Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Delhi Results: 'ଆପ୍‌କୁ ଏଇ ଜନ୍ମରେ ହରାଇପାରିବେ ନାହିଁ ମୋଦି, ଆଉ ଗୋଟେ ଜନ୍ମ ନେବାକୁ ପଡ଼ିବ'

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
Delhi Results: 'ଆପ୍‌କୁ ଏଇ ଜନ୍ମରେ ହରାଇପାରିବେ ନାହିଁ ମୋଦି, ଆଉ ଗୋଟେ ଜନ୍ମ ନେବାକୁ ପଡ଼ିବ'

ଭାଙ୍ଗିଲା କେଜ୍ରିଓ୍ୱାଲଙ୍କ ଅହଙ୍କାର । ତାତ୍ସଲ୍ୟ କରୁଥିଲେ ଏବେ ନିଜେ ତାତ୍ସଲ୍ୟର ପାତ୍ର ହେଲେ । ବିଜେପି କହି କହି ହାତରୁ ଛଡ଼ାଇନେଲା ଦିଲ୍ଲୀ । ଦିନେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ ଛାତି ପିଟି କହୁଥିଲେ 'ବିଜେପି ଏ ଜନ୍ମରେ ଆପ୍‌କୁ ହରାଇପାରିବନି। ୨୦୨୫ କ'ଣ ୨୦୫୦ ଯାଏଁ ବି ଆପ୍‌କୁ ଦିଲ୍ଲୀରେ ହରାଇ ପାରିବ ନାହିଁ ବିଜେପି ।' ଏମିତିକି ସଂସଦରେ ବି ଟେବୁଲ ପିଟି ବିଜେପିକୁ ତାତ୍ସଲ୍ୟ କରୁଥିଲେ କେଜ୍ରିଓ୍ୱାଲ । ହେଲେ ଏବେ ସବୁ ଅହଙ୍କାର ଭାଙ୍ଗି ଯାଇଛି ।

କୁହାଯାଏ ଭଗବାନ ସବୁ ସହିବେ ହେଲେ କେବେ କାହାର ଅହଙ୍କାର ସହିବେ ନାହିଁ । ଠିକ୍‌ ସେମିତି ଏଠି ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଅହଙ୍କାର ବି ଭଗବାନ ସହିଲେ ନାହିଁ । ଏଭଳି ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଜୋରଦାର ଚାଲିଛି । ଯାହାର ଏକ ଭିଡିଓ ମଧ୍ୟ ଖୁବ୍‌ ଭାଇରାଲ ହେଉଛି । ସେହି ଭିଡିଓରେ କେଜ୍ରିଓ୍ୱାଲ କହୁଛନ୍ତି 'AAPକୁ କେବେ ବି ହରାଇପାରିବ ନାହିଁ BJP । AAPକୁ ହରାଇବାକୁ ହେଲେ ମୋଦିଙ୍କୁ ଆଉ ଏକ ଜନ୍ମ ନେବାକୁ ପଡ଼ିବ । ଏହି ଜନ୍ମରେ ତ କେବେ ବି ହରାଇପାରିବେ ନାହିଁ । ଆଉ ରାହୁଲ ଗାନ୍ଧି ତାଙ୍କୁ ଏସବୁ କହିବାକୁ ବାରଣ କରୁଛନ୍ତି ।' ଭିଡିଓଟି ଖୁବ୍ ମଜେଦାର ହୋଇଛି । ଯିଏ ବି ଦେଖୁଛି ଟିକେ ଅଟକି ଯାଉଛି ।

