଗସ ବ୍ୟୁରୋ: ଓଡ଼ିଶାରେ ମୋଦି ସୁନାମୀ । ନ୍ୟୁଜ୍ ଏକ୍ସ ପରେ ଏବିପି ସି ଭୋଟର ସର୍ଭେରେ ଓଡ଼ିଶାରେ ବିଜେପିକୁ ବଡ଼ ବିଜୟର ଆକଳନ । ଏବିପି ସି ଭୋଟର ସର୍ଭେ କହୁଛି ଓଡ଼ିଶାରେ ବିଜେପିକୁ ମିଳିପାରେ 13 ଲୋକସଭା ଆସନ। ବିଜେଡି ଜିତିପାରେ 7 ଆସନରେ, କଂଗ୍ରେସ ହାତକୁ ଯାଇପାରେ ଗୋଟିଏ ଆସନ । ସର୍ଭେ କହୁଛି ଓଡ଼ିଶାରେ ମୋଦି ଗ୍ୟାରେଣ୍ଟିକୁ ମିଳିପାରେ ବଡ଼ ସମର୍ଥନ । ନ୍ୟୁଜ ଏକ୍ସର ଓପିନିୟନ୍ ପୋଲ ଆକଳନ କରିଥିଲା ଓଡିଶାରେ ବିଜେପିକୁ ମିଳିପାରେ 14ଟି ଆସନ । 

ବିଜେଡିକୁ 7ଟି ଆସନ ମିଳୁଥିବା ବେଳେ କଂଗ୍ରେସ ଲୋକସଭାରେ ଖାତା ଖୋଲିପାରିବନି ବୋଲି ସର୍ଭେ କହୁଛି। ଗୋଟିଏ ପରେ ଗୋଟିଏ ଓପିନିୟନ ପୋଲରେ ବିଜେପି ଓଡିଶାରେ ଆଗରେ ଥିବା ଦର୍ଶାଉଛି । ପୂର୍ବରୁ 1 କୋଟିରୁ ଅଧିକ ସବସ୍କ୍ରାଇବର ଥିବା ତାମିଲ ଚ୍ୟାନଲ ପୁଥିୟାଥାଲାଇମୁରାଇ-ଦି ଫେଡେରାଲ୍ କରିଥିବା ସର୍ଭେରେ ବିଜେପିକୁ 54.90% ଭୋଟ ମିଳିପାରେ ବୋଲି ଆକଲ କରିଥିବା ବେଳେ ବିଜେଡିର ଭୋଟ ହାର 19.35 ରହିପାରେ ବୋଲି ଆକଲ କରିଥିଲା। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP can get | Argus News