ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କୁ କଂଗ୍ରେସ ଅଧ୍ୟକ୍ଷଙ୍କ ଅପପାନ

Key Points
ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କୁ କଂଗ୍ରେସ ଅଧ୍ୟକ୍ଷଙ୍କ ଅପପାନ
ପୂର୍ବତନ ରାଷ୍ଟ୍ରପତି କୋବିନ୍ଦଙ୍କୁ ବି କୋଭିଡ କହି ଖଡଗେ କଲେ ଅସମ୍ମାନ
ବିଜେପି କହିଲା କଂଗ୍ରେସର DNAରେ ଆଦିବାସୀ ଦଳିତ ବିରୋଧୀ ମାନସିକତା
ଖଡଗେଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ତାଙ୍କ ବୟାନକୁ ନେଇ ରାଜ୍ୟ ସାରା ପ୍ରତିକ୍ରିୟା
ପୂର୍ବରୁ କରିଥିଲେ ଅଧିର ରଞ୍ଜନ ଚୌଧୁରୀ ଆଉ ଏଥର ଖୋଦ୍ କଂଗ୍ରେସ ଅଧ୍ୟକ୍ଷ କରିଛନ୍ତି ମର୍ଯ୍ୟାଦାର ସୀମା ପାର। ରାଷ୍ଟ୍ରପତି ଓ ପୂର୍ବତନ ରାଷ୍ଟ୍ରପତିଙ୍କୁ ତାଚ୍ଛଲ୍ୟ ଭଙ୍ଗୀରେ କରିଛନ୍ତି ଅପମାନ। ଏହା ଅନିଚ୍ଛାକୃତ ବୋଲି ସଫେଇ ଦେଇ ଏଡ଼ାଯାଇ ପାରିବ ନା ଉଦ୍ଦେଶ୍ୟମୂଳକ ଭାବେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଆସୀନ ମହାମହିମଙ୍କୁ ଅସମ୍ମାନ କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ। ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେଉଛନ୍ତି ଦ୍ରୌପଦୀ ମୁର୍ମୁ ଏବଂ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ହେଉଛନ୍ତି ଜଣେ ଦଳିତ ନେତା। ବିଜେପି କହିଛି ଆଦିବାସୀ ଓ ଦଳିତଙ୍କୁ ଅପମାନ କରିବା କଂଗ୍ରେସ DNAରେ ରହିଛି। ଏଥିପାଇଁ କଂଗ୍ରେସ ଖଡଗେଙ୍କୁ ଦଳକୁ ବାହାର କରିବ କି ପ୍ରଶ୍ନ କରିଛି ବିଜେପି।
ମଲ୍ଲିକାର୍ଜୁନ ଖଡଗେ କେବଳ ରାଷ୍ଟ୍ରପତି ଓ ପୂର୍ବତନ ରାଷ୍ଟ୍ରପତିଙ୍କ ସାଙ୍ଗିଆକୁ ତାଚ୍ଛଲ୍ୟ କରି ଅସମ୍ମାନ କରିନାହାନ୍ତି ବରଂ ଅଭିଯୋଗ କରିଛନ୍ତି ଆଦିବାସୀ ଓ ଦଳିତଙ୍କୁ ସର୍ବୋଚ୍ଚ ଆସନରେ ବସାଇ ତାଙ୍କୁ ମାଧ୍ୟମ କରି ଜଳ, ଜଙ୍ଗଲ ଛଡାଇ ନେଇଯିବାର ଚକ୍ରାନ୍ତ କରିଛି ବିଜେପି । ତେବେ କଂଗ୍ରେସ ସଭାପତି ବୋଧହୁଏ ଭୁଲିଯାଇଛନ୍ତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଟ୍ରାକ୍ ରେକର୍ଡ କହୁଛି ସେ ନିଜ ନିଷ୍ପତ୍ତି ନିଜେ ନିଅନ୍ତି। ପୂର୍ବରୁ ଝାଡ଼ଖଣ୍ଡ ରାଜ୍ୟପାଳ ଥିବା ବେଳେ ତତକାଳୀନ ବିଜେପି ସରକାର ଦ୍ବାରା ଆସିଥିବା ବିଲରେ ଦସ୍ତଖତ ନକରି ପୂନର୍ବିଚାର ପାଇଁ ଫେରାଇ ଦେଇଥିଲେ। ଦିନକ ପରେ ଓଡ଼ିଶା ଆସୁଛନ୍ତି ଖଡଗେ। ତେବେ ତା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷଙ୍କ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଏପରି ଅପମାନଜନକ ବୟାନକୁ ରାଜ୍ୟ ସାରା ଦେଖାଦେଇଛି ପ୍ରତିକ୍ରିୟା ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏ ପ୍ରସଙ୍ଗରେ କଂଗ୍ରେସ ମୁହଁରେ ଲାଗିଛି ତାଲା। ଓଡ଼ିଶା କଂଗ୍ରେସ ନେତା ଏ ପ୍ରସଙ୍ଗରେ କଣ କହିଲେ ଜଣେ ଆଦିବାସୀ ଓଡ଼ିଆ ଝିଅ ପ୍ରତି ଅପମାନକୁ ବିରୋଧ କରିବେ ନା ନିଜ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ବୋଲି ଅପମାନକୁ ହଜମକରି ଜୋରଦାର ସ୍ବାଗତ କରିବେ।