ଏମିତିକି କେଜ୍ରିଓ୍ୱାଲଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍‌ ଟ୍ରୋଲ ମଧ୍ୟ କରାଯାଉଛି । କାରଣ ଏଥର ନିର୍ବାଚନରେ କେଜ୍ରିଓ୍ୱାଲ ନିଜେ ପରାଜୟର ସ୍ୱାଦ ଚାଖିଛନ୍ତି । ଖାଲି କେଜ୍ରିଓ୍ୱାଲ ନୁହଁନ୍ତି ଆପ୍‌ର ଅନ୍ୟତମ ଟପ୍‌ ଲିଡର ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ମଧ୍ୟ ପରାଜିତ ହୋଇଛନ୍ତି । ଏମିତିକି ସତ୍ୟେନ୍ଦ୍ର ଜୈନ ମଧ୍ୟ ପରାଜୟର ସାମ୍ନା କରିନ୍ତି । କେଜ୍ରିଓ୍ୱାଲ ୪୦୦୦ ଭୋଟ ବ୍ୟବଧାନରେ ହାରିଥିବା ବେଳେ ମନୀଷ ୬୦୦ ଭୋଟରେ ପରାଜିତ ହୋଇଛନ୍ତି ।

ଏହାକୁ ନେଇ ଖୋଦ ଆପ୍‌ ରାଜ୍ୟସଭା ସଂସଦ ସ୍ୱାତି ମାଲିଓ୍ବାଲ ମଧ୍ୟ କହିଛନ୍ତି ରାବଣର ଗର୍ବ ଭାଙ୍ଗିଛି। ରାବଣର ଗର୍ବ ବି ବେଶି ଦିନ ରହିନଥିଲା। ଅନେକ ଜାତୀୟ ଗଣମାଧ୍ୟମ ମଧ୍ୟ କେଜ୍ରିଓ୍ୱାଲଙ୍କ ସେହି ପୁରୁଣା ବୟାନକୁ ନେଇ ଡିବେଟ୍‌ ଆରମ୍ଭ କରିଛନ୍ତି ।


ସେପଟେ କିନ୍ତୁ ଆଜି କେଜ୍ରିଓ୍ୱାଲ ଏକ ଭିଡିଓ ବାର୍ତ୍ତା ଜାରି କରି ଆପ୍‌ର ପରାଜୟକୁ ସ୍ୱୀକାର କରିଛନ୍ତି । ବିଜେପିକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏହାସହ ସଶକ୍ତ ବିରୋଧୀ ଦଳ ଭାବେ ଆପ୍‌ ସବୁବେଳେ ସରକାରଙ୍କୁ ତାଗିଦ୍‌ କରିବ ଏବଂ ଲୋକଙ୍କ ସୁବିଧା ଅସୁବିଧାରେ ଛିଡ଼ା ହେବ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ ।

ତେବେ ୨୭ ବର୍ଷର ବ୍ୟବଧାନ ପରେ ପୁଣି ଦିଲ୍ଲୀ ହାତେଇଛି ବିଜେପି । ୧୯୯୩ ମସିହାରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବାଜିମାତ୍‌ କରିଥିଲା ବିଜେପି। ପ୍ରଥମେ ମଦନ ଲାଲ ଖୁରାନା ପରେ ସେହି ପାଳିରେ ସାହିବ ସିଂ ବର୍ମା ଏବଂ ଶେଷରେ ସୁଷମା ସ୍ୱରାଜ ବିଜେପିରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ, ୧୫ ବର୍ଷ ଧରି କଂଗ୍ରେସରୁ ଶୀଲା ଦୀକ୍ଷିତ ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିଥିଲେ । ୨୦୧୩ରେ କ୍ଷମତାକୁ ଆସିଥିଲା ଆମ୍ ଆଦମୀ ପାର୍ଟି। ମୁଖ୍ୟମନ୍ତ୍ରୀ ହୋଇଥିଲେ ଅରବିନ୍ଦ କେଜ୍ରିଓ୍ବାଲ। ୨୦୨୪ ରେ ଅରବିନ୍ଦ କେଜ୍ରିଓ୍ବାଲ ମଦ ଦୁର୍ନୀତି ମାମଲାରେ ଜେଲ ଯିବା ପରେ ୨୦୨୪ ସେପ୍ଟେମ୍ବର ୨୧ ରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ ଆତିଶୀ ମାର୍ଲେନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP can't defeat us in this life: Arvind Kejriwal's old video viral after loss | Argus News